ଅନଲାଇନ୍ ଠକେଇର ଶିକାର ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ମିଡିଆ ପରାମର୍ଶଦାତା
Advertisement
Article Detail0/zeeodisha/odisha703007

ଅନଲାଇନ୍ ଠକେଇର ଶିକାର ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ମିଡିଆ ପରାମର୍ଶଦାତା

ପୋଲିସକୁ ମିଳିଥିବା ଅଭିଯୋଗ ଅନୁଯାୟୀ, ସଞ୍ଜୟ ବାରୁଙ୍କ ଠାରୁ ଅନଲାଇନ୍ ଠକମାନେ ୨୪ ହଜାର ଟଙ୍କାର ଚୂନା ଲଗାଇଛନ୍ତି । ଏହି ମାମଲାରେ ପୋଲିସ ଓଲା କ୍ୟାବ ଡ୍ରାଇଭର ଅବିକ ଜାଭେଦଙ୍କୁ ଗିରଫ କରିଛି ।

ଅନଲାଇନ୍ ଠକେଇର ଶିକାର ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ମିଡିଆ ପରାମର୍ଶଦାତା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ମିଡିଆ ପରାମର୍ଶଦାତା ସଞ୍ଜୟ ବାରୁଙ୍କ ସହ ଅନଲାଇନ୍ ଠକେଇ ମାମଲା ସାମ୍ନାକୁ ଆସିଛି । ଅନଲାଇନରେ ମଦ କିଣିବା ନାଁରେ ସାଇବର ଠକମାନେ ସଞ୍ଜୟ ବାରୁଙ୍କୁ  ନିଜର ଶିକାର କରିଥିଲେ । ଏହାକୁ ନେଇ ସଞ୍ଜୟ ବାରୁ ଦକ୍ଷିଣ ଦିଲ୍ଲୀର ହୌଜ ଖାସ୍ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ପୋଲିସକୁ ମିଳିଥିବା ଅଭିଯୋଗ ଅନୁଯାୟୀ, ସଞ୍ଜୟ ବାରୁଙ୍କ ଠାରୁ ଅନଲାଇନ୍ ଠକମାନେ ୨୪ ହଜାର ଟଙ୍କାର ଚୂନା ଲଗାଇଛନ୍ତି । ଏହି ମାମଲାରେ ପୋଲିସ ଓଲା କ୍ୟାବ ଡ୍ରାଇଭର ଅବିକ ଜାଭେଦଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ଏକ ନକଲି ଅନଲାଇନ୍ ମଦ ୱେବସାଇଟ୍ ତିଆରି କରିଥିଲେ । ଲକଡାଉନ୍ ସମୟରେ ସେ ଲୋକଙ୍କୁ ଠକୁଥିଲେ ।

ପୋଲିସକୁ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, ଜୁନ୍ ୨ରେ ସଞ୍ଜୟ ବାରୁ ମଦ କିଣିବା ପାଇଁ ଅନଲାଇନରେ ସର୍ଚ୍ଚ କରୁଥିଲେ । ଗୁଗୁଲ୍ ସର୍ଚ୍ଚ ସମୟରେ ସେ ଏକ ଅନଲାଇନ୍ ଦୋକାନ ପାଇଥିଲେ । ସେ ସେଠାରୁ ନମ୍ବର ନେଇ ଫୋନ କରିଥିଲେ । ଅନ୍ୟ ପାର୍ଶ୍ୱରୁ ସେମାନଙ୍କୁ ଅନଲାଇନ୍ ପେମେଣ୍ଟ ପାଇଁ କୁହାଯାଇଥିଲା ।