Advertisement
Article Detail0/zeeodisha/odisha697564
Zee OdishaOdisha Stateରାଜ୍ୟରେ ଆଉ ୧୭୪ ମାମଲା, ଗଞ୍ଜାମରୁ ସର୍ବାଧିକ

ରାଜ୍ୟରେ ଆଉ ୧୭୪ ମାମଲା, ଗଞ୍ଜାମରୁ ସର୍ବାଧିକ

ରାଜ୍ୟରେ ବଢୁଛି କୋରୋନା ଆକ୍ରାନ୍ତ

ରାଜ୍ୟରେ ଆଉ ୧୭୪ ମାମଲା,  ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ମାମଲା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ ୧୭୪ଟି ମାମଲା ସାମ୍ନାକୁ ଆସିଛି। ଏହା ସହିତ ରାଜ୍ୟରେ ମୋଟ ୪,୫୧୨ରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। 

ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩୦୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୪୫୧ ଜଣ ଚିକିତ୍ସାଧୀନ ରହିଛନ୍ତି। ୧୧ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ ସାମ୍ନାକୁ ଆସିଥିବା ମାମଲା ମଧ୍ୟରୁ୧୪୬ ଜଣ କ୍ୱାରେଣ୍ଟାଇନରେ ଥିଲେ। ୨୮ଟି ସ୍ଥାନୀୟ ମାମଲା ରହିଛି। 

ତେବେ ମିଳିଥିଲା ସୂଚନା ମୁତାବକ ନୂଆ ମାମଲା ମଧ୍ୟରୁ ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଥିବା ସୂଚନା ରହିଛି। ଏହି ଜିଲ୍ଲାରୁ ସର୍ବାଧିକ ୫୬ ଜଣ ରହିଛନ୍ତି। କେନ୍ଦୁଝରରୁ ୫ ଜଣ ଆକ୍ରାନ୍ତ ରହିଥିବା ବେଳେ ଖୋର୍ଦ୍ଧାରୁ ୧୦, ଯାଜପୁରରୁ ୯, କେନ୍ଦ୍ରାପଡ଼ା ଓ ନବରଙ୍ଗପୁରରୁ ୭, କୋରାପୁଟ ଓ କଳାହାଣ୍ଡିରୁ ୬, ମାଲକାନଗିରି, ନୂଆପଡ଼ା ଓ ବଲାଙ୍ଗିରରୁ ଜଣେ, ବାଲେଶ୍ୱରରୁ ୩୪, କନ୍ଧମାଳ, ଭଦ୍ରକ ଓ ସୁନ୍ଦରଗଡ଼ରୁ ୩ ଜଣ, ବୌଦ୍ଧରୁ ୨ ଜଣ, ପୁରୀରୁ ୧୬ ଜଣ, ବରଗଡ଼ରୁ ୪ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

Add Zee News as a Preferred Source

ସେପଟେ ବିଗତ ୨୪ ଘଣ୍ଟା ମଧ୍ୟରେ ୭୩ ଜଣ ସୁସ୍ଥ ହୋଇଥିବା ନେଇ ବିଭାଗ ସୂଚନା ଦେଇଛି। ମୋଟ ୨୧୨୨୨୪ ଟି ଟେଷ୍ଟ ହୋଇଛି। 

About the Author