ବଜ୍ରାଘାତରେ ଚାଲିଗଲା ୧୮ ନିରୀହ ଜୀବନ
Advertisement
Article Detail0/zeeodisha/odisha999766

ବଜ୍ରାଘାତରେ ଚାଲିଗଲା ୧୮ ନିରୀହ ଜୀବନ

ରବିବାର ଅପରାହ୍ଣ ସମୟରେ ଗଜପତିର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା। ପ୍ରବଳ ବର୍ଷା ଯୋଗୁଁ ଲକ୍ଷ୍ମୀପୁର ଗ୍ରାମ ନିକଟରେ ଗାଈ ଚରାଳିମାନେ ଏକ ଗଛ ମୂଳରେ ଆଶ୍ରୟ ନେଇଥିଲେ।

ଡିଜାଇନ୍ ଫଟୋ

ଗଜପତି: ରଣ୍ଡିବା ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମରେ ରବିବାର ଏକ ଅଭିବାନୀୟ ଘଟଣା ଘଟିଛି। ଏକାଧିକ ସ୍ଥାନରେ ବଜ୍ରାଘାତରେ ୧୮ଟି ଗାଈ ଓ ବଳଦଙ୍କ ମୃତ ହୋଇଛି। ଏହି ଦୁର୍ଘଟଣାରୁ ଗାଈ ଚରାଳି ଅଳ୍ପକେ ବର୍ତ୍ତିଯାଇଛନ୍ତି।

ରବିବାର ଅପରାହ୍ଣ ସମୟରେ ଗଜପତିର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା। ପ୍ରବଳ ବର୍ଷା ଯୋଗୁଁ ଲକ୍ଷ୍ମୀପୁର ଗ୍ରାମ ନିକଟରେ ଗାଈ ଚରାଳିମାନେ ଏକ ଗଛ ମୂଳରେ ଆଶ୍ରୟ ନେଇଥିଲେ। ଉକ୍ତ ସମୟରେ ହଠାତ ଘଡଘଡି ସହ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ଅଠରଟି ଗୋରୁଙ୍କ ମୃତ୍ୟୁ ଘଟିଥିଲା। 

Also Read: ମହେନ୍ଦ୍ରଗଡ ଖରସ୍ରୋତାରେ ଭାସିଗଲେ ତିବ୍ଦତୀୟ ନାବାଳକ

ବଜ୍ରାଘାତର ପ୍ରଭାବରେ ଗୋରୁ ଚରାଉଥିବା ଚାରି ବ୍ୟକ୍ତି ମଧ୍ୟରୁ ଦୁଇ ଜଣ ଅଚେତ ହୋଇଯାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଗ୍ରାମବାସୀ ପହଞ୍ଚି ଅଚେତ ବ୍ୟକ୍ତିମାନଙ୍କୁ ଉଦ୍ଧାର କରିଥିଲେ। ସେହିପରି ରାମଗିରି ନିକଟସ୍ଥ ଫୋକା ଗ୍ରାମରେ ମଧ୍ୟ ବଜ୍ରାଘାତରେ ୫ ଗୋଟି ଛେଳି ପ୍ରାଣ ହରାଇଥିବା ଜଣା ପଡିଛି।