Advertisement
Article Detail0/zeeodisha/odisha774702
Zee OdishaZee Odisha Crimeଅଭିଯୁକ୍ତକୁ ବୁର୍ଲା ପୋଲିସର ଅନୁକମ୍ପା

ଅଭିଯୁକ୍ତକୁ ବୁର୍ଲା ପୋଲିସର ଅନୁକମ୍ପା

ଗତ ୨୦ ତାରିଖରେ ବୁର୍ଲା ମହତାବ ନଗର ବାସିନ୍ଦା ସୁମିତ କୃମିକୁ କିଛି ସ୍ଥାନୀୟ ଦୁର୍ବୃତ୍ତ ଛୁରା ମାଡ଼ ଏବଂ ତାଙ୍କ ବାପା ଙ୍କୁ ମାଡ଼ପିଟ ଅଭିଯୋଗ ବୁର୍ଲା ଥାନାରେ କରାଯାଇଥିଲା।

ଅଭିଯୁକ୍ତକୁ ବୁର୍ଲା ପୋଲିସର ଅନୁକମ୍ପା

ଅଜୟ କୁମାର ନାଥ, ସମ୍ବଲପୁର: ଅଭିଯୁକ୍ତକୁ ବୁର୍ଲା ପୋଲିସର ଅହେତୁକ ଅନୁକମ୍ପା। ଗତ ୨୦ ତାରିଖରେ ବୁର୍ଲା ମହତାବ ନଗର ବାସିନ୍ଦା ସୁମିତ କୃମିକୁ କିଛି ସ୍ଥାନୀୟ ଦୁର୍ବୃତ୍ତ ଛୁରା ମାଡ଼ ଏବଂ ତାଙ୍କ ବାପା ଙ୍କୁ ମାଡ଼ପିଟ ଅଭିଯୋଗ ବୁର୍ଲା ଥାନାରେ କରାଯାଇଥିଲା। ଅଭିଯୁକ୍ତମାନେ ସେଦିନ ରାତି ୧୨ଟାରେ ସୁମିତ କୃମିକୁ ଡାକି ତାଙ୍କ ସହ ଗଣ୍ଡଗୋଳ କରିଥିଲେ।

ତାପରେ ଛୁରୀ ମାରି ତାଙ୍କର ପିଠି ରେ ଗଭୀର ଆଘାତ କରିବା ସହ ମାଡ଼ପିଟ କରି ହାତ ମଧ୍ୟ ଭାଙ୍ଗି ଦେଇଥିଲେ।ତାଙ୍କ ବାପାଙ୍କୁ ମଧ୍ୟ ଅଭିଯୁକ୍ତ ମାନେ ମାଡ଼ ମରିଥିବାର ଅଭିଯୋଗ ବୁର୍ଲା ଥାନାରେ କରାଯାଇଥିଲା। କିନ୍ତୁ ଏ ବାବଦରେ ବୁର୍ଲା ଥାନାରେ ୭ଦିନ ହେବ ଅଭିଯୋଗ କରାଯାଇଥିଲେ ମଧ୍ୟ ଖୋଲାଖୋଲି ଅଭିଯୁକ୍ତ ମାନେ ଘୁରି ବୁଲୁଛନ୍ତି। 

ସେମାନେ ଖୋଲାଖୋଲି ଭାବରେ ବୁଲୁଥିବା ସହ ସୁମିତ କୃମୀଙ୍କ ପରିବାର କୁ ଜୀବନ ରେ ମାରିଦେବାକୁ ଧମକ ଦେଉଥିବାର ମଧ୍ୟ ଅଭିଯୋଗ ହୋଇଛି।ଗତ ଦୁଇ ଦିନ ତଳେ ସୁମିତ ବୁର୍ଲା ଭୀମସାର ରୁ ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ପୁଣି ଅଭିଯୁକ୍ତ ମାନେ ତାଙ୍କୁ ଧମକ ଚମକ ଦେଉଥିବାର ଅଭିଯୋଗ ହୋଇଛି।ଏ ବାବଦରେ ବୁର୍ଲା ପୋଲିସ କିଛି ପଦକ୍ଷେପ ଗ୍ରହଣ ନ କରିବାରୁ ପରିବାର ବର୍ଗ ନ୍ୟାୟ ପାଇଁ ସମ୍ବଲପୁର ଏସ,ପି ଙ୍କର ଦ୍ୱାରସ୍ଥ ହୋଇଛନ୍ତି।

Add Zee News as a Preferred Source
About the Author