Lovers Death: ପୁଣି ପ୍ରେମ ନେଲା ଜୀବନ, ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ
Advertisement
Article Detail0/zeeodisha/odisha1517823

Lovers Death: ପୁଣି ପ୍ରେମ ନେଲା ଜୀବନ, ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ

Lovers Death: ପ୍ରେମ ନେଲା ଜୀବନ । ଗୋଟିଏ ନୁହେଁ, ଦୁଇଟି ଜୀବନ ନେଇଛି ପ୍ରେମ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲାରେ ଭଟଲୀ ଅଞ୍ଚଳରେ । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Lovers Death: ପୁଣି ପ୍ରେମ ନେଲା ଜୀବନ, ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ

Lovers Death: ପ୍ରେମ ନେଲା ଜୀବନ । ଗୋଟିଏ ନୁହେଁ, ଦୁଇଟି ଜୀବନ ନେଇଛି ପ୍ରେମ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲାରେ ଭଟଲୀ ଅଞ୍ଚଳରେ । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ବରଗଡ ଭଟଲି ରାସ୍ତା ଟୁକୁର୍ଲ୍ଲା ଚଣ୍ଡୀମନ୍ଦିର ପାଖ କାଜୁ ବଗିଚା ଭିତରେ ଶୁକ୍ରବାର ସକାଳୁ ଦୁଇଟି ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ମୃତ ଦୁଇଜଣଙ୍କ ମଧ୍ୟରୁ ଯୁବକ ଜଣକ ହେଲେ ବରଗାଁର ନିରଞ୍ଜନ ଭୁଏ (୨୪)। ସେ ବରଗଡ଼ ଭଟଲି ଛକଠାରେ ଏକ ଗ୍ୟାରେଜ୍‌ରେ ମିସ୍ତ୍ରୀ ଭାବରେ କାମ କରୁଥିଲେ। ଯୁବତୀ ଜଣକ ହେଲେ ମେନେକା ଭୁଏ (୧୭)।  ସେ କଳାପାଣି କଲେଜର ଯୁକ୍ତ ଦୁଇ ବର୍ଷର ଛାତ୍ରୀ ଥିଲେ। ଉଭୟଙ୍କ ମୃତଦେହ କାଜୁ ବଗିଚାର ଏକ ବୁଦା ମୂଳରେ ଦେଖିବାକୁ ମିଳିଥିଲା। ଏକ ବୁଦା ମୂଳରେ ଉଭୟଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। 

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରିବା ସହ ଘଟଣାସ୍ଥଳରୁ ଏକ ବାଇକ ଓ ବିଷ ବୋତଲ ମଧ୍ୟ ଜବତ କରିଛି । ତେବେ,ଆତ୍ମହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଏହାର ପାରିପାଶ୍ବିକ ସ୍ଥିତି ଦେଖି ପୋଲିସ ଏହାକୁ ଏକ ପ୍ରେମଜନିତ ଆତ୍ମହତ୍ୟା ବୋଲି ଅନୁମାନ କରୁଛି । ତେବେ,ମୃତଦେହକୁ ଉଦ୍ଧାର କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହାସହ ଭଟଲି ପୋଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।  

ଏହାବି ପଢନ୍ତୁ : Cold Wave: ଗୋଟିଏ ଦିନରେ ଥଣ୍ତା ନେଲା ୨୫ ଜୀବନ, ଜାଣନ୍ତୁ କ'ଣ ରହିଛି ପୁରା ଘଟଣାକ୍ରମ ?

ନିକଟରେ, ଭୁବନେଶ୍ୱର ସାଲିଆସାହିର ଶ୍ରୀରାମ ନଗରରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ପ୍ରେମିକାର ଘରେ ଝୁଲି ପଡିଥିଲେ ପ୍ରେମୀଯୁଗଳ। ପ୍ରେମିକାର ଓଢଣୀରେ ପ୍ରେମିକ ଓ ରସିରେ ପ୍ରେମିକା ଝୁଲୁଥିବାର ଦେଖିବାକୁ ମିଳିଥିଲା ।   ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇ ନ ଥିବା ବେଳେ ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ଚର୍ଚ୍ଚା ହୋଇଥିଲା ।

ସୂଚନା ଅନୁସାରେ,ଗଞ୍ଜମ ଜିଲ୍ଲାର ଚିତ୍ରସେନ୍‌ ଗୌଡ଼ ବିଜୟୱାଡ଼ାରେ କାମ କରନ୍ତି। ସେ  ସାଲିଆ ସାହିରେ ରହୁଥିବା ତାଙ୍କ ପ୍ରେମିକା ପି.ବର୍ଷା ରେଡ୍ଡୀଙ୍କୁ ଦେଖା କରିବାକୁ ଆସିଥିଲେ। ସବୁଦିନ ପରି ବର୍ଷାଙ୍କ ବାପା ମାଧବ ଓ ତାଙ୍କ ମାଆ କାମକୁ ଯାଇଥିଲେ। ବର୍ଷା ଏକାକୀ ଘରେ ଥିଲେ। ଏହାର ସୁଯୋଗ ନେଇ ବର୍ଷାଙ୍କ ଘରକୁ ଆସିଥିଲେ ଚିତ୍ରସେନ। ମାଧବ ଓ ତାଙ୍କ ପତ୍ନୀ କାମରୁ ଆସି ଦେଖନ୍ତି ଘର ଭିତରେ ବର୍ଷା ଓ ଚିତ୍ରସେନଙ୍କ ଝୁଲନ୍ତା ମୃତଦେହ। ଏନେଇ ପୋଲିସ୍‌କୁ ଖବର ଦେଇଥିଲେ। ଘଟଣାସ୍ଥଳରେ କମିଶନରେଟ୍‌ ପୋଲିସ୍‌ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଏହା ଆତ୍ମହତ୍ୟା ନା ହତ୍ୟା ତାହା ଜଣାପଡ଼ି ନାହିଁ।