ଲଜ୍ଜାକର ଘଟଣା: ଝିଅ ବୟସର ଝିଅକୁ ଦୁଷ୍କର୍ମ କରି ଗିରଫ ହେଲେ ଶିକ୍ଷକ
Advertisement
Article Detail0/zeeodisha/odisha1018203

ଲଜ୍ଜାକର ଘଟଣା: ଝିଅ ବୟସର ଝିଅକୁ ଦୁଷ୍କର୍ମ କରି ଗିରଫ ହେଲେ ଶିକ୍ଷକ

ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାଙ୍କୁ ଗେଲ କରିବାର ଆଳ ଦେଖାଇ ପରବର୍ତ୍ତୀ ସମୟରେ ଦୁଷ୍କର୍ମ କରିଥିଲେ ଏହି ଶିକ୍ଷକ। 

ଲଜ୍ଜାକର ଘଟଣା: ଝିଅ ବୟସର ଝିଅକୁ ଦୁଷ୍କର୍ମ କରି ଗିରଫ ହେଲେ ଶିକ୍ଷକ

କନ୍ଧମାଳ: ଜିଲ୍ଲାରେ ପୁଣି ଘଟିଯାଇଛି ଲଜ୍ଜାଜନକ ଘଟଣା। ନିଜ ଝିଅ ବୟସର ପଡ଼ୋଶୀ ଘରର ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି ଜଣେ ଶିକ୍ଷକ। ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାକର ଘଟଣା। ଏଭଳି କୁକର୍ମ କରି ଗିରଫ ହୋଇଥିବା ଶିକ୍ଷକ ଜଣକ ହେଉଛନ୍ତି ଦାରିଙ୍ଗବାଡି ଥାନା କୁମ୍ଭାରବାଡ଼ି ଗ୍ରାମର ୪୧ ବର୍ଷୀୟ ଅନନ୍ତ ନାୟକ। 

ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଦାରିଙ୍ଗବାଡି ପୋଲିସ କେଶ ନଂ-୧୯୦, ପୋକ୍ସ  ଆକ୍ଟ ଅନୁଯାୟୀ ୩୬୩,୩୬୬,୩୭୬-AB,୩୫୪,୫୦୬ IPC ୬(୧)/୮ ଆଧାରରେ ମାମଲା ରୁଜୁ କରି ଶିକ୍ଷକ ଅନନ୍ତ ନାୟକଙ୍କୁ କୋର୍ଟ ଚାଲାଣ କରିଛି। ଏନେଇ ମିଳିଥିବା ଖବର ଅନୁସାରେ ଗତକାଲି ଅପରାହ୍ନରେ ନାବାଳିକା ଜଣକ ନିଜ ଘର ଦୁଆରେ ପଡ଼ୋଶୀ ଘରର ଝିଅ ସହ ମିଶି ଖେଳୁଥିଲା। ଆଉ ଏହି ସମୟରେ ନିଶାସକ୍ତ ଅବସ୍ଥାରେ ଏହି ଶିକ୍ଷକ ଜଣକ ନିଜ ଘରକୁ ଆସିଥିଲେ। ଆଉ ନିଜ ଝିଅକୁ ପାଟି କରି ଘରକୁ ଯିବାକୁ କହିଥିବା ବେଳେ ପୀଡ଼ିତା ନାବାଳିକାଙ୍କୁ ମଧ୍ୟ ଘରକୁ ଯିବାକୁ କହିଥିଲା।

Also Read: ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ହେଲେ ପୀଡ଼ିତାର ଘରେ କେହି ଲୋକ ନଥିବାର ସେ ତାଙ୍କୁ ଜଣାଇଥିଲା। ଆଉ ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାଙ୍କୁ ଗେଲ କରିବାର ଆଳ ଦେଖାଇ ପରବର୍ତ୍ତୀ ସମୟରେ ଦୁଷ୍କର୍ମ କରିଥିଲା। ଆଉ ଏ ସମ୍ପର୍କରେ ଘରେ କାହାକୁ କହିବୁ ନାହିଁ ବୋଲି ମଧ୍ୟ ନାବାଳିକାଙ୍କୁ ସେ ଧମକ ଦେଇଥିଲେ। ହେଲେ ନାବାଳିକା ଜଣକ ସନ୍ଧ୍ୟାରେ ନିଜ ବାପା ମାଆଙ୍କୁ ସମସ୍ତ ଘଟଣା ସମ୍ପର୍କରେ ଜଣାଇଥିଲା। ଆଉ ପରିବାର ଲୋକ ଏନେଇ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ପୋକ୍ସ ଆକ୍ଟ ଆଧାରରେ ଶିକ୍ଷକ ଅନନ୍ତ ନାୟକଙ୍କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ କୌଶିକ ମାଝୀ ଜଣାଇଛନ୍ତି।