Odisha Crime: ମା'ର ମୃତ୍ୟୁ କାହାଣୀ କହିଲା ଅଢେଇ ବର୍ଷ ଝିଅ, କାନ୍ଦି ପକାଇଲେ ପୋଲିସ
Advertisement
Article Detail0/zeeodisha/odisha1365459

Odisha Crime: ମା'ର ମୃତ୍ୟୁ କାହାଣୀ କହିଲା ଅଢେଇ ବର୍ଷ ଝିଅ, କାନ୍ଦି ପକାଇଲେ ପୋଲିସ

Odisha Crime:  ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ ଅଭାବନୀୟ ଘଟଣା। କାହାଣୀ ଏଭଳି ଯାହା ସମସ୍ତଙ୍କ ଆଖିରେ ଲୁହ ଆଣିଦେବ। ରାଜ୍ୟରେ ଦୈନନ୍ଦିନ ନାରୀ ନିର୍ଯାତନା, ହତ୍ୟା ଭଳି ଘଟଣା ସାମ୍ନାକୁ ଆସୁଛି। କିନ୍ତୁ ଏହି ଖବରଟିରେ ମାର ମମତା କଣ ଜାଣିବା ଆଗରୁ ମାର ହତ୍ୟା ଘଟଣା ବଖାଣିଛି ଜଣେ ଅଢେଇ ବର୍ଷର ଝିଅ। ଘଟଣାଟି ଏହିପରି। ଦାଦନ ଖଟିବାକୁ ସ୍ବାମ

Odisha Crime: ମା'ର ମୃତ୍ୟୁ କାହାଣୀ କହିଲା ଅଢେଇ ବର୍ଷ ଝିଅ, କାନ୍ଦି ପକାଇଲେ ପୋଲିସ

Odisha Crime:  ନବରଙ୍ଗପୁର (ରାମଚନ୍ଦ୍ର ଦଳାଇ): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ ଅଭାବନୀୟ ଘଟଣା। କାହାଣୀ ଏଭଳି ଯାହା ସମସ୍ତଙ୍କ ଆଖିରେ ଲୁହ ଆଣିଦେବ। ରାଜ୍ୟରେ ଦୈନନ୍ଦିନ ନାରୀ ନିର୍ଯାତନା, ହତ୍ୟା ଭଳି ଘଟଣା ସାମ୍ନାକୁ ଆସୁଛି। କିନ୍ତୁ ଏହି ଖବରଟିରେ ମାର ମମତା କଣ ଜାଣିବା ଆଗରୁ ମାର ହତ୍ୟା ଘଟଣା ବଖାଣିଛି ଜଣେ ଅଢେଇ ବର୍ଷର ଝିଅ। ଘଟଣାଟି ଏହିପରି। ଦାଦନ ଖଟିବାକୁ ସ୍ବାମୀ ଓ ସ୍ତ୍ରୀ ସୁଦୂର କାକିନାଡ଼ାକୁ ଯିବା ଓ ସେଠାରେ ସ୍ତ୍ରୀର ଗଳା ଚିପି ସ୍ଵାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହେଲେ ସବୁଠାରୁ ଦୁଃଖଦ କଥା ହେଉଛି ଅଢେଇ ବର୍ଷର ଝିଅ ପୋଲିସ ସମ୍ମୁଖରେ ବଖାଣିଛି ତା ସୈତାନ ବାପାର ସବୁ କାରନାମା। ୭ ବର୍ଷ ତଳେ ଉମରକୋଟର କାରାଗାଁର ତପନ ମଣ୍ଡଳଙ୍କ ଝିଅ ଲିପିକା ମଣ୍ଡଳ ସିଲାଟି ଗ୍ରାମର ମାଣିକ ଘୋଷଙ୍କୁ ବିବାହ କରିଥିଲେ। ମାଣିକ ହୋଟେଲ ମ୍ୟାନଜମେଣ୍ଟ ପାଠ ପଢିଥିଲେ ହେଁ ବିବାହ ବେଳକୁ କୌଣସି ଚାକିରି କରୁ ନଥିଲେ। 

ମେ ମାସରେ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହେବା କାରଣରୁ ମାମଲା ପହଞ୍ଚିଥିଲା ଥାନାରେ। ଉମରକୋଟ ଥାନାରେ 169/22 କେସ ରୁଜୁ ହୋଇଥିଲା ଓ ପରେ ଲିପିକା ବାପ ଘରକୁ ଚାଲିଆସିଥିଲ। ହେଲେ ଜୁନ ମାସ ରେ ଗାଁ ଲୋକ ଙ୍କ ବୈଠକ ବସିବା ପରେ ବାପଘର ଲୋକେ ଲିପିକାକୁ ସ୍ବାମୀ ନିକଟକୁ ଛାଡିଥିଲେ। ଜୁନ ରେ ସ୍ବାମୀ ଓ ସ୍ତ୍ରୀ ସେଠାରୁ କାକିନାଡ଼ା ଯାଇଥିଲେ। ସେଠାରେ ମାଣିକ ଗୋଟିଏ ହୋଟେଲ୍ ରେ କାମ କରୁଥିଲେ। ସୋମବାର ସକାଳ ପ୍ରାୟ ୬ ଟା ବେଳେ ମାଣିକ ତାଙ୍କ ସାଙ୍ଗକୁ ଫୋନ କରି ସ୍ତ୍ରୀ କୁ ରାତିରେ ମୂର୍ଚ୍ଛା ବେମାର ହୋଇଥିଲା ବୋଲି କହିଥିଲା । ପରେ ୧୦୮ ଆମ୍ବୁଲାନ୍ସ ଆସିଥିଲେ ସୁଦ୍ଧା ଲିପିକାଙ୍କୁ ନେଇନଥିଲା କାରଣ ସେତେବେଳେକୁ ଲିପିକା ଆଉ ଏ ଦୁନିଆରେ ନଥିଲେ। ଏହାପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ମାଣିକର ବନ୍ଧୁ। ଲିପିକାଙ୍କ ଗଳାରେ ଦାଗ ଦେଖି କାକିନାଡ଼ା ପୋଲିସକୁ ଫୋନ କରିଥିଲେ। ପରେ ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରି ମାଣିକଙ୍କୁ ଗିରଫ କରିଥିଲା । 

ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଅଢେଇ ବର୍ଷର କୁନି ଝିଅ ପୋଲିସ୍ ସମ୍ମୁଖ ରେ ବଖାଣିଥିଲା ହତ୍ୟାକାଣ୍ଡର ସେ ଲୋମଟାଙ୍କୁରା କାହାଣୀ। ଖନେଇ ଖନେଇ କହିଥିଲା ମୋ ମା କୁ ଗଳାଚିପି ହତ୍ୟା କରିଛି ମୋ ବାପା। ହେଲେ ଅଭିଯୁକ୍ତ ମାଣିକ ଗଢିଥିଲା ମନଗଢା କାହାଣୀ। ମାଣିକର କହିବା କଥା, ମୋ ସ୍ତ୍ରୀକୁ ଯେତେବେଳେ ମୂର୍ଚ୍ଚାରୋଗ ହେଲା ମୁଁ ତାକୁ ସାହାଯ୍ୟ କରୁଥିଲି ହେଲେ ସେ ମୋ ଅଙ୍ଗୁଠିକୁ କାମୁଡ଼ି ଦେବାରୁ ମୁଁ ରାଗିଯାଇ ତା ତଣ୍ଟି ଚିପି ଦେଇ ମାରିଦେଲି। ସେପଟେ ଘଟଣା ସମ୍ପର୍କରେ ଖବର ପାଇ ଲିପିକାଙ୍କ ବାପା  କାକିନାଡ଼ା ଠାରେ ପହଞ୍ଚିଥିଲେ। ଲିପିକାଙ୍କ ବାପା ଝିଅର ମୂର୍ଚ୍ଛା ବେମାର କଥାକୁ ଖଣ୍ଡନ କରିବା ସହ ମାଣିକଙ୍କୁ ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି ।