କଟକରେ କଡାକଡି ହେଲା ଗାଡି ଚେକିଂ
Advertisement
Article Detail0/zeeodisha/odisha603857

କଟକରେ କଡାକଡି ହେଲା ଗାଡି ଚେକିଂ

ଆଜିଠାରୁ ରାଜ୍ୟରେ କଡାକଡି ଭାବେ ଲାଗୁ ହୋଇଛି ଟ୍ରାଫିକ ନିୟମ । କଟକରେ ମଧ୍ୟ ଗାଡି ଚେକିଂ କଡାକଡିଭାବେ କରାଯାଉଥିବା ଦେଖିବାକୁ ମିଳିଛି । କଟକର ମଧୁପାଟଣା ଟ୍ରାଫିକ ଛକରେ ଆଜି ଟ୍ରାଫିକ ପୋଲିସ ଗାଡି ଚେକିଂ କରୁଛି । 

ପ୍ରତୀକାତ୍ମକ ଫଟୋ

କଟକ: ଆଜିଠାରୁ ରାଜ୍ୟରେ କଡାକଡି ଭାବେ ଲାଗୁ ହୋଇଛି ଟ୍ରାଫିକ ନିୟମ । କଟକରେ ମଧ୍ୟ ଗାଡି ଚେକିଂ କଡାକଡିଭାବେ କରାଯାଉଥିବା ଦେଖିବାକୁ ମିଳିଛି । କଟକର ମଧୁପାଟଣା ଟ୍ରାଫିକ ଛକରେ ଆଜି ଟ୍ରାଫିକ ପୋଲିସ ଗାଡି ଚେକିଂ କରୁଛି । 

ବିନା ହେଲମେଟରେ ଗାଡି ଚଳାଇବା କିମ୍ବା ଗାଡି ଚଳାଇବା ସମୟରେ ମୋବାଇଲରେ କଥା ହେଉଥିବା ଚାଳକଙ୍କ ଉପରେ ଜୋରିମାନା ଲାଗୁ କରିଛି । ଆଜି ଗୋଟିଏ ଦିନରେ ବିପୁଳ ପରିମାଣରେ ଜୋରିମାନା ଆଦାୟ କରିଛି ଟ୍ରାଫିକ ପୋଲିସ । 

କେବଳ ସେତିକି ନୁହେଁ, ଜୋରିମାନା ଦେଇଥିବା ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି । ଆଗକୁ ଏଭଳି ଭୁଲ ନ କରି ନିୟମ ମାନିବା ପାଇଁ ପରାମର୍ଶ ଦେଉଛି ପୋଲିସ । ତେବେ ଟ୍ରାଫିକ ପୋଲିସର ଚେକିଂ ଭୟରେ କିଛି ଚାଳକ ଗାଡି ବୁଲାଇ ଚମ୍ପଟ ମାରୁଥିବା ମଧ୍ୟ ଦେଖିବାକୁ ମିଳିଛି । 

ଅନ୍ୟପଟେ ପୋଲିସର ଏହି ଧରପଗଡକୁ ନେଇ କିଛି ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟ କିଛି ଏହାକୁ ସ୍ୱାଗତ ମଧ୍ୟ କରିଛନ୍ତି । ଅନେକ ହେଲମେଟ ନ ପିନ୍ଧି ଗାଡି ଚଳାଇବା ତଥା ଫୋନରେ କଥା ହୋଇ ଗାଡି ଚଳାଇବାକୁ ନାପସନ୍ଦ କରିଛନ୍ତି ।