ନଈ ଆରପାରି ଗାଁ...
Advertisement

ନଈ ଆରପାରି ଗାଁ...

ବିକାଶରେ ବାଧକ ସାଜୁଛି ଗୋବରି ପାଟନଈ

ନଈ ଆରପାରି ଗାଁ...

କଟକ: ସାଲେପୁରର ମିର୍ଜାପୁର ଗାଁ । ଗାଁ ନିକଟ ଦେଇ ବୋହି ଯାଇଛି ଗୋବରି ପାଟନଈ । ନଈର ଗୋଟିଏ ପାର୍ଶ୍ୱରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ୟପଟେ ସାଲେପୁର ନିର୍ବାଚନ ମଣ୍ଡଳୀ ।   ମିର୍ଜାପୁର ଗାଁର ଲୋକଙ୍କ ଚାଷଜମି ରହିଛି ନଈ ଆର ପଟେ । ନଈରେ ପୋଲଟିଏ ନଥିବାରୁ  ଲୋକେ ୪ କିଲୋ ମିଟର ବୁଲି ଯାତାୟାତ କରୁଛନ୍ତି । କେବଳ ବିଲବାଡି ନୁହେଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ପନିପରିବା ହାଟ ଓ ପିଲାମାନେ ପାଠପଢା ପାଇଁ ଅଧିକ ବାଟ ବୁଲି ଯିବାକୁ ପଡୁଛି । 

fallback

ବର୍ଷକର ଅନ୍ୟ ଦିନ ଚଳି ଯାଉଥିବା ବେଳେ ବର୍ଷା ଦିନେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଉଛି ।   ପୂର୍ବରୁ ଗାଁ ଲୋକେ  ବାଉଁଶ ପୋଲକରି ଯାତାୟାତ କରୁଥିଲେ । ନଈ ଖନନ ସମୟରେ  ବାଉଁଶ ପୋଲଟିକୁ ଭାଙ୍ଗି ଦିଆଯାଇଥିବାରୁ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଯାଇଛି । 

ମିର୍ଜାପୁର  ଗାଁର ଲୋକସଂଖ୍ୟା ପାଖାପାଖି ୨ହଜାର । ଗୋବରି ନଦୀ ଉପରେ  ପୋଲ ନିର୍ମାଣ ହେଲେ ଉଭୟ ନିର୍ବାଚନ ମଣ୍ଡଳୀର ଦୁଇ ତିନୋଟି ପଞ୍ଚାୟତର ଲୋକମାନେ ଉପକୃତ ହୋଇପାରିବେ । ପୋଲ ନିର୍ମାଣ ପାଇଁ ଗ୍ରାମବାସୀମାନେ ବାରମ୍ୱାର ଡ୍ରେନେଜ୍ ବିଭାଗ ଓ ସ୍ଥାନୀୟ ଜନ ପ୍ରତିନଧିଙ୍କୁ ଜଣାଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ନଦୀ ଉପରେ  ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି  ଗ୍ରାମବାସୀ ଓ ସ୍ୱେଚ୍ଛାସେବୀ ।

ଆହୁରି ପଢନ୍ତୁ; ପୁଣିଥରେ ଓଡିଶାରେ ଜାତୀୟ ଯୋଗ ପ୍ରତିଯୋଗିତା