ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ପଡୁନି ସରକାରଙ୍କ ଶୁଭଦୃଷ୍ଟି
Advertisement

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ପଡୁନି ସରକାରଙ୍କ ଶୁଭଦୃଷ୍ଟି

ମାଞ୍ଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭିତ୍ତି ଭୂମିର ବିକାଶ କରିବା ସହ ଆବଶ୍ୟକୀୟ ଉପକରଣ ଓ ଡାକ୍ତର ନିଯୁକ୍ତି ପାଇଁ ବ୍ୟବସ୍ଥା କରିଛନ୍ତି । ହେଲେ ଆଖି ଆଢୁଆଳରେ ରହିଯାଉଛି ଗ୍ରାମଞ୍ଚଳର ଛୋଟ ଛୋଟ ଡାକ୍ତରଖାନା । ଏଭଳି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟବସ୍ଥା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ ।

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ପଡୁନି ସରକାରଙ୍କ ଶୁଭଦୃଷ୍ଟି

ସୁଚିତ୍ରା ସେଣ୍ଡ୍, କଟକ: ସରକାର ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବା ପାଇଁ ବହୁ ସମୟରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି । କିଭଳି ଗ୍ରାମଞ୍ଚଳର ଲୋକେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବେ ଏଥି ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭିତ୍ତି ଭୂମିର ବିକାଶ କରିବା ସହ ଆବଶ୍ୟକୀୟ ଉପକରଣ ଓ ଡାକ୍ତର ନିଯୁକ୍ତି ପାଇଁ ବ୍ୟବସ୍ଥା କରିଛନ୍ତି । ହେଲେ ଆଖି ଆଢୁଆଳରେ ରହିଯାଉଛି ଗ୍ରାମଞ୍ଚଳର ଛୋଟ ଛୋଟ ଡାକ୍ତରଖାନା । ଏଭଳି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟବସ୍ଥା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ ।

fallbackମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ରହିଛି ଏରକଣା ପ୍ରାଥମିକ ଚିକିତ୍ସା କେନ୍ଦ୍ର । ଏହି ଡାକ୍ତରଖାନା ଉପରେ ୫ ଖଣ୍ଡ ମୌଜାର ଲୋକେନିର୍ଭର କରିଥାନ୍ତି । ଡାକ୍ତରଖନାରେ ନାହାନ୍ତି ଆବଶ୍ୟକୀୟ ଡାକ୍ତର । ଏଥିପାଇଁ ଡାକ୍ତରଖାନାକୁ କେହି ରୋଗୀ ଆସୁନାହାନ୍ତି । ଡାକ୍ତରଖାନାର ଭିତ୍ତିଭୂମି ଠିକ ଅଛି ହେଲେ ଏଠାରେ ଦୀର୍ଘ ଦିନ ହେବ ଡାକ୍ତର ନିଯୁକ୍ତି ପାଇନାହଁନ୍ତି । ପୂର୍ବରୁ ଥିବା ଡାକ୍ତର ଅନ୍ୟତ୍ର ଚାଲିଯିବାପରେ ଡାକ୍ତରଖାନାରେ ଲାଗି ରହିଛି ଅଚଳାବସ୍ଥା । ଫାର୍ମାସିଷ୍ଟଙ୍କ ଭରସାରେ ନାମକୁ ମାତ୍ର ଚାଲିଛି ଡାକ୍ତରଖାନା । କେବଳ ଏରକଣା ପ୍ରାଥମିକ ଚିକିତ୍ସାଳୟ ନୁହଁ  ବାସୁଦେବପୁର ପ୍ରାଥମିକ ଡାକ୍ତରଖାନାର ମଧ୍ୟ ସମାନ ସ୍ଥିତି । ଏହି ଡାକ୍ତରଖାନାରେ ଡାକ୍ତର ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି ଚାରିଟି ପଞ୍ଚାୟତର ଲୋକ । ତେବେ ଡାକ୍ତର ନଥିବାରୁ ପୂର୍ବଭଳି ଏହି ସବୁ ପ୍ରାଥମିକ ଚିକିତ୍ସାକେନ୍ଦ୍ରକୁ ରୋଗୀମାନେ ଆସୁନାହାନ୍ତି । ସାମାନ୍ୟ ଅସୁସ୍ଥ ହେଲେ ମଧ୍ୟ ଡାକ୍ତରଖାନା ଆସିବାକୁ ଲୋକ ଭୟ କରୁଛନ୍ତି । ଫଳରେ ସ୍ଥାନୀୟ ଲୋକେ କଟକ ବଡ଼ ଡାକ୍ତରଖାନାକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ।

fallbackସବୁଠୁ ବଡକଥା ହେଲା ଏସବୁକୁ ନିୟନ୍ତ୍ରଣ କରୁଥିବା ମାହାଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ମଧ୍ୟ ଠିକ ନାହିଁ । ଏଠାରେ ମଧ୍ୟ ୭ ଜଣ ଡାକ୍ତର ରହିବାରର ନିୟମ ରହିଥିବା ବେଳେ ଅଛନ୍ତି ମାତ୍ର ଦୁଇଜଣ ଡାକ୍ତର । ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡାକ୍ତରଖାନାରେ  ଡାକ୍ତର ନାହାଁନ୍ତି । ଫଳରେ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ କମିବାରେ ଲାଗିଛି । ତେବେ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଠାରୁ ଆରମ୍ଭ କରି ମୁଖ୍ୟ ଚିକିତ୍ସା କେନ୍ଦ୍ର  ସବୁଠି  ସରକାର ଆବଶ୍ୟକୀୟ ଡାକ୍ତର ନିଯୁକ୍ତି କରିବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ । 

ସେପଟେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ମଧ୍ୟ ଡାକ୍ତର ଅଭାବକୁ ସ୍ୱୀକାର କରିଛନ୍ତି । ଅଧିକ ରୋଗୀଙ୍କୁ ଦୁଇଜଣ ଡାକ୍ତର ଚିକିତ୍ସାସେବା ଯୋଗାଇବାରେ ବହୁ ଅସୁବିଧାର ସମ୍ମୁଖୀନ  ହେଉଛନ୍ତି । ଏ ନେଇ ମୁଖ୍ୟ ଚିକିତ୍ସା ଅଧିକାରୀ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ହେଲେ କିଛି ସୁଫଳ ମିଳିପାରୁନାହିଁ ।