ସୁନା ଚେନ ଲୁଟି ଫେରାର ମାରୁଥିଲେ, ଦୁର୍ଘଟଣାରେ ଗୁରୁତର
Advertisement

ସୁନା ଚେନ ଲୁଟି ଫେରାର ମାରୁଥିଲେ, ଦୁର୍ଘଟଣାରେ ଗୁରୁତର

ସୂଚନା ମୁତାବକ, ଗୁରୁବାର ଧଉଳି ନିକଟରେ ଏମିତି କିଛି ଘଟିଥିଲା । 

ଫଟୋ ସୌଜନ୍ୟ: ଜୀ ମିଡିଆ

ସରୋଜ ବେହେରା, ଭୁବନେଶ୍ୱର: ସୁନା ଚେନ ଲୁଟି ଫେରାର ମାରୁଥିଲେ । ଦୁର୍ଘଟଣାର ଶିକାର ହେଲେ । ଏଥିରେ ଗୁରୁତର ଆହତ ହୋଇଛନ୍ତି ଦୁଇ ଲୁଟେରା । ଭୁବନେଶ୍ୱର ଧଉଳି ନିକଟରେ ଦେଖିବାକୁ ମିଳିଛି ଏମିତି କିଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ସୂଚନା ମୁତାବକ, ଗୁରୁବାର ଧଉଳି ନିକଟରେ ଏମିତି କିଛି ଘଟିଥିଲା । ସୁନା ଚେନ ଲୁଟି ଫେରାର ମାରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଦୁଇ ଲୁଟେରା । ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ପରିଚୟ ମିଳିପାରିନାହିଁ  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।