Puri Accident: ଶ୍ରୀକ୍ଷେତ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣା, ଅଧା ରହିଲା ଜଗା ଦର୍ଶନ
Advertisement
Article Detail0/zeeodisha/odisha1568483

Puri Accident: ଶ୍ରୀକ୍ଷେତ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣା, ଅଧା ରହିଲା ଜଗା ଦର୍ଶନ

Puri Accident: ପୁରୀରେ ଆଜି ସକାଳୁ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରୋଡ଼ର ଭୁଆଁ ଛକଠାରେ ଘଟିଛି ଏହି ଭୟଙ୍କର ସଡ଼କ ଦୁର୍ଘଟଣା । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି । ଏବଂ ୧୬ ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତକ ଦୁଇଜଣ ହେଉଛନ୍ତି ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲା ଅଞ୍ଚଳର ଜଣେ ୫୦ବର୍ଷୀୟ ମହିଳା ଅମୁଲୁ ଓ ପୁରୀ ଧୋବାସାହୀ ଅଞ୍ଚଳର ଅଟୋ ଡ୍ରାଇଭର ରାଜେଶ। ସମସ୍ତଙ୍କ ଆହତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୌଜନ୍ୟ- ସୋସିଆଲ ମିଡିଆ

ପାରିପାର୍ଶ୍ୱକ ସ୍ଥିତିରୁ ଟ୍ରାଭେରା ଡ୍ରାଇଭର ଅସାବଧାନତା ହେତୁ ଏତେ ବଡ଼ ଦୁର୍ଘଟଣା ଘଟିଥିବା କୁହାଯାଉଛି। ପ୍ରଥମେ ଟ୍ରାଭେରା ଟି ଅଟୋକୁ ପିଟିଲା ପରେ ପୁଣି ଥରେ ଏକ ବାଇକୁ ଧକ୍କା ଦେଇଥିଲା । ଅଟୋ ଓ ବାଇକ ଚୁରମାର ହୋଇଥିବା ବେଳେ ଟ୍ରାଭେରାର ସାମ୍ନା ପଟ ମଧ୍ୟ ଛିନଛତ୍ର ହୋଇଯାଇଛି । ଏହି ଦୁର୍ଘଟଣାରେ  ମୋଟ ପ୍ରଥମେ   ୧୮ ଜଣ ଆହତ ଆହତ ହୋଇଥିଲେ । ପରେ ଘଟଣାସ୍ଥଳରୁ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆହତଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ଚିକିତ୍ସାଧିନ ଅବସ୍ଥାରେ ମେଡିକାଲରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। 

Also Read : Road Accident: ବସକୁ ପିଟିଲା କାର୍, ଘଟଣାସ୍ଥଳରେ ୩୦ ମୃତ, ୧୫ ଆହତ

Also Read : Puri Srimandir: ବିପଦରେ ଶ୍ରୀମନ୍ଦିର! ସିଂହଦ୍ୱାର ଗୁମୁଟ ପାର୍ଶ୍ୱରେ ଫାଟ, ରକ୍ଷଣାବେକ୍ଷଣାକୁ ନେଇ ଉଠିଲା ପ୍ରଶ୍ନ

ତେବେ ସୂଚନାନୁଯାୟୀ, ଆନ୍ଧ୍ରରୁ ପର୍ଯ୍ୟଟକଙ୍କୁ ନେଇ ଆସୁଥିବା କାର୍ ସହ ଅଟୋ ଧକ୍କା ଦେବାରୁ ଏହି ଦୁର୍ଘଟଣା ହୋଇଛି। ପର୍ଯ୍ୟଟକମାନେ ଆନ୍ଧ୍ର ପ୍ରଦେଶରୁ ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି। ସ୍ଥାନୀୟ ଲୋକଙ୍କ ବୟାନ ଅନୁସାରେ ଜଣେ ବାଇକ ଆରୋହୀଙ୍କ ଚକା ଫାଟିଯିବାରୁ ତାହା ଅଟୋ ସହ ଧକ୍କା ହୋଇଥିଲା। ଏ-ହି ସମୟରେ ଆନ୍ଧ୍ରପ୍ରଦେଶରୁ ପର୍ଯ୍ୟଟକଙ୍କୁ ନେଇ ଆସୁଥିବା କାର ସହ ଅଟୋର ଧକ୍କା ହୋଇଥିଲା। 

ନିକଟରେ,ନୟାଗଡ଼ ଜିଲ୍ଲା କରଡ଼ା ନିକଟରେ  ଏକ ସଡକ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକମାନଙ୍କ ମଧ୍ୟରେ ୩ ସଦସ୍ୟ  ଗୋଟିଏ ପରିବାରର ଥିବା ବେଳେ  ଜଣେ ଡ୍ରାଇଭରର ମଧ୍ୟ ସାମିଲ ଥିଲେ  ।  ମିଳିଥିବା ସୂଚନାନୁସାରେ, ନନ୍ଦିଘର ନେଳିଆ ସାହିର ଚାଉଳ ମିଲ ମାଲିକ ଚିରଞ୍ଜିବୀ ସାହୁ (୪୦) କୌଣସି କାମରେ ଭୁବନେଶ୍ୱର ଯାଇଥିବା ବେଳେ ବିଳମ୍ବିତ ରାତିରେ ଫେରୁଥିଲେ । ଫେରିବା ସମୟରେ କାରଟି ଦୁର୍ଘଟଣା ଗ୍ରସ୍ତ ହେବାରୁ, ସେଥିରେ ଥିବା ତାଙ୍କ ପତ୍ନୀ ମଧୁସ୍ମିତା ସାହୁ ( ୩୫), ପୁଅ ଆଦିତ୍ୟ କୁମାର ସାହୁ (୧୧), ଙ୍କ ସହ ଡ୍ରାଇଭର ସନ୍ତୋଷ ନାୟକଙ୍କ ମୃତ୍ୟୁ ଘଟିଛି । ପୋଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଦେଇଛି । ଘଟଣାର ରହସ୍ୟ ନେଇ ତଦନ୍ତ ଚାଲିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।