5 lucky Zodiac Sign: ଜାନୁଆରୀ ୮ ଅନେକ ରାଶି ଚିହ୍ନ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି। ଏହି ଦିନ ଗ୍ରହମାନଙ୍କର ଗତିବିଧିରେ ଏକ ବଡ ପରିବର୍ତ୍ତନ ଆସିବ, ଯାହା ୫ଟି ରାଶିର ବ୍ୟକ୍ତିବିଶେଷଙ୍କର ଜୀବନକୁ ଏକ ନୂତନ ଦିଗ ଦେବ। ଏହି ରାଶିର ଲୋକମାନେ ପ୍ରଗତି, ଆର୍ଥିକ ଲାଭ ଏବଂ ସୁଖ ପାଇଁ ନୂତନ ସୁଯୋଗ ପାଇବେ। ପରିବାରରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ। ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ। ଯଦି ଆପଣଙ୍କର ରାଶି ଚିହ୍ନ ମଧ୍ୟ ଏହି ୫ ମଧ୍ୟରୁ ଗୋଟିଏ, ତେବେ ଏହି ଦିନ ଆପଣଙ୍କ ପାଇଁ ଖୁସିର ବାର୍ତ୍ତା ଆଣିବ। ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶିଗୁଡ଼ିକ କ’ଣ ଏବଂ ସେମାନଙ୍କ ପାଇଁ କେଉଁ ବିଶେଷ ପରିବର୍ତ୍ତନ ଘଟିବ।
ବୃଷ ରାଶି ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ୮ ଜାନୁଆରୀ ବୁଧବାର ଆର୍ଥିକ ରୁପରେ ବେଶ ଲାଭଦାୟକ ରହିଛି। ପୁରୁଣା ନିବେଶରୁ ମୋଟା ଅଙ୍କର ରିଟର୍ଣ୍ଣ ମିଳିବ। ଘରେ ଶୁଭ କାର୍ଯ୍ୟ ହେବାର ଯୋଗ ରହିଛି। ଆତ୍ମବିଶ୍ୱାସୀ ନଜର ଆସିବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସଫଳତା ପୂର୍ବକ ନିଜ କାର୍ଯ୍ୟକୁ ଶେଷ କରିବେ।
ସିଂହ ରାଶି ୮ ଜାନୁଆରୀ ବୁଧବାର ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ଶୁଭପ୍ରଦ ରହିବାକୁ ଯାଉଛି। ଆଜି ଆପଣଙ୍କ ପରିଶ୍ରମର ସମ୍ପୂର୍ଣ୍ଣ ଫଳ ମିଳିବ। ଚାକିରିଆମାନଙ୍କୁ ପଦୋନ୍ନତି ମିଳିବାର ଯୋଗ ରହିଛି। ଏହା ସହିତ ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି। ବ୍ୟବସାୟୀମାନେ ଆଜି ମୋଟା ଅଙ୍କର ଲାଭ ରୋଜଗାର କରିବେ। ପରିବାରରେ ଖୁସିର ମାହୋଲ ରହିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ।
ବିଛା ରାଶି ବିଛା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ଫଳଦାୟୀ ରହିବ। ଅଟକି ଥିବା କାମ ସମ୍ପୂର୍ଣ୍ଣ ହେବ। ପୁରୁଣା ବିବାଦର ଅନ୍ତ ହେବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଆପଣଙ୍କ ସହିତ ସମ୍ପର୍କ ମଜବୁତ ହେବ। କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ଭବିଷ୍ୟତ ପାଇଁ ବୁଝିବିଚାରି ପଦକ୍ଷେପ ଗ୍ରହଣ କରିବେ।
ମକର ରାଶି ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜିର ଦିନଟି ବେଶ ସଫଳତାର ଦିନ ହେବାକୁ ଯାଉଛି। କ୍ୟାରିୟରରେ ସଫଳତାର ଶୀର୍ଷ ଛୁଇଁବେ। ନିବେଶରୁ ମୋଟା ଅଙ୍କର ରିଟର୍ଣ୍ଣ ପାଇବେ। ଏହା ସହିତ ସ୍ୱାସ୍ଥ୍ୟରେ ସୁଧାର ଆସିବ। ଏନର୍ଜେଟିକ ନଜର ଆସିବେ। ଫଳରେ ଆପଣ ବେଶ ସକ୍ରିୟ ଭାବେ ନିଜର କାର୍ଯ୍ୟ ଶେଷ କରିବେ।
ମୀନ ରାଶି ମୀନ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ଶୁଭପ୍ରଦ ରହିବ। ନୂଆ ଆରମ୍ଭ କରିବା ପାଇଁ ଯୋଗ ରହିଛି। ଭ୍ରମଣ ଯୋଗ ରହିଛି। ପାରିବାରିକ ଓ ବ୍ୟକ୍ତିଗତ ସମ୍ପର୍କ ମଜଭୁତ ହେବ। ଏହା ସହିତ ନିଜ ବ୍ୟକ୍ତିଗତ ଜୀବନରେ କିଛି ସକରାତ୍ମକ ପରିବର୍ତ୍ତନର ସୁଯୋଗ ମିଳିବ।
ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ,ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬
Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़