ମହେନ୍ଦ୍ରଗଡ ଖରସ୍ରୋତାରେ ଭାସିଗଲେ ତିବ୍ଦତୀୟ ନାବାଳକ
Advertisement
Article Detail0/zeeodisha/odisha999688

ମହେନ୍ଦ୍ରଗଡ ଖରସ୍ରୋତାରେ ଭାସିଗଲେ ତିବ୍ଦତୀୟ ନାବାଳକ

 

 

ଜିଗମେ ତିବ୍ଦତୀୟ ସେଣ୍ଟାଲ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପାଠ ପଢୁଥିଲେ। ରବିବାର ଛୁଟି ଥିବାରୁ ସକାଳେ ଚାରିଜଣ ସାଙ୍ଗ ସାଥି ମିଶି ମହେନ୍ଦ୍ରଗଡ ଶିବ ମନ୍ଦିର ପାର୍ଶ୍ଵରେ ଥିବା ରାମନଦୀ ପାର ହୋଇ ଏକ ବରଗଛକୁ ମଜାମଜଲିସ କରିବାକୁ ଯାଇଥିଲେ। 

 

 

ମହେନ୍ଦ୍ରଗଡ ଖରସ୍ରୋତାରେ ଭାସିଗଲେ ତିବ୍ଦତୀୟ ନାବାଳକ

 

ଗଜପତି: ମହେନ୍ଦ୍ରଗଡ ଖରସ୍ରୋତା ନଦୀରେ ଭାସିଗଲେ ୧୪ ବର୍ଷୀୟ ତିଦ୍ଦତୀୟ ନାବାଳକ। ଅନେକ ଖୋଜାଖୋଜି ପରେ ସୋମବାର ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ନିଖୋଜ ନାବଳକ ହେଲେ ଜିରାଙ୍ଗ ତିବ୍ଦତୀୟ କଲୋନୀର ଜିଗମେ ଡାବା। ସ୍ଥାନୀୟ ତିଦ୍ଦତୀୟ ଯୁବକମାନେ ଜିଗମେଙ୍କ ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି

ଜିଗମେ ତିବ୍ଦତୀୟ ସେଣ୍ଟାଲ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପାଠ ପଢୁଥିଲେ। ରବିବାର ଛୁଟି ଥିବାରୁ ସକାଳେ ଚାରିଜଣ ସାଙ୍ଗ ସାଥି ମିଶି ମହେନ୍ଦ୍ରଗଡ ଶିବ ମନ୍ଦିର ପାର୍ଶ୍ଵରେ ଥିବା ରାମନଦୀ ପାର ହୋଇ ଏକ ବରଗଛକୁ ମଜାମଜଲିସ କରିବାକୁ ଯାଇଥିଲେ। ସକାଳେ ନଦୀ ପାର ହେବା ବେଳେ ନଦୀ ଜଳସ୍ତର କମଥିଲା। କିନ୍ତୁ  ଫେରିବା ବେଳକୁ ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଥିଲା। 

Also Read: ଗ୍ରାନାଇଟ ଗାଡ଼ିରେ ଗଞ୍ଜେଇ ଚାଲାଣ

ରବିବାର ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ନଦୀ ପାର ହେବା ସମୟରେ  ଜିଗମେ ଡାବା ଖରସ୍ରୋତା ନଦୀ ସୁଅରେ ଭାସିଯାଇଥିଲେ। ଘଟଣା ସ୍ଥଳରେ ଖବରପାଇ ଆର ଉଦୟଗିରି ଅଗ୍ନିଶମ କର୍ମଚାରୀ ପହଞ୍ଚି ରାତି ପର୍ଯ୍ୟନ୍ତ ନଦୀରେ ଖୋଜାଖୋଜି କରିଥିଲେ କିନ୍ତୁ ବିଫଳ ହୋଇଥିଲେ। ତେବେ ଆଜି ସ୍ଥାନୀୟ ତିବ୍ଦତୀୟ ଯୁବକମାନେ ନଦୀ ଭିତରୁ ଜିଗମେଙ୍କ ମୃତଦେହ ଉଦ୍ଧାର କରିଛନ୍ତି। 

ସେପଟେ ନିଜର ପାଠୁଆ ପୁଅକୁ ହରାଇ ଦୁଃଖ ଓ ଦୁଚିନ୍ତାରେ ଜିଗମେଙ୍କ ପରିବାର ଓ ତିବ୍ଦତୀୟ ସମ୍ପର୍କୀୟ ଭାଙ୍ଗି ପଡିଛନ୍ତି। ମୃତଦେହ ମିଳିବା ପରେ ତାର ବ୍ୟବଚ୍ଛେଦକୁ ନେଇ ଉତ୍ତେଜନା ଦେଖାଦେଇଥିବା ଖବର ମିଳିଛି। ପରେ ଘଟଣାସ୍ଥଳରେ ପଗଞ୍ଚି ପୋଲିସ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା।