କମ୍ପ୍ୟୁଟର ଅଛି, ବିଦ୍ୟୁତ୍ ସଂଯୋଗ ନାହିଁ, କେମିତି ଚାଲିଛି କମ୍ପ୍ୟୁଟର ଶିକ୍ଷା ?
Advertisement

କମ୍ପ୍ୟୁଟର ଅଛି, ବିଦ୍ୟୁତ୍ ସଂଯୋଗ ନାହିଁ, କେମିତି ଚାଲିଛି କମ୍ପ୍ୟୁଟର ଶିକ୍ଷା ?

ରାଜ୍ୟ ସରକାର ଶିକ୍ଷାକୁ ପ୍ରଧାନ୍ୟ ଦେବା ସହ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ବ୍ୟାପକ ପନ୍ଥା ଗ୍ରହଣ କରୁଥିଲା ବେଳେ କଟକ ସହର ଭଳି ଜାଗାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ସ୍କୁଲରେ ପିଲା ଅଛନ୍ତି । ପାଠ ପଢ଼ା ମଧ୍ୟ  ଚାଲିଛି । କିନ୍ତୁ ସ୍କୁଲରେ ପଙ୍ଖା ଥାଇ ମଧ୍ୟ ବୁଲୁନି । ବଲବ୍ ଥାଇ ମଧ୍ୟ ଜଳୁନି । ଏଭଳି  ଶ୍ରେଣୀଗୃହରେ ବସି ପାଠ ପଢୁଛନ୍ତି  କଟକ ସହର ମଧ୍ୟ ଭାଗରେ ଥିବା ଥୋରିଆ ସାହି ବାଳିକା ଉଚ୍ଚ ବିଦ୍ୟାଳୟର ପିଲାମାନେ ।

  • ରାଜ୍ୟ ସରକାର ଶିକ୍ଷାକୁ ପ୍ରଧାନ୍ୟ ଦେବା ସହ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ବ୍ୟାପକ ପନ୍ଥା ଗ୍ରହଣ କରୁଥିଲା ବେଳେ କଟକ ସହର ଭଳି ଜାଗାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି
  • କିନ୍ତୁ ସ୍କୁଲରେ ପଙ୍ଖା ଥାଇ ମଧ୍ୟ ବୁଲୁନି
  • ବଲବ୍ ଥାଇ ମଧ୍ୟ ଜଳୁନି 
  •  

Trending Photos

କମ୍ପ୍ୟୁଟର  ଅଛି, ବିଦ୍ୟୁତ୍ ସଂଯୋଗ ନାହିଁ, କେମିତି ଚାଲିଛି କମ୍ପ୍ୟୁଟର ଶିକ୍ଷା ?

କଟକ: ରାଜ୍ୟ ସରକାର ଶିକ୍ଷାକୁ ପ୍ରଧାନ୍ୟ ଦେବା ସହ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ବ୍ୟାପକ ପନ୍ଥା ଗ୍ରହଣ କରୁଥିଲା ବେଳେ କଟକ ସହର ଭଳି ଜାଗାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ସ୍କୁଲରେ ପିଲା ଅଛନ୍ତି । ପାଠ ପଢ଼ା ମଧ୍ୟ  ଚାଲିଛି । କିନ୍ତୁ ସ୍କୁଲରେ ପଙ୍ଖା ଥାଇ ମଧ୍ୟ ବୁଲୁନି । ବଲବ୍ ଥାଇ ମଧ୍ୟ ଜଳୁନି । ଏଭଳି  ଶ୍ରେଣୀଗୃହରେ ବସି ପାଠ ପଢୁଛନ୍ତି  କଟକ ସହର ମଧ୍ୟ ଭାଗରେ ଥିବା ଥୋରିଆ ସାହି ବାଳିକା ଉଚ୍ଚ ବିଦ୍ୟାଳୟର ପିଲାମାନେ ।

fallbackଏହି ସ୍କୁଲରେ  ଛାତ୍ରୀ ମାନଙ୍କ ଲାଗି ଭଲ କ୍ଲାସ ରୁମର ବ୍ୟବସ୍ଥା ରହିଛି  । ଏପିରିକି କମ୍ପ୍ୟୁଟର ଶିକ୍ଷା ମଧ୍ୟ ଦିଆଯାଉଛି । ମାତ୍ର ଏ ସବୁକୁ ବିଦ୍ୟୁତ୍ ସେବା ଠିକ୍  ନଥିବାରୁ ଛାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପିଲାମାନେ ଗରମରେ ପାଠ ପଢ଼ୁଛନ୍ତି, ଆଉ ଅଳ୍ପ ସମୟ ସ୍କୁଲରେ ରହି ଘରକୁ ବି ପଳାଉଛନ୍ତି । ମାଟ୍ରିକ୍ ପରୀକ୍ଷା ମୁଣ୍ଡ ଉପରେ ଥିଲେ ବି ଏଥିପ୍ରତି ନା କାହାର ନଜର ନାହିଁ  । 

ଥୋରିଆ ସାହି ସ୍ଥିତ ଏହି ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମେ କଟକ ମହାନଗର ନିଗମ ଅଧୀନରେ ଥିଲା । ପରେ ଏହି ସ୍କୁଲ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧୀନକୁ ଆସିଥିଲା । ସିଏମସି ଅଧୀନରେ ଥିବା ସମୟରେ ସ୍କୁଲର ସମସ୍ତ ବିଦ୍ୟୁତ୍ ବାବଦକୁ ଖର୍ଚ୍ଚ ଏକଜିକ୍ୟୁଟିଭ୍ ଅଫିସରଙ୍କୁ ଆସୁଥିଲା । ଯେତେବେଳେ ୨୦୧୫ ମସିହାରେ ଡିଇଓଙ୍କ ଅଧୀନକୁ ଆସିଥିଲା, ସେହି ସମୟରେ ବିଦ୍ୟୁତ୍ ବାବଦକୁ ଦେୟ ସେହି ଅଫିସରଙ୍କ ନାଁକୁ ସେସୁ ପରିବର୍ତ୍ତନ କରି ନ ଥିଲା, ଫଳରେ ସିଏମସି ଅଧୀନରେ ରହିଥିବା ସମୟରେ ଏହି ସ୍କୁଲର ବିଦ୍ୟତ୍ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ବାକି ରହିଥିଲା । 

ପରବର୍ତ୍ତୀ ସମୟରେ ଏହି ଟଙ୍କାକୁ ସେଟଲମେଣ୍ଟ ନ କରିବା ଯୋଗୁଁ ଏବେ ଏହି ବାକି ଟଙ୍କା ୧୪ ଲକ୍ଷ ୧୫ ହଜାର ୧୪୮ରେ ପହଞ୍ଚିଲାଣି । ଏ ବାବଦରେ ଜିଲ୍ଲାପାଳଙ୍କ ଠାରୁ ଡିଇଓଙ୍କ ଯାଏଁ ଦୃଷ୍ଟି ଆକର୍ଷଣ କରାଯାଇଥିବା କହିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ । କେବଳ ନିର୍ବାଚନ ମତାଦାନ ଲାଗି ମଝିରେ କିଛି ସମୟ ପାଇଁ ବିଦ୍ୟୁତ୍ ସରବରାହ ସ୍ୱାଭାବିକ ହୋଇଥିଲା । ମାତ୍ର ନିର୍ବାଚନ ପରେ ପୁଣି ବିଦ୍ୟୁତ୍ ସେବା କାଟ୍ କରିଥିବା କହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଅନ୍ୟପଟେ ଏହି ପ୍ରସଙ୍ଗରେ ଡିଇଓଙ୍କ ସହ ଆଲୋଚନା କରିବାକୁ ଜିଲ୍ଲାପାଳ କହିଛନ୍ତି ।