Puri Srimandir: ବିପଦରେ ଶ୍ରୀମନ୍ଦିର! ସିଂହଦ୍ୱାର ଗୁମୁଟ ପାର୍ଶ୍ୱରେ ଫାଟ, ରକ୍ଷଣାବେକ୍ଷଣାକୁ ନେଇ ଉଠିଲା ପ୍ରଶ୍ନ
Advertisement
Article Detail0/zeeodisha/odisha1567225

Puri Srimandir: ବିପଦରେ ଶ୍ରୀମନ୍ଦିର! ସିଂହଦ୍ୱାର ଗୁମୁଟ ପାର୍ଶ୍ୱରେ ଫାଟ, ରକ୍ଷଣାବେକ୍ଷଣାକୁ ନେଇ ଉଠିଲା ପ୍ରଶ୍ନ

Puri Srimandir : ବିପଦରେ ଶ୍ରୀମନ୍ଦିର ! ପୁରାତନ ଐତିହ୍ୟ ହୋଇଥିବାରୁ ଏଥିରୁ କେତେବେଳେ ପଥର ଖସୁଛି ତ ଆଉ କେତେବେଳେ ଫାଟ ସୃଷ୍ଟି ହେଉଛି। କିଛି ଦିନ ପୂର୍ବରୁ ରତ୍ନବେଦୀ ନିକଟରେ ଶ୍ରୀବଳଭଦ୍ରଙ୍କ ନିକଟରେ ଖସିଥିଲା ଗୋଟିଏ ଚୁନପଥର। ଆଉ ତାପରେ ଜଗମୋହନରୁ ଖସିଥିଲା ପ୍ରାୟ ଦୁଇକେଜି ଓଜନର ଏକ ପଥର। ଆଉ ତାପରେ ସିଂହଦ୍ୱାର ଗୁମୁଟରେ ପ୍ରାୟ ଦୁଇଫୁଟ ଲମ୍ବର ଏକ ଫାଟ ଦେଖିବାକୁ ମିଳିଛି। ଗୁମୁଟର ଅନେକ ସ୍ଥାନରେ ଗର୍ତ୍ତ ଭଳି ଦେଖାଯାଉଛି। ହେଲେ ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପାଖରେ ଯେମିତି ଏଭଳି ଖବର ନଥିବା ଭଳି ଲାଗୁଛି। ଯେତିକି ଗଣମାଧ୍ୟମରେ ପ୍ରକାଶ ପାଉଛି ସେତିକି ମରାମତି ହେଉଛି। ମାତ୍ର ନିଜ ଆଡୁ ଚିହ୍ନଟ କରାଯାଇ ମରାମତି କରୁନଥିବା ସାଧାରଣରେ ଅଭିଯୋଗ ଉଠୁଛି।

ସୌଜନ୍ୟ- ସୋସିଆଲ ମିଡିଆ

ଜଗମୋହନ,ନାଟମନ୍ଦିର ଓ ବଡଦେଉଳ ପରେ ଏବେ ବିପଦରେ ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟ। ଏବେ ଗୁମୁଟର ପାର୍ଶ୍ବରେ ଦେଖିବାକୁ ମିଳିଛି ବଡ଼ ବଡ଼ ଫାଟ। ଫାଟ ଏତେ ବଡ଼ ଯେ ସରୀସୃପ ରହୁଥିବା ଆଶଙ୍କା କରାଯାଉଛି। କେବଳ ଫାଟ ନୁହେଁ, ଯେଉଁ ପ୍ରାଚୀନ ମୂର୍ତ୍ତି ଲାଗିଛି, ତାହା ବି ଭାଙ୍ଗି ଝଡ଼ି ପଡ଼ିଲାଣି। ତଥାପି ନା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଏଥିପ୍ରତି ଦୃଷ୍ଟି ପଡ଼ୁଛି ନା ଶ୍ରୀମନ୍ଦିର ପ୍ରଶାସନ। ଏହା ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ଥିବା ଏକ ବଡ ଅବହେଳାକୁ ପ୍ରତିପାଦିତ କରୁଛି।

Also Read  : Puri News: ଆଜି ମହାପ୍ରଭୁଙ୍କୁ ୪ ଘଣ୍ଟା ଯାଏଁ ଦର୍ଶନ କରିପାରିବେନି ଭକ୍ତ

୧୯୭୫ ମସିହାରୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପ୍ରାଚୀନ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବ ତୁଲାଇ ଆସୁଛି। ପୂର୍ବରୁ ସଂପୂର୍ଣ୍ଣ ଶ୍ରୀମନ୍ଦିର ଧଳା ରଙ୍ଗର ଥିଲା। ପଥର ଉପରେ ଦିଆଯାଇଥଲା ଚୁନର ମୋଟା ଆସ୍ତରଣ। ଏହା ଶ୍ରୀମନ୍ଦିର ପାଇଁ ବିପଦ ବୋଲି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ କହିବା ପରେ ମାମଲା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୩୦ ବର୍ଷ ତଳୁ ଶ୍ରୀମନ୍ଦିରରୁ ଚୁନ ଛଡ଼ାଇ ସ୍ବତନ୍ତ୍ର କେମିକାଲ୍‌ ଲଗାଇଛି ଏଏସଆଇ। ତଥାପି ଶ୍ରୀମନ୍ଦିର ଉପରୁ ବିପଦ ଟଳିନି। ମଝିରେ ମଝିରେ ବଡ଼ ବଡ଼ ପଥର ଖଣ୍ଡ ଖସି ଶ୍ରୀମନ୍ଦିର ଅସୁରକ୍ଷିତ ବୋଲି ଦର୍ଶାଇ ଦେଉଛି। 

ସେପଟେ ରତ୍ନଭଣ୍ଡାର, ନାଟମଣ୍ଡପ ବି ଅସୁରକ୍ଷିତ ଅବସ୍ଥାରେ ପଡ଼ି ରହିଛି। ସବୁଠି ବର୍ଷା ହେଲେ ପାଣି ଗଳୁଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନାଟମଣ୍ଡପର ମରାମତି କାମ ଆରମ୍ଭ ହୋଇଛି ସତ କିନ୍ତୁ ଅଦ୍ୟାବଧି ଶେଷ ହୋଇନି। ଏବେ ବି ନାଟମଣ୍ଡପ ଭାରା ବନ୍ଧା ଅବସ୍ଥାରେ ରହିଛି। ଏଭଳି ସ୍ଥିତିରେ ସିଂହଦ୍ବାର ପ୍ରବେଶ ପଥର ବାମପାର୍ଶ୍ବରେ ପଥରରେ ବଡ଼ ବଡ଼ ଫାଙ୍କ ସୃଷ୍ଟି ହେବା ଶ୍ରୀମନ୍ଦିର ପାଇଁ ବିପଦ ସୃଷ୍ଟି କରିଛି। ସିଂହଦ୍ବାରରେ ପ୍ରବେଶ ପଥର ବାମପାର୍ଶ୍ବ ସିଂହ ମୂର୍ତ୍ତି କଡ଼ ଉପରିଭାଗରେ ପଥରରେ ଫାଟ ପରେ ଏଭଳି ଏକାଧିକ ଫାଙ୍କ ଦେଖିବାକୁ ମିଳିଛି। 

ଏହାର ଲମ୍ବ ପ୍ରାୟ ଦୁଇଫୁଟ ହୋଇଥିବାବେଳେ ଚଉଡ଼ା ପ୍ରାୟ ୪/୫ ଇଞ୍ଚ ହେବ। ସେହିଭଳି ଯେଉଁ ପ୍ରାଚୀନ ଦେବାଦେବୀ ପ୍ରତିମୂର୍ତ୍ତି ଲାଗିଛି, ସେଥିରୁ କାହାର ଆଣ୍ଠୁଠାରୁ ପାଦ ପର୍ଯ୍ୟନ୍ତ ପଥର ଗଳି ପଡ଼ିଲାଣି ତ’ କାହାର ମୁହଁ ଗଳି ପଡ଼ିଲାଣି। ସିଂହ କାରୁକାର୍ଯ୍ୟ ବି ଭାଙ୍ଗି ଗଳି ପଡ଼ିଲାଣି। ଅନେକ କାରୁକାର୍ଯ୍ୟ ବି ମନ୍ଦିରରୁ ଭାଙ୍ଗି ଝଡ଼ି ପଡ଼ିବା ପରେ ଏହାର ଚିହ୍ନବର୍ଣ୍ଣ ଲିଭିଗଲାଣି। ସ୍ଥିତି ଏପରି ହୋଇଛି ଯେ, ଯଦି ଏବେଠୁ ଏହାର ସୁରକ୍ଷା କଥା ଚିନ୍ତା କରାନଯାଏ, ଏହି ଫାଟ ଦେଇ ପାଣି ପଶି ମନ୍ଦିର ପାଇଁ ବିପଦ ସୃଷ୍ଟି କରିବ। ସେହିଭଳି ବାକି ପ୍ରତିମୂର୍ତ୍ତି ବି କ୍ରମେ ଭାଙ୍ଗି ଗଳିପଡ଼ିବେ ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି।

ପୁରୀରୁ ସଞ୍ଜୟ ମହାପାତ୍ର, ଜି ଓଡିଶା ନ୍ୟୁଜ୍