ପୁରୁଣା ନକ୍ସା ଅନୁସାରେ ରାଜ୍ୟର ସୀମା ନିର୍ଦ୍ଧାରଣ
Advertisement
Article Detail0/zeeodisha/odisha799058

ପୁରୁଣା ନକ୍ସା ଅନୁସାରେ ରାଜ୍ୟର ସୀମା ନିର୍ଦ୍ଧାରଣ

ସୀମା ବିବାଦର ସମାଧାନ ପାଇଁ ଏବେ ପ୍ରଶାସନ ଅଣ୍ଟା ଭିଡିଛି। ଯାହାର ସମାଧାନ ପାଇଁ ଗୁରୁବାର ସମ୍ବାଇରେ ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି।

ପ୍ରତିକାତ୍ମକ ଫଟୋ

କୋରାପୁଟ: ଦୀର୍ଘ ଦିନରୁ ଚାଲୁଥିବା ସୀମା ବିବାଦର ହୋଇପାରେ ଅନ୍ତ। ଗୁରୁବାର ଓଡିଶା-ଆନ୍ଧ୍ର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇଛି। ଯେଉଁଠି କୋରାପୁଟ କୋରାପୁଟ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ସାମିଲ ଥିଲେ।

ସୁନାବେଡା ଓ ଜାମୁଲ ଗାଁର ସୀମା ବିବାଦ (border dispute) କୁ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ପରେ ରାଜ୍ୟ ସରକାରଙ୍କୁ ଚେତା ପଶିଛି। ଦୀର୍ଘଦିନ ଧରି ଓଡିଶା ଓ ଆନ୍ଧ୍ର ପ୍ରଦେଶ (Odisha Andhra border) ମଧ୍ୟରେ ଚାଲିଥିବା ସୀମା ବିବାଦର ସମାଧାନ ପାଇଁ ଏବେ ପ୍ରଶାସନ ଅଣ୍ଟା ଭିଡିଛି। ଯାହାର ସମାଧାନ ପାଇଁ ଗୁରୁବାର ସମ୍ବାଇରେ ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି।

Also Read: ସୀମା ବିବାଦ: ବିଧାନସଭାରେ ଜବାବ ମାଗିବା ପରେ ବିରୋଧିଙ୍କୁ ଉତ୍ତର ଦେଲେ ସରକାର

 

ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ସହମତିରେ ସୀମା ବିବାଦର ସମାଧାନ ପାଇଁ ଏକ ପନ୍ଥା ବାହାର କରାଯାଇଛି। ତେବେ ୧୯୬୩ ସେଟେଲମେଣ୍ଟ ଅନୁସାରେ ଓଡିଶା ଓ ଆନ୍ଧ୍ରର ସୀମା ନିର୍ଦ୍ଧାରଣ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହି ପୁରୁଣା ଆଇନରେ ଯେଉଁ ସବୁ ନିୟମାବଳୀ ରହିଛି ତାହାକୁ ଉଭୟ ସୀମାନ୍ତବାସୀ ମାନିବାକୁ ବାଧ୍ୟ ହେବେ ବୋଲି ଉଭୟ ରାଜ୍ୟ ପ୍ରଶାସନ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି।

ସେପଟେ ସୀମା ବିବାଦରେ ପୁଣି ସୀମା ଲଙ୍ଘୁଛି ଆନ୍ଧ୍ର। ଓଡ଼ିଶା ଜମି ହାତେଇବାକୁ ରଚୁଛି ଷଡ଼ଯନ୍ତ୍ର। ଜମି ପାଇଁ ଉତ୍ତେଜନା ଉଗ୍ରରୂପ ନେଇଥିବା ବେଳେ ଲୋକେ ଧସ୍ତାଧସ୍ତି ସହ ମାରପିଟ ବି ହୋଇଛନ୍ତି। ଏଭଳି ଦୃଶ୍ୟ କୋରାପୁଟ (Koraput) ଜିଲ୍ଲା ପଟାଙ୍ଗୀ ବ୍ଲକ ଜାମ୍ବୁଗୁଡା ଗାଁ ସୀମାରେ ବୁଧବାର ଦେଖିବାକୁ ମିଳିଥିଲା। ସୀମାନ୍ତ ଜମିରେ ଆନ୍ଧ୍ର ବନକର୍ମଚାରୀ ମାପଚୁପ କରିବାରୁ ତୀବ୍ର ଉତ୍ତେଜନା ଦେଖାଦେଇଥିଲା।