ପାଣିରେ ୨୫ ଲକ୍ଷ ଟଙ୍କା! ୨ ବର୍ଷରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଝୁଲୁଛି ତାଲା
Advertisement
Article Detail0/zeeodisha/odisha947599

ପାଣିରେ ୨୫ ଲକ୍ଷ ଟଙ୍କା! ୨ ବର୍ଷରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଝୁଲୁଛି ତାଲା

କାମାକ୍ଷାନଗର ବ୍ଲକ କୋଟଗରା ପଞ୍ଚାୟତ ସାଳିଆ ଠାରେ ନିର୍ମାଣ ହୋଇଥିବା ଉପସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ହେବାର ୨ ବର୍ଷ ପରେ ମଧ୍ୟ ଲୋକମାନେ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି।

ପାଣିରେ ୨୫ ଲକ୍ଷ ଟଙ୍କା! ୨ ବର୍ଷରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଛୁଲୁଛି ତାଲା

ଢେଙ୍କାନାଳ: ସମଗ୍ର ବିଶ୍ବ ଏବେ କୋରୋନା ମହାମାରୀ ସହିତ ଲଢେଇ କରୁଛି। ରାଜ୍ୟବାସୀଙ୍କୁ ହାତପାହାନ୍ତାରେ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ସରକାରଙ୍କ ତରଫରୁ ଅନେକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି। ପଞ୍ଚାୟତ ସ୍ତରରେ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର, ଉପକେନ୍ଦ୍ର, ପ୍ରାଥମିକ ଚିକିତ୍ସା କେନ୍ଦ୍ରମାନ ଖୋଲାଯାଇଛି। ଯାହା ଫଳରେ ଗ୍ରାମାଞ୍ଚଳର ଲୋକମାନେ ପ୍ରାଥମିକ ଚିକିତ୍ସା ପାଇିଁ ଆଉ ଦୂରକୁ ଯିବାକୁ ପଡିବ ନାହିଁ। କିନ୍ତୁ କାମାକ୍ଷାନଗର ବ୍ଲକ କୋଟଗରା ପଞ୍ଚାୟତ ସାଳିଆ ଠାରେ ନିର୍ମାଣ ହୋଇଥିବା ଉପସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ହେବାର ୨ ବର୍ଷ ପରେ ମଧ୍ୟ ଲୋକମାନେ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି।

କାମାକ୍ଷାନଗର (Kamakhyanagar) ବ୍ଲକ କୋଟଗରା ପଞ୍ଚାୟତର ସାଳିଅ ଗ୍ରାମରେ ୨ ବର୍ଷ ପୂର୍ବେ ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଉପସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ହୋଇଥିଲା। ପାଖାପାଖି ୧୦ଟି ଗ୍ରାମର ୫୦୦୦ରୁ ଊର୍ଦ୍ଧ୍ୱ ଲୋକ ଏଠାରେ ନିଜର ପ୍ରାଥମିକ ଚିକିତ୍ସାର ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ଥିଲା। ଏମିତିକି ଏଠାରେ କେନ୍ଦ୍ରରେ ଡ୍ୟୁଟି କରୁଥିବା କର୍ମଚାରୀଙ୍କ ପାଇିଁ ରହିବାର ସୁବିଧା ମଧ୍ୟ କରାଯାଇଥିଲା। କିନ୍ତୁ ଏତେସବୁ ପରେ ମଧ୍ୟ କେନ୍ଦ୍ରଟି ଚାଲିପାରିଲା ନାହିଁ। ନିର୍ମାଣ ହେବାର ପରଠାରୁ ସମସ୍ତ ଭିତିଭୂମି ଥାଇ ମଧ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ଝୁଲୁଛି।

Also Read: ଗରିବ-ଅସହାୟଙ୍କ ଭତ୍ତା ଟଙ୍କା ହଡ଼ପ ଅଭିଯୋଗ, ୫୦୦ ବଦଳରେ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ରଖିଥିଲେ PEO

ସ୍ବାସ୍ଥ୍ୟ ସେବା (Health Service) ପାଇବା ପାଇଁ ହେଲେ ୧୦ରୁ ୧୨ କିମି ଦୂରରେ ଥିବା ଅଁଳାବେରଣି ସ୍ବାସ୍ଥ୍ୟ କେନ୍ଦ୍ର (Health Center) କୁ ଯିବାକୁ ପଡେ। ପୁଣି ସେଠାରେ ଲମ୍ବା ଲାଇନରେ ଯାଇ ଡାକ୍ତରଙ୍କ ଦେଖାଇବାକୁ ପଡୁଛି। ସେପଟେ ସାଳିଅ ଗ୍ରାମରେ ନିର୍ମାଣ ହୋଇଥିବା ଉପସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନାବନା ଗଛ ଉଠି ଘରର ଉପରକୁ ମାଡିଗଲାଣି। କେନ୍ଦ୍ରଟି ଏକ ପ୍ରକାର ଜଙ୍ଗଲରେ ପରିଣତ ହୋଇଗଲାଣି। ରକ୍ଷଣ ବେକ୍ଷଣ କରିବାକୁ କେହି ନଥିବାରୁ କେନ୍ଦ୍ରରେ ଲାଗିଥିବା ଲାଇଟ ଗୁଡିକ ଚୋରି ହୋଇଗଲାଣି। ଉପସ୍ବାସ୍ଥ୍ୟ କେନ୍ଦ୍ରଟି ଏବେ ଏକ ପ୍ରକାର ଅସାମାଜିକ ଯୁବକଙ୍କ ଆଡାସ୍ଥଳି ପାଲଟିଗଲାଣି।

fallback

ହାତପାହାନ୍ତାରେ ପ୍ରାଥମିକ ସ୍ବାସ୍ଥ୍ୟ ସେବାର ସମ୍ପୁର୍ଣ ସୁବିଧା ଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଲକ୍ଷ ଲକ୍ଷ ଟଙ୍କାର ଉପସ୍ବାସ୍ଥ୍ୟ କେନ୍ଦ୍ର ଚାଲିପାରୁନାହିଁ। ଗ୍ରାମବାସୀଙ୍କ ତରଫରୁ ବାରମ୍ବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟସେବା ଯୋଗାଉଥିବା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଏପଟେ ଅଁଳାବେରଣି ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରମିଲ ପ୍ରଧାନ କୁହନ୍ତି, 'ଆମେ ସେଠାରେ ଜଣେ ANMଙ୍କୁ ନିଯୁକ୍ତି ଦେଇଛୁ। ସେ ସେଠାରେ ରହି ଚିକିତ୍ସା କରିବା କଥା। କାହିଁକି ସେ ସେଠାରେ ଡ୍ୟୁଟି କରୁନାହାନ୍ତି ଆମେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବୁ ଏବଂ କିପରି କାର୍ଯ୍ୟକାରୀ ହୋଇପାରିବ ସେ ବ୍ୟବସ୍ଥା କରାଯିବ।'

Also Read: ୨୦ ଲୋକରେ ଗୋଟିଏ ଟିକା! ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ କଲେ ଉତ୍ୟକ୍ତ ଜନତା

ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ କର୍ତ୍ତବ୍ୟରେ ଅବହେଳା ଯୋଗୁ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏପରି ସ୍ଥଳେ ତୁରନ୍ତ ଉପକେନ୍ଦ୍ରଟି ଚାଲୁକରିବା ଜରୁରୀ ହୋଇପଡିଛି। ଅନ୍ୟପଟେ ଦୀର୍ଘ ୨ ବର୍ଷ ଧରି ଉପସ୍ୱାସ୍ଥ୍ୟ କେନ୍ଦ୍ର ବନ୍ଦ ଥିବା କଥା କିପରି କିଏ ଜାଣିନଥିଲେ ନା ଜାଣି ଅଜଣା ଥିଲେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।