ଉଚ୍ଛେଦ ହେବ ୪ ବସ୍ତି, ପ୍ରଭାବିତ ହେବେ ହଜାରେରୁ ଊର୍ଦ୍ଧ୍ୱ
Advertisement

ଉଚ୍ଛେଦ ହେବ ୪ ବସ୍ତି, ପ୍ରଭାବିତ ହେବେ ହଜାରେରୁ ଊର୍ଦ୍ଧ୍ୱ

ରାଜ୍ୟ ସର୍ବବୃହତ ଏସସିବି ମେଡିକାଲ ଠିଆ ହେବ ନୂଆ ରୂପରେ । ମେଡିକାଲକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ହେବ ସମ୍ପ୍ରସାରଣ । ଏଥିଲାଗି ମେଡିକାଲର ଚାରିପାଖରେ ରହୁଥିବା ଛୋଟ ବଡ ବସ୍ତି, ସରକାରୀ ବାସଭବନ ଓ ହୋଟେଲ ଗୁ଼ଡିକର ହେବ ଉଚ୍ଛେଦ । ଏଥିଲାଗି ଆଜି ସିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଉଚ୍ଛେଦ ହେବା ସ୍ଥାନ ଗସ୍ତ କରି ସମୀକ୍ଷା କରିଛନ୍ତି । ଅପରପଟେ ଆଜି ଠାରୁ ୭ ଦିନ ପର୍ଯ୍ୟନ୍ତ ଲୋକଙ୍କୁ ପ୍ରଥମେ ସଚେତନ କରାଯିବା ପରେ ପର୍ଯ୍ୟାୟକ୍ରମେ ଉଚ୍ଛେଦ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

 ପ୍ରଭାବିତ ହେବେ ହଜାରେରୁ ଊର୍ଦ୍ଧ୍ୱ

କଟକ: ରାଜ୍ୟ ସର୍ବବୃହତ ଏସସିବି ମେଡିକାଲ ଠିଆ ହେବ ନୂଆ ରୂପରେ । ମେଡିକାଲକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ହେବ ସମ୍ପ୍ରସାରଣ । ଏଥିଲାଗି ମେଡିକାଲର ଚାରିପାଖରେ ରହୁଥିବା ଛୋଟ ବଡ ବସ୍ତି, ସରକାରୀ ବାସଭବନ ଓ ହୋଟେଲ ଗୁ଼ଡିକର ହେବ ଉଚ୍ଛେଦ । ଏଥିଲାଗି ଆଜି ସିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଉଚ୍ଛେଦ ହେବା ସ୍ଥାନ ଗସ୍ତ କରି ସମୀକ୍ଷା କରିଛନ୍ତି । ଅପରପଟେ ଆଜି ଠାରୁ ୭ ଦିନ ପର୍ଯ୍ୟନ୍ତ ଲୋକଙ୍କୁ ପ୍ରଥମେ ସଚେତନ କରାଯିବା ପରେ ପର୍ଯ୍ୟାୟକ୍ରମେ ଉଚ୍ଛେଦ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଦିନେ ଯେଉଁଠି ସମସ୍ତେ ହସଖୁସିର ପରିବେଶ ମଧ୍ୟରେ ଦିନ କାଟୁଥିଲେ । ଆଜି ସେଠି ପ୍ରତିଟି ମୂହୁର୍ତ୍ତରେ ଲୋକଙ୍କ ପାଇଁ ଚିନ୍ତା ବଢାଇଛି । ସୁଖ ସମୟରେ ହେଉବା ଦୁଃଖ ସମୟରେ ଅନେକ ପରିସ୍ଥିତିକୁ ମୁକାବିଲା କରି ଗଢିଥିବା ଘର ସଂସାର ଉଜୁଡିବାକୁ ଯାଉଛି । ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି କଟକ ଏସସିବି ମେଡିକାଲର ପଛଭାଗରେ ରହିଥିବା ସୁଇପର କଲୋନୀ ବସ୍ତିରେ । 

ମିଳିଥିବା ସୂଚନା ମୁତାବକ ଏସସିବି ମେଡିକାଲର ଚାରିପାଖରେ ଉଚ୍ଛେଦ ହେବାକୁ ଥିବା ସ୍ଥାନରେ ରହିଛି ୪ଟି ବସ୍ତି । ରାଣୀହାଟ କେନାଲ ରୋଡ ୧୪୧ଟି ପରିବାରର ୫୭୮ ଲୋକ, ମା' ମଙ୍ଗଳା ସାହିରେ ୫୨ଟି ପରିବାରର ୨୧୭ ଲୋକ, ଇଞ୍ଜିନିୟରିଂ ସ୍କୁଲ ପଛ ଭାଗରେ ୫୫ଟି ପରିବାରର ୨୧୭ ଲୋକ ଓ ବେହେରା ସାହିରେ ୩୩୬ ପରିବାରର ୧୨୪୬ ଜଣ ଲୋକ ପ୍ରଭାବିତ ହେବେ ।  ଏହା ବ୍ୟତୀତ ଅନ୍ୟାନ ସ୍ଥାନରେ ଛୋଟବଡ ବସ୍ତି ରହିଛି । ତେବେ ଉଚ୍ଛେଦ ଲାଗି ଧାର୍ଯ୍ୟ ହୋଇଥିବା ସ୍ଥାନକୁ ଆଜି ସିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଉଚ୍ଛେଦ ହେବା ସ୍ଥାନ ଗସ୍ତ କରି ସମୀକ୍ଷା କରିଛନ୍ତି । 

ଏପରିକି ଖୋଦ ଜିଲ୍ଲାପାଳ ଓ ସିଏମସି କମିଶନର ମଧ୍ୟ ଥଇଥାନ କରାଯିବାକୁ ଥିବା ସ୍ଥାନକୁ ମଧ୍ୟ ବୁଲି ଦେଖିଛନ୍ତି । ଆଜି ଠାରୁ ସାତ ଦିନ ପର୍ଯ୍ୟନ୍ତ ବସ୍ତିବାସିନ୍ଦା ଘର ଖାଲି କରିବାକୁ ସଚେତନ କରାଯିବ । ଏହାପରେ ପର୍ଯ୍ୟାୟକ୍ରମେ ଉଚ୍ଛେଦ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । 

ସେହିଭଳି ଉଚ୍ଛେଦ ହେବାକୁ ଥିବା ବସ୍ତି ଓ ଭଙ୍ଗାଯିବାକୁ ଥିବା ଘରର ଏକ ରିପୋର୍ଟ ସିଏମସି ପ୍ରସ୍ତୁତ କରିବା ସହ ଏହି ଉଚ୍ଛେଦ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ । ଉଚ୍ଛେଦ ଲାଗି ପ୍ରଶାସନିକସ୍ତରରେ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ବସ୍ତିବାସିନ୍ଦା କି ସରକାରୀ ବାସଭବନରେ ରହୁଥିବା ଲୋକଙ୍କୁ ନୋଟିସ ଜାରି କରାଯାଇ ନାହିଁ ।