ଭକ୍ତଙ୍କ ପାଇଁ ଅସୁରକ୍ଷିତ ଶ୍ରୀମନ୍ଦିର! ଡାକ୍ତରଙ୍କ ବେକରୁ ସୁନା ଚେନ୍ ଲୁଟ୍ ଅଭିଯୋଗ
Advertisement

ଭକ୍ତଙ୍କ ପାଇଁ ଅସୁରକ୍ଷିତ ଶ୍ରୀମନ୍ଦିର! ଡାକ୍ତରଙ୍କ ବେକରୁ ସୁନା ଚେନ୍ ଲୁଟ୍ ଅଭିଯୋଗ

ଶ୍ରୀମନ୍ଦିରରେ ପୁଣି ଛିନତାଇ ହୋଇଛି। ମହିଳା ଭକ୍ତଙ୍କ ବେକରୁ ସୁନା ଚେନ୍ ଲୁଟ ହୋଇଥିବା ଅଭିଯୋଗ ଆସିଛି। ତେବେ ଏହି ଘଟଣାକୁ କୌଣସି ଲିଖିତ ଅଭିଯୋଗ ହୋଇନାହିଁ।

ଫାଇଲ ଫଟୋ

ପୁରୀ: ପୁଣି ଶ୍ରୀମନ୍ଦିରରେ ଲାଗିଲା କଳଙ୍କ! ଭକ୍ତଙ୍କ ପାଇଁ ଅସୁରକ୍ଷିତ ବଡଦେଉଳ! ମହିଳା ଭକ୍ତଙ୍କ ବେକରୁ ସୁନା ଚେନ୍ ଲୁଟ୍ ଅଭିଯୋଗ ହୋଇଛି। ଶନିବାର ସକାଳ ଦର୍ଶନ କରିବାକୁ ଯାଇଥିବା ସମୟରେ ଲୁଟ ହୋଇଥିବା ସନ୍ଦେହ କରାଯାଉଛି।

ଶ୍ରୀମନ୍ଦିରରେ ପୁଣି ଛିନତାଇ ହୋଇଛି। ମହିଳା ଭକ୍ତଙ୍କ ବେକରୁ ସୁନା ଚେନ୍ ଲୁଟ ହୋଇଥିବା ଅଭିଯୋଗ ଆସିଛି। ତେବେ ଏହି ଘଟଣାକୁ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ତଥାପି ସିଂହଦ୍ୱାର ଥାନା ପୋଲିସ ତଦନ୍ତ ଚଳାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଲୁଟେରା ବିଷୟରେ କୌଣସି ସୂଚନା ମିଳିପାରି ନାହିଁ।

Also Read: ବ୍ଲାକ ପଲସର ଆତଙ୍କ! ବ୍ୟକ୍ତିଙ୍କଠାରୁ ୪୫ ହଜାର ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ, CCTV ରେ କଏଦ ହେଲା

ଲୁଟର ଶିକାର ହୋଇଥିବା ଭକ୍ତ ପେଶାରେ ଜଣେ ଡାକ୍ତର, ତାଙ୍କ ନାମ କଳ୍ପଲତା ପତି ଓ ସେ ପୁରୀର ବାସିନ୍ଦା। କଳ୍ପଲତାଙ୍କ ଅନୁସାରେ, ଶନିବାର ସକାଳେ ପ୍ରାୟ ୯ଟା ସମୟରେ ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରିବା ସମୟରେ ଦେଖିଲେ ତାଙ୍କ ବେକରେ ସୁନା ଚେନ୍ ନଥିଲା। ଏନେଇ ସେ ସିଂହଦ୍ୱାର ଥାନାରେ ପହଞ୍ଚି ଆଇଆଇସିଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ସିଂହଦ୍ୱାର ଥାନା ଆଇଆଇସି ଗେଲ୍ଲି କୁମାରୀ ସାହୁ କହିଛନ୍ତି ଯେ, ଲୁଟର ଶିକାର ହୋଇଥିବା ମହିଳା ଲିଖିତ ଅଭିଯୋଗ କରିନାହାନ୍ତି। ମାମଲାର ତଦନ୍ତ ଚାଲିଛି। ଏହି ମାମଲାରେ କୌଣସି ଅଭିଯୁକ୍ତଙ୍କୁ ଟିହ୍ନଟ କରାଯାଇନାହିଁ। ତେବେ ଏହା ପ୍ରଥମ ଥର ନୁହେ, ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କ ଠାରୁ ଲୁଟ ହେବା ଅଭିଯୋଗ ଆସିଛି। ନିଜ ସୁରକ୍ଷା ପାଇଁ ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ପୁରୀରେ ଅସୁରକ୍ଷିତ ମନେ କରୁଛନ୍ତି।