ଅଙ୍ଗନବାଡିରେ ଟିକା ନେଇ ଦୁଇ ମାସର ଶିଶୁ ମୃତ!
Advertisement
Article Detail0/zeeodisha/odisha952811

ଅଙ୍ଗନବାଡିରେ ଟିକା ନେଇ ଦୁଇ ମାସର ଶିଶୁ ମୃତ!

କଙ୍କଡାହାଡ ଥାନା ଖଜୁରିଆ ଗ୍ରାମର ମହେଶ୍ୱର ଦାସଙ୍କର ୨ ମାସର ଝିଅ ଗତକାଲି ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ରରେ ଦିନ ୧୧.୩୦ ବେଳକୁ ରୋଟାଭାଇରସ, ପେଣ୍ଟାଭାଇରସ ଓ ନୂତନ ଭାବେ ଆସିଥିବା ପିସିବିର ପ୍ରଥମ ଡୋଜ୍ ଟିକା ନେଇଥିଲେ। 

ପ୍ରତିକାତ୍ମକ ଫଟୋ

ଢେଙ୍କାନାଳ: ଟିକା ନେଇ ଶିଶୁର ମୃତ୍ୟୁ ହୋଇଛି। ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଜିଲ୍ଲାର କଙ୍କଡାହାଡ ଥାନା ଖଜୁରିଆ ଗ୍ରାମରୁ ଆସିଛି। ମୃତ ଶିଶୁ କନ୍ୟାର ବୟସ ୨ ମାସ ହୋଇଥିବା ସୂଚନା ମିଳିଛି।

କଙ୍କଡାହାଡ ଥାନା ଖଜୁରିଆ ଗ୍ରାମର ମହେଶ୍ୱର ଦାସଙ୍କର ୨ ମାସର ଝିଅ ଗତକାଲି ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ରରେ ଦିନ ୧୧.୩୦ ବେଳକୁ ରୋଟାଭାଇରସ, ପେଣ୍ଟାଭାଇରସ ଓ ନୂତନ ଭାବେ ଆସିଥିବା ପିସିବିର ପ୍ରଥମ ଡୋଜ୍ ଟିକା ନେଇଥିଲେ। ଟିକା ନେଇ ଘରକୁ ଫେରିବା ପରେ ଶିଶୁଟି ଶୋଇପଡିଥିଲା। ତାପରେ ସନ୍ଧ୍ୟାରେ ଉଠାଇଲା ବେଳକୁ ତାର ସ୍ବାସ୍ଥ୍ୟଅବସ୍ଥା ଗୁରତର ହେଇପଡିଥିଲା।

Also Read: ପ୍ରେମ ପରେ ପ୍ରତାରଣାର ପରିଣାମ! ସ୍ପିରିଟ୍ ଢାଳି ପ୍ରେମିକାକୁ ଜାଳି ଦେଲା ଯୁବକ

 ଆଶା ଦିଦିକୁ ଡାକି ରାତିରେ ପରିବାର ଲୋକେ କାମାକ୍ଷାନଗର ମେଡିକାଲକୁ ଆଣିଥିଲେ। ଡାକ୍ତର ତାକୁ ସେଠାରେ ମୃତ ଘୋଷଣା କରିଛନ୍ତି। ଏନେଇ ପରିବାର ତରଫରୁ ଟିକା ନେବା ପରେ ଶିଶୁଟିର ମୃତ୍ୟୁ ହୋଇଛି ବୋଲି ଦାବି କରୁଛନ୍ତି। ତେଣୁ ଡାକ୍ତର ଶବବ୍ୟବଚ୍ଛେଦ ପାଇଁ ପଠାଇଦେଇଛନ୍ତି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଡାକ୍ତର କହିଛନ୍ତି।