ବସରେ ପକ୍ଷୀ ଓ ଠେକୁଆ ଚାଲାଣ ମାମଲାରେ ଆସିଲା ଏଭଳି ତଥ୍ୟ...
Advertisement
Article Detail0/zeeodisha/odisha792113

ବସରେ ପକ୍ଷୀ ଓ ଠେକୁଆ ଚାଲାଣ ମାମଲାରେ ଆସିଲା ଏଭଳି ତଥ୍ୟ...

ବସର ଲଗେଜ କ୍ୟାବିନରୁ ଶତାଧିକ ପକ୍ଷୀ ଓ ଧଳା ଠେକୁଆ ଜବତ ମାମଲାରେ ପୋଲିସକୁ ମିଳିଛି ସାଂଘାତିକ ତଥ୍ୟ । ବସ ଡ୍ରାଇଭରକୁ ପୋଲିସ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ଅନେକ ତଥ୍ୟ ମଧ୍ୟ ହାସଲ କରିଛି ।  ପୋଲିସ ଦେଇଥିବା ସୂଚନା ମୁତାବକ ଏଭଳି କିଛି ଚୋରା ଚାଲାଣ ଚାଲୁଥିଲା କଳିକତାରୁ ଭୂବନେଶ୍ୱରକୁ। ଏହି ସବୁ ବସରେ ଚାଳନ ସମ

ବସରେ ପକ୍ଷୀ ଓ ଠେକୁଆ ଚାଲାଣ ମାମଲାରେ ଆସିଲା ଏଭଳି ତଥ୍ୟ...

ଚିନ୍ନଂ ଜଗନ୍ନାଥ ପାତ୍ର, କଟକ: ବସର ଲଗେଜ କ୍ୟାବିନରୁ ଶତାଧିକ ପକ୍ଷୀ ଓ ଧଳା ଠେକୁଆ ଜବତ ମାମଲାରେ ପୋଲିସକୁ ମିଳିଛି ସାଂଘାତିକ ତଥ୍ୟ । ବସ ଡ୍ରାଇଭରକୁ ପୋଲିସ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ଅନେକ ତଥ୍ୟ ମଧ୍ୟ ହାସଲ କରିଛି । 

ପୋଲିସ ଦେଇଥିବା ସୂଚନା ମୁତାବକ ଏଭଳି କିଛି ଚୋରା ଚାଲାଣ ଚାଲୁଥିଲା କଳିକତାରୁ ଭୂବନେଶ୍ୱରକୁ। ଏହି ସବୁ ବସରେ ଚାଳନ ସମୟରେ କଟକ ବାଦାମବାଡି ଅଞ୍ଚଳରୁ ଧରାପଡିଛି । ଚାଲାଣ କରୁଥିବା ବେପାରୀ ସହିତ ବସର କଣ୍ଡକଟର ଫେରାର ହୋଇଯାଇଛି। ବାଦାମବାଡି ଥାନା ପୋଲିସ ଡ୍ରାଇଭରକୁ ଅଟକ ରଖି ଏବେ ପଚରାଉଚରା ଜାରି ରଖିଛି ।

ସୂଚନା ମୁତାବକ ସୋମବାର ଅପରାହ୍ନ ସମୟରେ ପୋଲିସ ବିଶେଷ ସୁତ୍ରରୁ ପକ୍ଷୀର ଚୋରା ଚାଲାଣର ଖବର ପାଇଥିଲା । ବାଦାମବାଡିରେ ଯେତେବେଳେ ମହାଲକ୍ଷ୍ମୀ ନାମକ ବସ ପହଞ୍ଚିଥିଲା ସେତେବେଳେ ପୋଲିସ ଚଢାଉ କରିଥିଲା। ଚଢାଉ ସମୟରେ ବସରେ ରହିଥିବା କ୍ୟାବିନ ଭିତରୁ ୫୨୦ଟି ପ୍ରଜାତିର ପକ୍ଷୀ ଓ ୬୮ଟି ଧଳା ଠେକୁଆ ଉଦ୍ଧାର କରାଯାଇଛି। ପକ୍ଷୀ ଓ ଠେକୁଆ ଗୁଡିକୁ ଯନ୍ତା ଓ କାର୍ଟୁନରେ ଅଣାଯାଇଥିଲା। ଏହି ମଧ୍ୟରେ ୪୭୮ଟି ବ‌ଜି ପକ୍ଷୀ, ୧୪ଟି ଗୁନଟିଙ୍ଗ୍‌ ପକ୍ଷୀ, ୧୦ଟି ଲଭ ପକ୍ଷୀ , ୧୧ଟି କୋକୋଟାଇଲ ପକ୍ଷୀ ଓ ୭ଟି ଫିନଚ ପକ୍ଷୀ ଥିବା ଜଣାପଡିଛି ।

ସମସ୍ତ ପକ୍ଷୀ ଓ ଠେକୁଆ ଉଦ୍ଧାର କରିବା ପରେ ଏକ ଏନଜିଓ ସଂସ୍ଥାକୁ ହସ୍ତାନ୍ତର କରିବା ପରେ ଚିକିତ୍ସା ପାଇଁ ପଠାଯାଇଥିଲା । ତେବେ ଚଡାଉ ସମୟରେ ବେପାରୀ ସହିତ ବସର କଣ୍ଡକ୍ଟର ଓ ହେଲପର ଫେରାର ହୋଇଥିବା ବେଳେ କେବଳ ଡ୍ରାଇଭରକୁ ଅଟକ ରଖି ଅଧିକ ପଚରା ଉଚରା ଜାରି ରଖିଛି ପୋଲିସ । ତେବେ ଏହି ସମସ୍ତ କାରବାର ଦୀର୍ଘ ବର୍ଷ ଧରି ଜାରି ରହିଥିବା ପୋଲିସକୁ ସୂଚନା ମିଲିଛି । ତେବେ କଳିକତାର କେଉଁ ସ୍ଥାନରୁ ଏହି ସମସ୍ତ ପକ୍ଷୀ ଓ ଠେକୁଆ ଆସୁଥିଲା ଓ କେଉଁ ସ୍ଥାନକୁ ଯାଉଥିଲା ସେ ସବୁର ଛାନବିନ ଜାରୀ ରହିଥିବା ପୋଲିସ ସୁତ୍ରରୁ ଜଣାପଡିଛି ।

ସୁଚନା ମୁତାବକ ଗତ କିଛି ଦିନଧରି ବ୍ରହ୍ମପୁର ପୋଲିସ ଜିଲ୍ଲା ଅଞ୍ଚଳରେ ଧୀରେଧୀରେ ଅପରାଧିମାନେ ନିଜର ଅପରାଧିକ କାର୍ଯ୍ୟକଳାପକୁ ନେଇ ବେଶ ସକ୍ରିୟ ହୋଇପଡିଥିବା ବେଳେ ଅନେକ ସ୍ଥାନରେ ଅପରାଧିକ କାର୍ଯ୍ୟକଳାପ ଘଟିବାର ନଜିର ରହୁଛି । ଅପରାଧିଙ୍କୁ ଧରିବାରେ ପୋଲିସ ଢିଲା ପଣିଆ ଦେଖାଉଥିବା ଯ଼ୋଗୁଁ ଅପରାଧିମାନେ ସକ୍ରିୟ ହୋଇଉଠିଥିବା ଅଭିଯୋଗ ହେଉଛି।