ପ୍ରେମ ପାଇଁ ପାଗଳ: ବନ୍ଧୁକ ମୁନରେ ପ୍ରେମିକାର ମାମୁଁ ଘର ଲୋକେ ବନ୍ଦୀ
Advertisement

ପ୍ରେମ ପାଇଁ ପାଗଳ: ବନ୍ଧୁକ ମୁନରେ ପ୍ରେମିକାର ମାମୁଁ ଘର ଲୋକେ ବନ୍ଦୀ

ବନ୍ଧୁକ ଜବତ କରି ଟାଉନ ଥାନାରେ ବିକ୍ରମକୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ। ତେବେ ପ୍ରେମ ନା ଅନ୍ୟ କିଛି ରହସ୍ୟ ନେଇ ଘରକୁ ଯୁବକ ପଶିଥିଲା,  ସେନେଇ ତଦନ୍ତ ଚାଲିଥିବା ଏସପି କହିଛନ୍ତି ।

ପ୍ରେମ ପାଇଁ ପାଗଳ: ବନ୍ଧୁକ ମୁନରେ ପ୍ରେମିକାର ମାମୁଁ ଘର ଲୋକେ ବନ୍ଦୀ

ବଲାଙ୍ଗୀର: ପ୍ରେମ ପାଇଁ ମହାନାଟକ । ବନ୍ଧୁକ ମୁନରେ ପ୍ରେମିକାର ମାମୁ ଘର ଲୋକେ ବନ୍ଦୀ । ଦୀର୍ଘ ୫ ଘଣ୍ଟାର ଅପରେସନ ପରେ ପରିବାର ଲୋକଙ୍କୁ ଉଦ୍ଧାର ସହ ଉନ୍ମକ୍ତ ଯୁବକ ବିକ୍ରମ ପଣ୍ଡାଙ୍କୁ କାବୁ କଲା ବଲାଙ୍ଗିର ପୋଲିସ । ବନ୍ଧୁକ ଜବତ କରି ଟାଉନ ଥାନାରେ ବିକ୍ରମକୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ। ତେବେ ପ୍ରେମ ନା ଅନ୍ୟ କିଛି ରହସ୍ୟ ନେଇ ଘରକୁ ଯୁବକ ପଶିଥିଲା,  ସେନେଇ ତଦନ୍ତ ଚାଲିଥିବା ଏସପି କହିଛନ୍ତି ।

ପ୍ରେମିକର ବନ୍ଧୁକ ମୁନରେ ପ୍ରେମିକାର ମାମୁ ଘର । ଫିଲ୍ମ ଷ୍ଟାଇଲ (Film Style) ରେ ସମସ୍ତଙ୍କୁ ଚ୍ୟାଲେଞ୍ଜ କଲା ପାଗଳ ପ୍ରେମୀ । ଦୁଇ ରାଉଣ୍ଡ ଗୁଳି ବି ଫୁଟିଲା । ନିଜ ଜିଦରେ ଅଟଳ ରହି ସମସ୍ତଙ୍କୁ ତାଗିଦ୍ କଲା ତାଲପାଲି ପଡ଼ାର ବିକ୍ରମ ପଣ୍ଡା । ଭାଣିଜୀକୁ ଡାକିବାକୁ ଧମକ ଦେଇଥିଲା । ଏ ଖବର ଜଣାପଡ଼ିବା ପରେ ସହରରେ ଚହଳ ସୃଷ୍ଟି ହୋଇଥିଲା। ପୋଲିସ ଓ ଓଡ୍ରାଫ୍ (Odraf) ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ସହ ସହରର ବହୁ ଲୋକଙ୍କ ଗହଳି ଲାଗିଥିଲା । ହେଲେ ବନ୍ଧୁକ ଧାରୀ ଯୁବକକୁ କାବୁ କରିବା ଓ ପରିବାର ଲୋକଙ୍କୁ ତା' କବଳରୁ ଉଦ୍ଧାର କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା। 

Also Read:ଗୁଣି ସନ୍ଦେହରେ ବାପା-ପୁଅକୁ ହତ୍ୟା ଘଟଣା: ଗୋଟିଏ ଗ୍ରାମର ୧୨ ଗିରଫ

ଦୀର୍ଘ ୫ ଘଣ୍ଟାର କସରତ ପରେ ପୋଲିସ ପରିବାର ଲୋକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା । ଏହି ସମୟରେ ଯୁବକ ବିକ୍ରମ ପଣ୍ଡା ଦୁଇ ରାଉଣ୍ଡ  ଗୁଳି ଚଳାଇ ଥିବା ଏସପି ସୂଚନା ଦେଇଛନ୍ତି । ବିକ୍ରମକୁ ଟାଉନ୍ ଥାନାରେ ଅଟକ ରଖି ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।

Also Read: ଅଜବ ତ୍ରିକୋଣୀୟ ପ୍ରେମ କାହାଣୀ! ଏକା ସାଙ୍ଗରେ ଗର୍ଭବତୀ ହେବାକୁ ଚାହୁଁଛନ୍ତି ଯମଜ ଭଉଣୀ
 
କେମିତି ଥିଲା ଅପରେସନ...

ଘରର ପଛ ପଟ ଝରକା ପଟେ ଓଡ୍ରାଫ କର୍ମଚାରୀ ଘର ଭିତରକୁ ପ୍ରବେଶ କରିଥିଲେ। ୩ ଜଣଙ୍କୁ ଝରକା ପଟେ ଉଦ୍ଧାର କରିଥିଲେ ଓଡ୍ରାଫ୍ କର୍ମଚାରୀ । ଏହାପରେ ବିକ୍ରମକୁ କାବୁ କରିବା ପାଇଁ କୌଶଳ ଆପଣେଇଥିଲା ପୋଲିସ। ଘର ଆଗ ପଟେ ପୋଲିସ କବାଟ ବାଡେଇଥିଲା । ସେହି ସମୟରେ ବିକ୍ରମ ଦୁଇ ରାଉଣ୍ଡ ଗୁଳି ଚଳାଇ ଥିଲା । ଘର ଆଗ ପଟେ ବିକ୍ରମକୁ କଥାବାର୍ତ୍ତାରେ ବ୍ୟସ୍ତ ରଖିଥିଲେ ପୋଲିସ କର୍ମଚାରୀ । ଅନ୍ୟପଟେ ଘର ପଛ ପଟରୁ ଆସି ବିକ୍ରମକୁ କାବୁ କରିଥିଲେ ଓଡ୍ରାଫ୍ ଟିମ (ODRAF Team) । ଏହାପରେ ପୋଲିସ ମାଡ଼ି ବସି ତା'ଠାରୁ ବନ୍ଧୁକ ଜବତ କରିଥିଲେ । ଏହାପରେ ପୋଲିସ ବିକ୍ରମକୁ ଥାନାରେ ଅଟକ ରଖିଛି।