୮୯ ବର୍ଷ ବୟାସରେ ସେ ଇହଧାନ ତ୍ୟାଗ କରିଛନ୍ତି ।
Trending Photos
କଟକ: ଆଉ ନାହାଁନ୍ତି ବିପ୍ଳବୀ କବି ରବି ସିଂ । ୮୯ ବର୍ଷ ବୟାସରେ ସେ ଇହଧାନ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ୨୦୧୭ରେ ତାଙ୍କୁ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ ମିଳିଥିଲା । ତେବେ ତାଙ୍କ ମୃତ୍ୟୁ ଖବର ଆସିବା ପରେ କଟକ ନୂଆପଡା ସ୍ଥିତ ବାସଭବନରେ ଭିଡ଼ ଜମିଛି ।
ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ରବି ସିଂଙ୍କ ଲେଖା ଥିଲା ବେଶ ଉଚ୍ଚକୋଟିର । ସମାଜର ନିଷ୍ପେସିତ ଏବଂ ଅବହେଳିତ ଲୋକଙ୍କ ସ୍ୱର ସେ ଥିଲେ । ତାଙ୍କ କବିତାରେ ଥିଲା ଯାଦୁକାରୀ । ଲାଲ ପଗୋଡ଼ାର ପ୍ରେତ, ବିଦୀର୍ଣ୍ଣ, ପଦାତିକ, ଅପ୍ରୀତିକର କବିତା, ବିଷବାଣୀ, ଦୁର୍ଗମ ଗିରି, ସର୍ବହରା ଇତ୍ୟାଦି ଲେଖା ତାଙ୍କୁ ଜଣେ ସୁନାମଧନ୍ୟ କବି ଭାବେ ପରିଚୟ ଦେଇଛି । ସେହିପରି ତାଙ୍କର 'ଚରମ ପତ୍ର' ମଧ୍ୟ ପାଠକଙ୍କ ମଧ୍ୟରେ ଚୀରଦିନ ପାଇଁ ମନେ ରହିବ ।
ତେବେ ତାଙ୍କର ମୃତ୍ୟୁ ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ବିପ୍ଳବୀ କବି ରବି ସିଂଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଥିବା ତାଙ୍କ କ୍ରାନ୍ତିକାରୀ ରଚନା ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ
ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।— Naveen Patnaik (@Naveen_Odisha) February 2, 2020
ଓଡ଼ିଆ ସାହିତ୍ୟ ଜଗତର ବିପ୍ଳବୀ କବି ରବି ସିଂଙ୍କ ଦେହାବସାନ ଖବର ଶୁଣି ଦୁଃଖିତ । ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି ହୋଇଛି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମରଆତ୍ମାର ସଦଗତି କାମନା କରୁଛି ।
— Dharmendra Pradhan (@dpradhanbjp) February 2, 2020
ଆହୁରି ପଢ଼ନ୍ତୁ; ରାସ୍ତାଘାଟରେ ଟଳି ପଡୁଛନ୍ତି ପଡୋଶୀ...