କ୍ଲାସରୁମକୁ ମୋବାଇଲ୍ ମନା
Advertisement
Article Detail0/zeeodisha/odisha1057343

କ୍ଲାସରୁମକୁ ମୋବାଇଲ୍ ମନା

କ୍ଲାସରୁମରେ ମୋବାଇଲ ରିଙ୍ଗ୍ ହେଲେ ପାଠରୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ଧ୍ୟାନ ଭଙ୍ଗ ହେବ। ଏଥିପାଇଁ ସମ୍ବଲପୁର ଶିକ୍ଷା ଅଧିକାରୀ କ୍ଲାସରୁମକୁ ମୋବାଇଲ ବ୍ୟାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଡିଜାଇନ୍ ଫଟୋ

ସମ୍ବଲପୁର: ଜିଲ୍ଲାରେ କ୍ଲାସ ରୁମ ଭିତରକୁ ଶିକ୍ଷକଙ୍କର ମୋବାଇଲ ମନା। ପିଲାଙ୍କୁ ପାଠ ପଢାଇବା ସମୟରେ କୌଣସି ଶିକ୍ଷକ ଓ ଶିକ୍ଷୟତ୍ରୀ ମୋବାଇଲ ବ୍ୟବହାର କରିପାରିବେ ନାହିଁ। ଏପରି କି ସେମାନେ ଶ୍ରେଣୀ କକ୍ଷକୁ ମୋବାଇଲ ମଧ୍ୟ ନେଇ ପାରିବେ ନାହିଁ ବୋଲି ସମ୍ବଲପୁର ଜିଲ୍ଲା ଶିକ୍ଷାଧିକାରୀ ନୋଟିସ ଜାରି କରିଛନ୍ତି।

କ୍ଲାସରୁମରେ ମୋବାଇଲ ରିଙ୍ଗ୍ ହେଲେ ପାଠରୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ଧ୍ୟାନ ଭଙ୍ଗ ହେବ। ଏଥିପାଇଁ ସମ୍ବଲପୁର ଶିକ୍ଷା ଅଧିକାରୀ କ୍ଲାସରୁମକୁ ମୋବାଇଲ ବ୍ୟାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଜାନୁଆରୀ ତିନି ତାରିଖରୁ ଏହି ନିୟମ ଜିଲ୍ଲାର ସମସ୍ତ ସ୍କୁଲରେ ଲାଗୁ ହେବ। ଷଷ୍ଠରୁ ମେଟ୍ରିକ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ କ୍ଲାସରୁମ ଭିତରକୁ ମୋବାଇଲ ନେଇ ପାରିବେ ନାହିଁ। 

fallback

Also Read: ଚାରି ଦିନ ଘନ କୁହୁଡ଼ି ସହ ବର୍ଷା, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ମୋବାଇଲ ବାଜିଲେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଡିଷ୍ଟର୍ବ ହେବା ସହ ଛାତ୍ରଛାତ୍ରୀଙ୍କର ପାଠ ପଢ଼ାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବାର ସୂଚନା ଦିଆଯାଇଛି। ଯଦି ବି କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ଏହି ଆଦେଶକୁ ଅବମାନନା କରିବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ମିନା ରାଣୀ ମଙ୍ଗଳ ତାଙ୍କ ଚିଠିରେ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି।

fallback