Soweto townshipରେ ଗୁଳିକାଣ୍ଡ, ୧୪ ମୃତ
Advertisement

Soweto townshipରେ ଗୁଳିକାଣ୍ଡ, ୧୪ ମୃତ

ଜୋହାନ୍ସବର୍ଗର ସୋଏଟୋ ଟାଉନସିପସ୍ଥିତ ଏକ ଟାୱାରରେ ଗୁଳି ବିନିମୟ ହୋଇଛି। ଗୁଳିକାଣ୍ଡରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣଙ୍କ  ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଜୋହାନ୍ସବର୍ଗ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ମାମଲାର ତଦନ୍ତ ଚଳାଇଛି।

ସୌ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: ରବିବାର ସକାଳେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗର ସୋଏଟୋ ଟାଉନସିପସ୍ଥିତ ଏକ ଟାୱାରରେ ଗୁଳି ବିନିମୟ ହୋଇଛି। ଗୁଳିକାଣ୍ଡରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣଙ୍କ  ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଜୋହାନ୍ସବର୍ଗ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ମାମଲାର ତଦନ୍ତ ଚଳାଇଛି।

ଗୁଳିକାଣ୍ଡରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣଙ୍କ  ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଜୋହାନ୍ସବର୍ଗ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ମାମଲାର ତଦନ୍ତ ଚଳାଇଛି।

ସୋଏଟୋ ଟାଉନସିପସ୍ଥିତ ଏକ ଟାୱାରରେ ହୋଇଥିବା ଗୁଳିକାଣ୍ଡରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତର ହୋଇଥିବା ତିନି ଜଣ ଏବଂ ଅନ୍ୟ ଜଣେ ଆହତ ବ୍ୟକ୍ତିଙ୍କୁ କ୍ରିସ ହାନି ବରଗୱାନାଥ ଡାକ୍ତରଖାନାକୁ ନିଆଯାଇଛି। ପୋଲିସ କହିବା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ଏହି ଗୁଳି ବିନିମୟ ଘଟିଥିଲା। ଏକ ମିନିବସ୍ ଟ୍ୟାକ୍ସିରେ ଆସିଥିବା କିଛି ବ୍ୟକ୍ତି ବାରରେ ଥିବା ଲୋକମାନଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ।

Also Read: ନାଇଟ କ୍ଲବରେ ଆଖି ବୁଜିଲେ ୨୨ ଯୁବକ ଯୁବତୀ

ରବିବାର ସକାଳେ ଜୋହାନ୍ସବର୍ଗ ପୋଲିସ ସମସ୍ତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଆକ୍ରମଣରେ ଏକ ହାଇ କ୍ୟାଲେବର୍ ବନ୍ଧୁକ ବ୍ୟବହାର କରାଯାଇଥିଲା। ଆତତାୟିମାନେ ଆଖିବୁଜା ଗୁଳି ଚାଳନା କରିଥିଲେ। ଘଟଣାସ୍ଥଳରୁ ବିପୁଳ ସଂଖ୍ୟାରେ କାର୍ଟ୍ରିଜ ମିଳିଛି।

ଗୁଳିକାଣ୍ଡ ବେଳେ ଟାୱାରରୁ ବାହାରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ସଂଘର୍ଷ କରୁଥିଲେ। ଗୁଳି ମାଡ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ଇଷ୍ଟ ଲଣ୍ଡନ ସହରର ଏକ ଟାୱାରରେ ୨୧ ଜଣ ଯୁବକଙ୍କର ମୃତଦେହ ମିଳିବାର ଦୁଇ ସପ୍ତାହ ପରେ ସୋଏଟୋ ବାରରେ ଗୁଳି ବିନିମୟ ହୋଇଛି।