ଶୀତଳ ଷଷ୍ଠୀ: ବରଯାତ୍ରୀ ଧରି ବରବେଶରେ ବାହାରିବେ ଦେବଦେବ ମହାଦେବ
Advertisement
Article Detail0/zeeodisha/odisha921266

ଶୀତଳ ଷଷ୍ଠୀ: ବରଯାତ୍ରୀ ଧରି ବରବେଶରେ ବାହାରିବେ ଦେବଦେବ ମହାଦେବ

ବିଭିନ୍ନ ଯାତ୍ରା କମିଟି ଓ ମାତା ପାର୍ବତୀଙ୍କୁ କନ୍ୟା ରୂପରେ ପାଇଥିବା ପରିବାର ଗୁଡ଼ିକରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ସର୍ବପୁରାତନ ଯାତ୍ରା କମିଟି ନନ୍ଦପଡ଼ା, ଝାଡ଼ୁଆପଡ଼ା, ମୁଦିପଡ଼ା ସମେତ ବଡ଼ବଜାର, ଠାକୁରପଡ଼ା, ବାଲିବନ୍ଧା ଆଦି ଯାତ୍ରା କମିଟି ପକ୍ଷରୁ ଏଥିପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି।

ଶୀତଳ ଷଷ୍ଠୀ: ବରଯାତ୍ରୀ ଧରି ବରବେଶରେ ବାହାରିବେ ଦେବଦେବ ମହାଦେବ

ସମ୍ବଲପୁର: ତିନିଶହ ବର୍ଷ ପୁରୁଣା ଶୀତଳଷଷ୍ଠୀ ଯାତ୍ରାକୁ ନେଇ ସମ୍ବଲପୁରବାସୀଙ୍କ ମନରେ ଉତ୍ସାହ । ଧରାପୃଷ୍ଠରେ ମାନବୀୟ ରୀତିନୀତିରେ  ହେବ ଦେବ ବିବାହ । ଆଜି ରାତିରେ  ଦେବଦେବ ମହାଦେବ ମାତା ପାର୍ବତୀଙ୍କ ସହ ବିବାହ ପାଇଁ ବରବେଶରେ ବାହାରିବେ। ବୁଧବାର ଭୋର ସମୟରେ ମହାଦେବଙ୍କର ଜଗତ୍ ଜନନୀ ମାତା ପାର୍ବତୀଙ୍କ ସହ  ହାତଗଣ୍ଠି ପଡ଼ିବ। 

ଏଥିପାଇଁ ବିଭିନ୍ନ ଯାତ୍ରା କମିଟି ଓ ମାତା ପାର୍ବତୀ ( Goddess Parvati) ଙ୍କୁ କନ୍ୟା ରୂପରେ ପାଇଥିବା ପରିବାର ଗୁଡ଼ିକରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।  ଆଜି  ରାତିରେ ବର ଶୋଭାଯାତ୍ରା ପୂର୍ବରୁ ଦିନତମାମ ବିଭିନ୍ନ ପଡ଼ାରେ ଗଣ୍ଠାଳଫିଟା, ମାତା ପାର୍ବତୀଙ୍କ ପିତୃଳୟ ଗମନ, ହଳଦୀ, ତୈଳାଭିଷେକ, ମହା ସ୍ନାନ, ରୁଦ୍ରାଭିଷେକ,  ସ୍ବତନ୍ତ୍ର ଭୋଗ, ବରବେଶ, ମହାଆଳତି ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। 

Also Read: ଚଳିତ ବର୍ଷ ହଜ୍ ପାଇଁ ଯାଇପାରିବେ ନାହିଁ ଭାରତୀୟ, ଏହି କାରଣରୁ ବାତିଲ ହେଲା ସମସ୍ତ ଆବେଦନ

ସର୍ବପୁରାତନ ଯାତ୍ରା କମିଟି ନନ୍ଦପଡ଼ା, ଝାଡ଼ୁଆପଡ଼ା, ମୁଦିପଡ଼ା ସମେତ ବଡ଼ବଜାର, ଠାକୁରପଡ଼ା, ବାଲିବନ୍ଧା ଆଦି ଯାତ୍ରା କମିଟି ପକ୍ଷରୁ ଏଥିପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ଗତକାଲି ସମ୍ପନ୍ନ ହୋଇଛି ସମ୍ବଲପୁର (Sambalpur) ଶୀତଳଷଷ୍ଠୀ (Sitalsasthi)ଯାତ୍ରା ର ହନୁମାନ ନିଉତା ନୀତି। ଏହାକୁ ଦେବ ନିମନ୍ତ୍ରଣ ବା ଗୁଆ ଗୁଣ୍ଡା ମଧ୍ୟ କୁହାଯାଏ। 

Also Read: ପ୍ରେମ ପାଇଁ ପାଗଳ: ବନ୍ଧୁକ ମୁନରେ ପ୍ରେମିକାର ମାମୁଁ ଘର ଲୋକେ ବନ୍ଦୀ

ପରମ୍ପରା ମୁତାବକ ଦେବ ବିବାହ ର ନିମନ୍ତ୍ରଣ ଦେବାକୁ ଭଗବାନ ହନୁମାନ ବାହାରି ଥିଲେ। ମନ୍ଦିର ରୁ ବାହାରିବା ପୂର୍ବରୁ ପାରମ୍ପରିକ ରୀତିନୀତି ଅନୁସାରେ ହନୁମାନ ଙ୍କ ପୂଜାର୍ଚ୍ଚନା ଓ ଆଳତି ହୋଇଥିଲା।ଏହା ପରେ ଭଗବାନ ହନୁମାନ (Lord Hanuman) ସମସ୍ତ ଦେବା ଦେବୀ ମନ୍ଦିର ରେ ଦେବ ବିବାହ ପାଇଁ ନିମନ୍ତ୍ରଣ କରିଛନ୍ତି।