ନୂଆଦିଲ୍ଲୀ: କଟକରେ ନକଲି ଔଷଧ ଚିହ୍ନଟ ହେବା ପରେ ଏବେ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଯାହାକୁ ସ୍ୱାଗତ କରିଛି ଉତ୍କଳ ଡ୍ରଗ୍ସ ଆସୋସିଏସନ । ସାରା ଦେଶରେ ରହିଛି ଅନେକ ପ୍ରକାର ଔଷଧ ଉତ୍ପାଦନକାରୀ କମ୍ପାନୀ । ମାତ୍ର କେନ୍ଦ୍ର ଡ୍ରଗ୍ସ କଣ୍ଟ୍ରୋଲର ଯଦି ଅନଲାଇନରେ ଲାଇସେନ୍ସପ୍ରାପ୍ତ କମ୍ପାନୀଗୁଡ଼ିକର ଡାଟାବେସ ପ୍ରସ୍ତୁତ କରିବ ତେବେ କିଣୁଥିବା ବ୍ୟବସାୟୀ ଠକାମିରେ ପଡ଼ିବେ ନାହିଁ କହିଛି ସଂଘ। ପଞ୍ଜାବ, ଦିଲ୍ଲୀ ଏବଂ ଅରୁଣାଚଳ ପ୍ରଦେଶ ନକଲି ଔଷଧର ପେଣ୍ଠସ୍ଥଳି ବୋଲି କହିଛନ୍ତି ଚିକିତ୍ସା ବିଶେଷଜ୍ଞ । ଅପରପଟେ THE DRUGS AND COSMETICS ଆଇନର ଧାରା-୩୨ ଅନୁଯାୟୀ ଏହାଉପରେ କେବଳ ଡ୍ରଗ୍ସ ଅଧିକାରୀଙ୍କର ହିଁ ତଦନ୍ତ କ୍ଷମତା ରହିଛି।  କ୍ରାଇମବ୍ରାଞ୍ଚର ତଦନ୍ତ ନେଇ କୌଣସି କ୍ଷମତା ନ ଥିବା ବେଳେ ଏହା କେବଳ ତଦନ୍ତରେ ସହଯୋଗ କରିବ ବୋଲି କହିଛନ୍ତି ଆଇନଜୀବୀ।


  • COMMERCIAL BREAK
    SCROLL TO CONTINUE READING

    କେତେ ଗହୀରରେ ନକଲି ଔଷଧ କାରବାରର ଚେର !


କୋରୋନା କାଳରେ ବଜାରରେ ନକଲି କୋରୋନା ଔଷଧ । କଟକରୁ ଜବତ ଔଷଧର ରିପୋର୍ଟ ଆସିବା ପରେ ଏବେ କ୍ରାଇମବ୍ରାଞ୍ଚ ଏସଟିଏଫ ଓ ଡ୍ରଗ୍ସ ବିଭାଗ ମିଳିତ ଭାବରେ କରିବେ ଖୋଳତାଡ଼ । ଯାହାକୁ ସ୍ୱାଗତ କରିଛି ଉତ୍କଳ ଡ୍ରଗ୍ସ ସଂଘ । ଏଥିସହ ଜବତ ହୋଇଥିବା ସମ୍ପୃକ୍ତ କମ୍ପାନୀକୁ ସଂଘ କଳା ତାଲିକାଭୁକ୍ତ କରିଥିବା ବେଳେ ରାଜ୍ୟରେ ସେହି କମ୍ପାନୀର ଔଷଧ ବିକ୍ରି ନ କରିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ। ଔଷଧ ପ୍ରସ୍ତୁତ କରୁଥିବା ଏକାଧିକ କମ୍ପାନୀକୁ ଆଇନସମ୍ମତ ଭାବରେ ଲାଇସେନ୍ସ ମିଳି ନ ଥିବା ଅଭିଯୋଗ କରିଛି ସଂଘ । ଏପରିକି ଔଷଧର ପ୍ରଡକ୍ସନ ମ୍ୟାନୁଫାକଚରିଂ ଲାଇସେନ୍ସ ଓ ଆନାଲିଟିକାଲ ରିପୋର୍ଟ ଦେଖିବା ବି କଷ୍ଟସାଧ୍ୟ।


Also Read: ବାଟରେ ଥିଲା ବାରାତ୍, କନ୍ୟା ହୋଇଗଲା ଫେରାର୍


ଯାହାଫଳରେ ଯାଞ୍ଚ ନ କରିପାରି ବ୍ୟବସାୟୀମାନେ ଠକାମିରେ ପଡ଼ିଯାଉଛନ୍ତି । ତେଣୁ ଏହି ସମସ୍ତ ତଥ୍ୟ ଅନଲାଇନରେ ଉପଲବ୍ଧ କରାଯାଏ ତେବେ ହୋଲସେଲରଠାରୁ ରିଟେଲର ଯାଏଁ ଔଷଧ (Corona Medicine) ବାବଦରେ ଯାଞ୍ଚ କରି କିଣିପାରିବେ ବୋଲି କହିଛନ୍ତି ସଂଘର ସଭାପତି । ବର୍ତ୍ତମାନ ଦେଶରେ ୩୫ ପ୍ରତିଶତ ନକଲି ଔଷଧ କାରବାର ହେଉଛି । ହରିଆଣା, ଦିଲ୍ଲୀ, ପଞ୍ଜାବ ଓ ହିମାଚଳ ପ୍ରଦେଶରେ ବିପୁଳ ପରିମାଣରେ ନକଲି ଔଷଧ ପ୍ରସ୍ତୁତ ହେଉଥିବା କୁହନ୍ତି ବିଶେଷଜ୍ଞ । 


Also Read: ଶୀତଳ ଷଷ୍ଠୀ: ବରଯାତ୍ରୀ ଧରି ବରବେଶରେ ବାହାରିବେ ଦେବଦେବ ମହାଦେବ


ଅପରପଟେ ନକଲି ଔଷଧ କାରବାର ପାଇଁ କ୍ରାଇମବ୍ରାଞ୍ଚ (Crime Branch) ର ତଦନ୍ତ କ୍ଷମତା ନଥିବା କହିଛନ୍ତି ଆଇନ ବିଶେଷଜ୍ଞ । ପୋଲିସ କେବଳ ଡ୍ରଗ୍ସ ବିଭାଗକୁ ତଦନ୍ତରେ ସହଯୋଗ କରିପାରିବ । କେନ୍ଦ୍ର ସରକାରଙ୍କ 'ଦି ଡ୍ରଗ୍ସ ଆଣ୍ଡ କସମେଟିକ୍ସ' (The Drugs and Cosmetics)ଆଇନର ଧାରା-୩୨ରେ ଏହା ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି। ଔଷଧ ସମ୍ପର୍କିତ ଯେ କୌଣସି ତଦନ୍ତ କ୍ଷମତା କେବଳ ଡ୍ରଗ୍ସ ଇନ୍ସପେକ୍ଟରଙ୍କର ରହିଛି । ପୋଲିସ ପାଖରେ ତଦନ୍ତ, ଚାର୍ଜସିଟ କିମ୍ବା ଗିରଫ କରିବାର କ୍ଷମତା ନାହିଁ । ଯଦି କୌଣସି ଅଭିଯୁକ୍ତ ଫେରାର ଅଛି, ଡ୍ରଗ୍ସ ବିଭାଗ ସ୍ପେଶାଲ କୋର୍ଟଙ୍କୁ ଅବଗତ କରିବା ପରେ ହିଁ ପୋଲିସର ସହାୟତା ନେଇପାରିବେ। 


Also Read: ପ୍ରେମ ପାଇଁ ପାଗଳ: ବନ୍ଧୁକ ମୁନରେ ପ୍ରେମିକାର ମାମୁଁ ଘର ଲୋକେ ବନ୍ଦୀ


ନଚେତ କେନ୍ଦ୍ର କିମ୍ୱା ରାଜ୍ୟ ସରକାରଙ୍କ ଦ୍ୱାରା ଜଣେ ଗେଜେଟେଡ୍ ଅଫିସରଙ୍କ ଦ୍ୱାରା ତଦନ୍ତ କରାଯାଇପାରିବ ବୋଲି ଧାରାରେ ଉଲ୍ଲେଖ ରହିଛି । ସେପଟେ ଡିଜିପି (Police DG) କହିଛନ୍ତି, ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଏକ ସ୍ପେଶାଲ ଟାସ୍କଫୋର୍ସ ଗଠନ କରିଛି । ଖୁବ୍ ଶୀଘ୍ର ତଦନ୍ତ ଆରମ୍ଭ ହେବ। ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କ୍ରାଇମ ବ୍ରାଞ୍ଚ STF ଅଫିସରେ ପହଞ୍ଚି ଆଲୋଚନା କରିଥିଲେ ଷ୍ଟେଟ୍ ଡ୍ରଗ୍ସ କଣ୍ଟ୍ରୋଲର । କୋରୋନା କାଳରେ ନକଲି ଔଷଧର କାରବାର ରାଜ୍ୟବାସୀଙ୍କୁ ଚକିତ କରିଛି।  ତେବେ ନକଲି ଔଷଧ ପ୍ରସ୍ତୁତ କରୁଥିବା କମ୍ପାନୀର ଚେର ଖୋଜି ପାଇବାରେ ସରକାର କେତେଦୂର ସକ୍ଷମ ହେଉଛନ୍ତି ତାହା ସମୟ ହିଁ କହିବ।