ମହାରାଷ୍ଟ୍ର ମନ୍ତ୍ରୀ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଶାଳୀ
Advertisement

ମହାରାଷ୍ଟ୍ର ମନ୍ତ୍ରୀ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଶାଳୀ

ବଲିଉଡରେ କାମ କରାଇଦେବା ବାହାନାରେ ଦୁଷ୍କର୍ମ କରିଥିବା ଜଣେ ଗାୟୀକା ମୁମ୍ବାଇର ଓଶିବାରା ଥାନାରେ ଏତଲା ଦେଇଛନ୍ତି। ପୀଡିତା ସମ୍ପର୍କରେ ଧନଞ୍ଜୟଙ୍କ ଶାଳୀ ହେବେ ବୋଲି କୁହାଯାଉଛି। ସେପଟେ ବିରୋଧି ବିଜେପି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। 

ମହାରାଷ୍ଟ୍ର ମନ୍ତ୍ରୀ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଶାଳୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉଦ୍ଧବ ସରକାରଙ୍କ ମନ୍ତ୍ରୀ ତଥା NCP ନେତା ଧନଞ୍ଜୟ ମୁଣ୍ଡେଙ୍କ ବିରୁଦ୍ଧରେ ଆସିଛି ଦୁଷ୍କର୍ମ ଅଭିଯୋଗ। ବଲିଉଡରେ କାମ କରାଇଦେବା ବାହାନାରେ ଦୁଷ୍କର୍ମ କରିଥିବା ଜଣେ ଗାୟୀକା ମୁମ୍ବାଇର ଓଶିବାରା ଥାନାରେ ଏତଲା ଦେଇଛନ୍ତି। ପୀଡିତା ସମ୍ପର୍କରେ ଧନଞ୍ଜୟଙ୍କ ଶାଳୀ ହେବେ ବୋଲି କୁହାଯାଉଛି। ସେପଟେ ବିରୋଧି ବିଜେପି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। 

ମହିଳାଙ୍କ ଅଭିଯୋଗ ଅନୁସାରେ ୨୦୦୬ ମସିହାରୁ ବର୍ତ୍ତମାନର ମହାରାଷ୍ଟ୍ର ସାମାଜିକ ସୁରକ୍ଷା ମନ୍ତ୍ରୀ (Maharastra Minister) ଧନଞ୍ଜୟ ମୁଣ୍ଡେ ତାଙ୍କ ସହ ଦୁଷ୍କର୍ମ କରୁଥିଲେ। ବଲିଉଡ (Bollywood) ରେ କାମ କରାଇଦେବାର ପ୍ରତିଶ୍ରୁତି ଦେଇ ଧନଞ୍ଜୟ ଜବରଦସ୍ତି ଶାରିରୀକ ସମ୍ପର୍କ ରଖୁଥିଲେ। ଆଉ ଏହାର ଭିଡିଓ ତିଆରି କରିଥିଲେ। ପୀଡିତାଙ୍କ କହିଛନ୍ତି ଯେ, ୧୯୯୮ ମସିହାରେ ଧନଞ୍ଜୟ ମୁଣ୍ଡେ ତାଙ୍କ ଭଉଣୀଙ୍କୁ ପ୍ରେମ ବିବାହ କରିଥିଲେ। ଆଉ ଭଉଣୀଙ୍କ ଅନୁପସ୍ଥିତିରେ ସେ ଯୌନ ଶୋଷଣ (Sextual harassment) କରୁଥିଲେ।

Also Read: ଘାତକ Rope Position! ସମ୍ଭୋଗ ବେଳେ ଗଲା ଯୁବକର ଜୀବନ

ସେପେଟେ ଧନଞ୍ଜୟ ମୁଣ୍ଡେ (Dhananjay Munde) ଅଭିଯୋଗକୁ ଖଣ୍ଡନ କରିବା ସହ ସୋସିଆଲ ମିଡିଆରେ ସେଫେଇ ଦେଇଛନ୍ତି। ସେ କହିଛନ୍ତି ଯେ, ତାଙ୍କୁ ବଦନାମ ଓ ବ୍ଲାକମେଲ କରିବା ପାଇଁ ଦୁଷ୍କର୍ମ ଅଭିଯୋଗର ଷଡଯନ୍ତ୍ର କରାଯାଇଛି। ୨୦୦୩ ଠାରୁ ପତ୍ନୀ ବ୍ୟତୀତ ଅନ୍ୟ ଜଣେ ମହିଳାଙ୍କ ସହ ତାଙ୍କ ସମ୍ପର୍କ ଥିଲା। ଏକଥା ପରିବାର ଲୋକ ବି ଜାଣନ୍ତି। ସେହି ମହିଳାଙ୍କ ଠାରୁ ୨ଟି ସନ୍ତାନ ମଧ୍ୟ ହୋଇଛନ୍ତି। ଏବେ ସେମାନେ ଗୋଟିଏ ପରିବାର ଭଳି ଅଛନ୍ତି। କିନ୍ତୁ ସେହି ମହିଳାଙ୍କ ପତ୍ନି ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି।  

ଧନଞ୍ଜୟଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଆକ୍ରାମକ ହୋଇ ଉଠିଛି BJP । ଦଳ ମନ୍ତ୍ରୀଙ୍କ ଇସ୍ତଫା ସହ କୋଠରକାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି। ନିର୍ଦୋଷ ସାବ୍ୟସ୍ତ ହେବା ପର୍ଯ୍ୟନ୍ତ ଧନଞ୍ଜୟ ମୁଣ୍ଡେଙ୍କୁ ମନ୍ତ୍ରୀ ପୁଦରୁ ନିଲମ୍ବିତ କରାଯାଉ ବୋଲି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ କିରିତ ସୌମ୍ୟା (Kirit Somaiya) କହିଛନ୍ତି। ସେପେଟେ ଏତଲା ଦିଆଯାଇଥିଲେ ମଧ୍ୟ ଧନଞ୍ଜୟଙ୍କୁ ପୋଲିସ ପଚରାଉଚରା କରିନଥିବା ବିରୋଧି ଅଭିଯୋଗ କରିଛନ୍ତି।