Advertisement
Article Detail0/zeeodisha/odisha703007
Zee OdishaZee Odisha Crimeଅନଲାଇନ୍ ଠକେଇର ଶିକାର ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ମିଡିଆ ପରାମର୍ଶଦାତା

ଅନଲାଇନ୍ ଠକେଇର ଶିକାର ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ମିଡିଆ ପରାମର୍ଶଦାତା

ପୋଲିସକୁ ମିଳିଥିବା ଅଭିଯୋଗ ଅନୁଯାୟୀ, ସଞ୍ଜୟ ବାରୁଙ୍କ ଠାରୁ ଅନଲାଇନ୍ ଠକମାନେ ୨୪ ହଜାର ଟଙ୍କାର ଚୂନା ଲଗାଇଛନ୍ତି । ଏହି ମାମଲାରେ ପୋଲିସ ଓଲା କ୍ୟାବ ଡ୍ରାଇଭର ଅବିକ ଜାଭେଦଙ୍କୁ ଗିରଫ କରିଛି ।

ଅନଲାଇନ୍ ଠକେଇର ଶିକାର ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ମିଡିଆ ପରାମର୍ଶଦାତା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ମିଡିଆ ପରାମର୍ଶଦାତା ସଞ୍ଜୟ ବାରୁଙ୍କ ସହ ଅନଲାଇନ୍ ଠକେଇ ମାମଲା ସାମ୍ନାକୁ ଆସିଛି । ଅନଲାଇନରେ ମଦ କିଣିବା ନାଁରେ ସାଇବର ଠକମାନେ ସଞ୍ଜୟ ବାରୁଙ୍କୁ  ନିଜର ଶିକାର କରିଥିଲେ । ଏହାକୁ ନେଇ ସଞ୍ଜୟ ବାରୁ ଦକ୍ଷିଣ ଦିଲ୍ଲୀର ହୌଜ ଖାସ୍ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ପୋଲିସକୁ ମିଳିଥିବା ଅଭିଯୋଗ ଅନୁଯାୟୀ, ସଞ୍ଜୟ ବାରୁଙ୍କ ଠାରୁ ଅନଲାଇନ୍ ଠକମାନେ ୨୪ ହଜାର ଟଙ୍କାର ଚୂନା ଲଗାଇଛନ୍ତି । ଏହି ମାମଲାରେ ପୋଲିସ ଓଲା କ୍ୟାବ ଡ୍ରାଇଭର ଅବିକ ଜାଭେଦଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ଏକ ନକଲି ଅନଲାଇନ୍ ମଦ ୱେବସାଇଟ୍ ତିଆରି କରିଥିଲେ । ଲକଡାଉନ୍ ସମୟରେ ସେ ଲୋକଙ୍କୁ ଠକୁଥିଲେ ।

ପୋଲିସକୁ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, ଜୁନ୍ ୨ରେ ସଞ୍ଜୟ ବାରୁ ମଦ କିଣିବା ପାଇଁ ଅନଲାଇନରେ ସର୍ଚ୍ଚ କରୁଥିଲେ । ଗୁଗୁଲ୍ ସର୍ଚ୍ଚ ସମୟରେ ସେ ଏକ ଅନଲାଇନ୍ ଦୋକାନ ପାଇଥିଲେ । ସେ ସେଠାରୁ ନମ୍ବର ନେଇ ଫୋନ କରିଥିଲେ । ଅନ୍ୟ ପାର୍ଶ୍ୱରୁ ସେମାନଙ୍କୁ ଅନଲାଇନ୍ ପେମେଣ୍ଟ ପାଇଁ କୁହାଯାଇଥିଲା ।

Add Zee News as a Preferred Source
About the Author