ଚିକିତ୍ସାଧିନ ଅବସ୍ଥାରେ ଜୀଅନ୍ତା ଜଳିଗଲେ ରୋଗୀ !
Advertisement

ଚିକିତ୍ସାଧିନ ଅବସ୍ଥାରେ ଜୀଅନ୍ତା ଜଳିଗଲେ ରୋଗୀ !

ଅଭିଯୋଗ ଅନୁସାରେ, ଗତ 6 ତାରିଖରେ ବୁର୍ଲାର ଦୀପକ ଅଗ୍ରୱାଲ ଲିଭର ସିରୋସିସ ରୋଗରେ ଆକ୍ରାନ୍ତ ହୋଇ ଗୁପ୍ତା ନର୍ସିଂହୋମର ବେଡ଼ ନମ୍ବର 20ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ସହିତ ତାଙ୍କର ପତ୍ନୀ ମଧ୍ୟ ଥିଲେ । ତେବେ ଗତ ରାତି 11ଟା ପରେ ଦୀପକଙ୍କ ପତ୍ନୀ ଘରକୁ ଗଲା ପରେ ରାତି ପ୍ରାୟ ଦେଢ଼ଟା ସମୟରେ ଦୀପକଙ୍କ ବେଡ଼ରେ ଏସିରେ ସାର୍ଟ ସର୍କିଟ ଯୋଗୁ ନିଆଁ ଲାଗିଯାଇଥିଲା । 

ଚିକିତ୍ସାଧିନ ଅବସ୍ଥାରେ ଜୀଅନ୍ତା ଜଳିଗଲେ ରୋଗୀ !

ସମ୍ୱଲପୁର: ବୁର୍ଲାର ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସାଧିନ ଅବସ୍ଥାରେ ଜୀଅନ୍ତା ଜଳିଗଲେ ରୋଗୀ । ଏମିତି ଏକ ସ୍ପର୍ଶକାତର ଘଟଣା ଘଟିଛି ସମ୍ବଲପୁର ବୁର୍ଲା ସ୍ଥିତ ଗୁପ୍ତା ନର୍ସିଂହୋମରେ ।  ଏହି ଅଭିଯୋଗ ଆଣିଛନ୍ତି ମୃତ ରୋଗୀ ଦୀପକ ଅଗ୍ରୱାଲଙ୍କ ଶଳା ସଞ୍ଜୟ ଅଗ୍ରୱାଲ । ଏନେଇ ବୁର୍ଲା ଥାନାରେ ମାମଲା ମଧ୍ୟ ରୁଜ୍ଜୁ ହୋଇଛି ।  

ଅଭିଯୋଗ ଅନୁସାରେ, ଗତ 6 ତାରିଖରେ ବୁର୍ଲାର ଦୀପକ ଅଗ୍ରୱାଲ ଲିଭର ସିରୋସିସ ରୋଗରେ ଆକ୍ରାନ୍ତ ହୋଇ ଗୁପ୍ତା ନର୍ସିଂହୋମର ବେଡ଼ ନମ୍ବର 20ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ସହିତ ତାଙ୍କର ପତ୍ନୀ ମଧ୍ୟ ଥିଲେ । ତେବେ ଗତ ରାତି 11ଟା ପରେ ଦୀପକଙ୍କ ପତ୍ନୀ ଘରକୁ ଗଲା ପରେ ରାତି ପ୍ରାୟ ଦେଢ଼ଟା ସମୟରେ ଦୀପକଙ୍କ ବେଡ଼ରେ ଏସିରେ ସାର୍ଟ ସର୍କିଟ ଯୋଗୁ ନିଆଁ ଲାଗିଯାଇଥିଲା । ଫଳରେ ଦୀପକଙ୍କ ଶରୀରର ଅଧିକାଂଶ ଭାଗ ଜଳି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଅନ୍ୟପକ୍ଷେ ମୃତ ଦୀପକଙ୍କ ଶଳା ସଞ୍ଜୟ ଅଗ୍ରୱାଲ ଦୀପକଙ୍କୁ ତାଙ୍କ ପରିବାର ଲୋକ ଷଡଯନ୍ତ୍ର କରି ନର୍ସିଂ ମାଲିକଙ୍କୁ ଧରି ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ କରିଛନ୍ତି । ସବୁଠାରୁ ବଡ଼ କଥା ହେଲା ଗୋଟିଏ ଘରୋଇ ହସ୍ପିଟାଲରେ ଜଣେ ରୋଗୀ ଜୀଅନ୍ତା ଜଳିଗଲା ଓ ହସ୍ପିଟାଲ କତ୍ତୃପକ୍ଷ କିପରି କିଛି ଜାଣି ପାରିଲେନି ତାହା ସବୁଠାରୁ ବଡ଼ ପ୍ରଶ୍ନ । ଏହା ସହ ହସ୍ପିଟାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ମଧ୍ୟ ବଡ଼ ପ୍ରଶ୍ନ ଉଠିଛି । ଏ ବାବଦରେ ଅଭିଯୋଗ କରିବା ପାଇଁ ସମ୍ବଲପୁର ଏସ ପିଙ୍କ ଦ୍ୱାରସ୍ଥ ହୋଇଥିଲେ ସଞ୍ଜୟ ଅଗ୍ରୱାଲ । ମାମଲାର ତଦନ୍ତ ପରିସରରେ ରହିଥିବା ସୂଚନା ଦେଇଛି ପୋଲିସ ।