ଆଜିଠାରୁ ଅଫଲାଇନରେ ଆରମ୍ଭ ହୋଇଛି ଭାରତ ଓ ଓ୍ୱେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ଟିକେଟ ବିକ୍ରି ପକ୍ରିୟା
Advertisement

ଆଜିଠାରୁ ଅଫଲାଇନରେ ଆରମ୍ଭ ହୋଇଛି ଭାରତ ଓ ଓ୍ୱେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ଟିକେଟ ବିକ୍ରି ପକ୍ରିୟା

ପାଖାପାଖି ୮ ହଜାର ଟିକେଟ ବିକ୍ରି ପାଇଁ ଲକ୍ଷ୍ୟ ରଖାଯାଇଛି

ଆଜିଠାରୁ ଅଫଲାଇନରେ ଆରମ୍ଭ ହୋଇଛି ଭାରତ ଓ ଓ୍ୱେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ଟିକେଟ ବିକ୍ରି ପକ୍ରିୟା

ଜଗନ୍ନାଥ ପାତ୍ର, କଟକ: ଆଜିଠାରୁ ଅଫଲାଇନରେ ଆରମ୍ଭ ହୋଇଛି ଭାରତ ଓ ଓ୍ୱେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ଟିକେଟ ବିକ୍ରି ପକ୍ରିୟା । ପ୍ରଥମ ପର୍ଯ୍ୟାୟରେ ଓସିଏ ଅନୁବନ୍ଧିତ କ୍ଲବ, ସ୍କୁଲ ଓ କଲେଜ ମାନଙ୍କ ଲାଗି ଟିକେଟ ବିକ୍ରି କରାଯାଇଛି । ପାଖାପାଖି ୮ ହଜାର ଟିକେଟ ବିକ୍ରି ପାଇଁ ଲକ୍ଷ୍ୟ ରହିଛି । ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୧୯ ତାରିଖରୁ କାଉଣ୍ଟରରେ ଟିକେଟ ବିକ୍ରି କରାଯିବ । କାଉଣ୍ଟର ଟିକେଟ ବିକ୍ରି ପାଇଁ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ । ଆଜି ପୁଣିଥରେ ସମସ୍ତ ସୁରକ୍ଷା ସ୍ଥିତିକୁ ଯାଞ୍ଚ କରିଛନ୍ତି କଟକ ଡିସିପି ।

ଆଉ ମାତ୍ର ୬ଟା ଦିନର ଅପେକ୍ଷା । ବାରବାଟୀର ଏହି ଷ୍ଟାଡିୟମର ପଡିଆକୁ ଓହ୍ଲାଇବେ ଭାରତ ଓ ୱେଷ୍ଟଇଣ୍ଡିଜ ଟିମ । ଏହି ସିରିଜର ଶେଷ ମ୍ୟାଚ ଲାଗି ଆଜି ଠାରୁ ଆରମ୍ଭ ହୋଇଛି ଅଫଲାଇନରେ ଟିକେଟ ବିକ୍ରି ପକ୍ରିୟା । ପ୍ରଥମ ପର୍ଯ୍ୟାୟରେ ଆଜି ଓସିଏ ଅନୁବନ୍ଧିତ କ୍ଲବ, ସ୍କୁଲ ଓ କଲେଜମାନଙ୍କ ଲାଗି ଟିକେଟ ବିକ୍ରି କରାଯାଇଛି । ଓସିଏ ସମ୍ମିଳନୀ କକ୍ଷରେ ଟିକେଟ ବିକ୍ରି କରାଯାଇଛି । ଆଜି ଓ ଆସନ୍ତାକାଲି ମଧ୍ୟ ଟିକେଟ ବିକ୍ରି କରାଯିବ । ଏଥିଲାଗି ୮ହଜାର ୯ଶହ ୪୬ ଟିକେଟ ବିକ୍ରି କରିବା ଲାଗି ଉଦ୍ଧିଷ୍ଟ କରାଯାଇଛି । ତେବେ ପ୍ରଥମ ଦିନରେ ଅନେକ କ୍ଲବ ,କଲେଜ ଓ ସ୍କୁଲ ଅନୁଷ୍ଠାନ ଗୁ଼ଡିକ ନିଜ ନିଜର ଟିକଟେ ଗ୍ରହଣ କରିଛନ୍ତି । ଏହି ଦୁଇ ଦିନ ମଧ୍ୟରେ ବିକ୍ରି ହୋଇପାରି ନ ଥିବା ଟିକେଟ ଗୁଡିକ କାଉଣ୍ଟରରେ ବିକ୍ରି କରାଯିବ । 

ପ୍ରଥମ ପର୍ଯ୍ୟାୟ ଟିକେଟ ବିକ୍ରି ପକ୍ରିୟା ଶେଷ ହେବା ପରେ ଆସନ୍ତା ୧୯ ତାରିଖରୁ କାଉଣ୍ଟରରେ ସମସ୍ତ ଟିକେଟ ବିକ୍ରି ହେବ । ଏଥିପାଇଁ ୧୦ ହଜାର ୫୦ଟି ଟିକେଟ ବିକ୍ରି କରାଯିବ । ଏନେଇ କାଉଣ୍ଟର ଆଗରେ ବ୍ୟାରିକେଟ ମଧ୍ୟ କାମ ଶେଷ ହୋଇଛି । ଏଥର ୧୨ଟି କାଉଣ୍ଟରରେ ଟିକେଟ ବିକ୍ରି କରାଯିବ । ଗୋଟିଏ କାଉଣ୍ଟରରେ ଦାମି ଟିକେଟ ରହିଥିବା ବେଳେ ଅନ୍ୟାନ କାଉଣ୍ଟରରେ ସମସ୍ତ ଗ୍ୟାଲେରୀ ଟିକେଟ ବିକ୍ରି କରାଯିବ । ଏଥିସହ କାଉଣ୍ଟର ଓ ଷ୍ଟାଡିୟମ ପରିସରରେ ସୁରକ୍ଷା ଦୃଷ୍ଟି କୋଣରୁ ସିସିଟିଭି ମଧ୍ୟ ଖଞ୍ଜା ଯାଉଥିବା ଦେଖିବାକୁ ମିଲିଛି । ଏତତ୍‌ ବ୍ୟତିତ ସମ୍ପୃର୍ଣ୍ଣ ଷ୍ଟାଡିୟମରେ ୬୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହିତ ଶତାଧିକ ପୋଲିସ ଅଫିସର ମଧ୍ୟ ନିୟୋଜିତ ହେବ । ଏପିରିକି ପ୍ରତିଟି ଗ୍ୟାଲେରୀ ଓ ବାହାରେ ପୋଲିସର ହେଲ୍ପ ଡେସ୍କର ସୁବିଧା ରଖାଯିବ ବୋଲି କହିଛନ୍ତି ଽ