ସିନିୟର ପୁରୁଷ ଟି୨୦ କ୍ରିକେଟ: ରେଲଓ୍ୱେକୁ ହରାଇ କଟକଏ ଚାମ୍ପିଅନ
Advertisement

ସିନିୟର ପୁରୁଷ ଟି୨୦ କ୍ରିକେଟ: ରେଲଓ୍ୱେକୁ ହରାଇ କଟକଏ ଚାମ୍ପିଅନ

  ଆନ୍ତଃ ଜିଲ୍ଲା ସିନିୟର ପୁରୁଷ ଟି-୨୦ କ୍ରିକେଟ ଲିଗ ୨୦୨୦ରେ କଟକ-ଏ ଚମ୍ପିୟାନ ହୋଇଛି। ରେଲୱେକୁ ୮ ରନରେ ହରାଇ କଟକ-ଏ ଚମ୍ପିୟାନ ହୋଇଛି । ଗତ ୧୪ ତାରିଖ ଠାରୁ ଆରମ୍ଭ ହୋଇ ଥିଲା ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଆୟୋଜିତ ଆନ୍ତ ଜିଲ୍ଲା ସିନିୟର ପୁରୁଷ ଟି-୨୦ କ୍ରିକେଟ ଲିଗ ୨୦୨୦। ଆଜି ବାରବାଟି ଷ୍ଟାଡିୟମର ଫ୍ଲୁଡ଼ ଲାଇଟ

ସିନିୟର ପୁରୁଷ ଟି୨୦ କ୍ରିକେଟ: ରେଲଓ୍ୱେକୁ ହରାଇ କଟକଏ ଚାମ୍ପିଅନ

ଚିନ୍ନଂ ଜଗନ୍ନାଥ ପାତ୍ର, କଟକ:  ଆନ୍ତଃ ଜିଲ୍ଲା ସିନିୟର ପୁରୁଷ ଟି-୨୦ କ୍ରିକେଟ ଲିଗ ୨୦୨୦ରେ କଟକ-ଏ ଚମ୍ପିୟାନ ହୋଇଛି। ରେଲୱେକୁ ୮ ରନରେ ହରାଇ କଟକ-ଏ ଚମ୍ପିୟାନ ହୋଇଛି । ଗତ ୧୪ ତାରିଖ ଠାରୁ ଆରମ୍ଭ ହୋଇ ଥିଲା ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଆୟୋଜିତ ଆନ୍ତ ଜିଲ୍ଲା ସିନିୟର ପୁରୁଷ ଟି-୨୦ କ୍ରିକେଟ ଲିଗ ୨୦୨୦। ଆଜି ବାରବାଟି ଷ୍ଟାଡିୟମର ଫ୍ଲୁଡ଼ ଲାଇଟରେ ଉଦଯାପନୀ ମ୍ୟାଚ ଖେଳା ଯାଇଥିଲା।

ଟସ ହାରି ବ୍ୟାଟିଂ ଆରମ୍ଭ କରିଥିବା କଟକ-ଏ ନିର୍ଦ୍ଧାରିତ 20 ଓଭର ଖେଳିବାରେ ଅସମର୍ଥ ହୋଇଥିଲା। ୧୯.୫ ଓଭରରେ ମାତ୍ର ୧୩୦ ରନ କରି ଅଲ ଆଉଟ ହୋଇଥିଲା ଦଳ। ଦଳ ପକ୍ଷରୁ ରାମଚନ୍ଦ୍ର ବେହେରା ସର୍ବାଧିକ ୩୪ ରନ କରିଥିଲା ବେଳେ ଅଧିନାୟକ ବିପ୍ଳବ ୩୨ ରନ କରି ପାଭିଲିୟନ ଫେରିଥିଲେ। ଘରୋଇ ଟ୍ରାକର ଫାଇଦା ନେଇ ଆଲୋକ ମଙ୍ଗରାଜ , ଜୟନ୍ତ ବେହେରା ଓ ସୂର୍ଯ୍ୟକାନ୍ତ ପ୍ରଧାନ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ଫଳରେ ଦଳ ମାତ୍ର ୧୩୦ ରନ କରିବାରେ ସମର୍ଥ ହୋଇଥିଲା ।ଅନ୍ୟପଟେ ବିଜୟ ଲକ୍ଷ କୁ ପିଛା କରିବାରେ ଅସମର୍ଥ ହୋଇଥିଲା ବିପକ୍ଷ ରେଲୱେ । ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୧୨୩ ରନ ହିଁ ସଂଗ୍ରହ କରିଥିଲା ଦଳ । ଟିମ ପକ୍ଷରୁ ରାଜେଶ ମହାନ୍ତି ସର୍ବାଧିକ ୩୫ ରନ କରିଥିଲା ବେଳେ ଅଙ୍କିତ ଯାଦବ ୨୮ ରନ କରିଥିଲେ । ତେବେ ଏହି ମ୍ୟାଚ ହୋଇଥିଲା ବେଶ ରୋମଞ୍ଚକର ।

ଦୀର୍ଘ ୯ ମାସ ପରେ ପୁଣିଥରେ ଟ୍ରାକକୁ ଫେରିଛି ଓଡିଶା କ୍ରିକେଟ । ନୂଆ ଖେଳାଳିଙ୍କୁ ନୂଆ ସୁଯୋଗ ଦେବା ପାଇଁ ଓଡିଶା କ୍ରିକେଟ ଆସୋସିଏସନ ଆରମ୍ଭ କରିଥିଲା ଅନ୍ତଃଜିଲ୍ଲା ସିନିୟର ମେନ୍‌ ଟି ୨୦। ୩୭ ଟିମକୁ ନେଇ ୬ଟି ଗ୍ରୁପରେ ଭୂବନେଶ୍ୱର ଓ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ଖେଳ। ଏଥର ପୁରୁଣା କ୍ରିକେଟରଙ୍କ ସହିତ ଅନେକ ଅନେକ ନୂଆ ଖୋଳୀଳୀଙ୍କୁ ନୂଆ ସୁଯୋଗ ମିଲିଛି । କରୋନା ଯୋଗୁଁ ରାଜ୍ୟରେ କ୍ରିକେଟ ସଂପୂର୍ଣ୍ଣରୂପେ ଠପ ହୋଇଯାଇଥିଲା । ଦୀର୍ଘ ମାସ ପରେ କ୍ରିକେଟର ମଇଦାନକୁ ଖେଳାଳୀ ଓ କୋଚ ଓହ୍ଲାଇଥିବାରୁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦୁଇଗୁଣା ରହିଥିଲା ।

କୋରନାର ସମସ୍ତ ଗାଇଡଲାଇନକୁ ଅଧିକା ଗୁରୁତ୍ୱ ଦେଇଛି ଓଡିଶା କ୍ରିକେଟ ଆସୋସିଏସନ । ପ୍ରତିଟି ମ୍ୟାଚ ପୂର୍ବରୁ କୋଚ ଠାରୁ ଆରମ୍ଭ କରି ଖେଳାଳୀ ଓ ଅଫିସିଆଲ୍‌ ଟିମର କୋଭିଡ ଟେଷ୍ଟ ପରେ ହିଁ ପଡିଆକୁ ଓହ୍ଲାଉଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ରେ ପ୍ରତ୍ୟେକ ଦିନ କଟକ ଭୂବନେଶ୍ୱରରେ ୧୮ଟି ଲେଖାଏଁ ମ୍ୟାଚ ଖେଳାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରୁ ଭଳ ପଦର୍ଶନ କରିଥିବା ୮୪ ଜଣ କ୍ରିକେଟରଙ୍କୁ ଚୟନ କରିବ ଖେଳାଳୀ ଚୟନକର୍ତ୍ତା ଟିମ । ଯାହା ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଓଡିଶା କ୍ରିକେଟ ଲିଗ ପାଇଁ ମନୋନିତ ହେବ । କେବଳ ଏତିକି ନୁହେଁ ବିସିସିଆଇର ସୟଦ ମୁସ୍ତାକ ଅଲ୍ଲୀଟି ୨୦ ପାଇଁ ଓଡିଶା ତରଫରୁ କେଉଁ ଖେଳାଳୀ ଖେଲିବେ ତାହାକୁ ବି ଚୟନ କରାଯିବ ବୋଲି ଓସିଏ ସଂପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି ।