Advertisement
Article Detail0/zeeodisha/odisha697170
Zee OdishaOdisha Stateସୀମା ବିବାଦ ଓ ଚୀନ-ଭାରତ ସଂଘର୍ଷ, ୨୦ ଶହୀଦଙ୍କ ମଧ୍ୟରେ ଦୁଇ ଓଡ଼ିଆ

ସୀମା ବିବାଦ ଓ ଚୀନ-ଭାରତ ସଂଘର୍ଷ, ୨୦ ଶହୀଦଙ୍କ ମଧ୍ୟରେ ଦୁଇ ଓଡ଼ିଆ

ସୀମା ବିବାଦକୁ ନେଇ ଉଭୟ ଚୀନ ଓ ଭାରତ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ଫଳରେ ଉଭୟ ରାଷ୍ଟ୍ର ପକ୍ଷରୁ ସୋମବାର ବିଳମ୍ବିତ ରାତିରେ ସଂଘର୍ଷ ଓ ଗୁଳିମାଡ଼ ହୋଇଥିବା ସୂଚନା ରହିଛି। ଏହି ଗୁଳିମାଡ଼ରେ ଜଣେ କମାଣ୍ଡିଂ ଅଫିସରଙ୍କ ସହିତ ୨୦ ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ତେବେ ଏହି ୨୦ ଶହୀଦଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ମଧ୍ୟ ରହିଥିବା ସୂଚନା ରହିଛି। ଦୁଇ

ସୀମା ବିବାଦ ଓ ଚୀନ-ଭାରତ ସଂଘର୍ଷ, ୨୦ ଶହୀଦଙ୍କ ମଧ୍ୟରେ ଦୁଇ ଓଡ଼ିଆ

କନ୍ଧମାଳ: ସୀମା ବିବାଦକୁ ନେଇ ଉଭୟ ଚୀନ ଓ ଭାରତ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ଫଳରେ ଉଭୟ ରାଷ୍ଟ୍ର ପକ୍ଷରୁ ସୋମବାର ବିଳମ୍ବିତ ରାତିରେ ସଂଘର୍ଷ ଓ ଗୁଳିମାଡ଼ ହୋଇଥିବା ସୂଚନା ରହିଛି। ଏହି ଗୁଳିମାଡ଼ରେ ଜଣେ କମାଣ୍ଡିଂ ଅଫିସରଙ୍କ ସହିତ ୨୦ ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ତେବେ ଏହି ୨୦ ଶହୀଦଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ମଧ୍ୟ ରହିଥିବା ସୂଚନା ରହିଛି। ଦୁଇ ଶହୀଦଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲାର ଚନ୍ଦ୍ରକାନ୍ତ ପ୍ରଧାନ ଓ ରାଇରଙ୍ଗପୁରର ନନ୍ଦୁରାମ ସୋରେନ। 

ଚନ୍ଦ୍ରକାନ୍ତଙ୍କୁ ମାତ୍ର ୨୮ ବର୍ଷ ହୋଇଥିଲା। ଘର ତାଙ୍କର କନ୍ଧମାଳ ବିଅରପାଙ୍ଗାରେ। ପ୍ରାୟ ୬ ବର୍ଷ ହେବ ଭାରତୀୟ ସେନାରେ ଯୋଗ ଦେଇଥିଲେ। ବିହାର ୧୬ ରେଜିମେଣ୍ଟରେ କାର୍ଯ୍ୟ କରୁଥିଲେ। ପ୍ରାୟ ଦୁଇ ବର୍ଷ ହେବ ଲଦାଖରେ କାର୍ଯ୍ୟ କରୁଥିଲେ। ସୋମବାର ଚୀନ ସେନାଙ୍କ ଗୁଳିମାଡ଼ରେ ସେ ଶହୀଦ ହୋଇଥିଲେ। ସେନା କ୍ୟାମ୍ପରୁ ଚନ୍ଦ୍ରକାନ୍ତଙ୍କ ମୃତ୍ୟୁ ଖବର ତାଙ୍କ ପରିବାରଙ୍କୁ ସୂଚନା ଦିଆଯାଇଥିଲା। ସେହିପରି ରାଇରଙ୍ଗପୁର ଅଞ୍ଚଳର ନନ୍ଦୁରାମ ସୋରେନ ଚୀନ ସେନାଙ୍କ ଗୁଳିରେ ଶହୀଦ ହୋଇଛନ୍ତି। ଚନ୍ଦ୍ରକାନ୍ତଙ୍କ ଶରୀର ଆସନ୍ତା କାଲି ଆସିବାର ସମ୍ଭାବନା ରହିଛି। ନନ୍ଦୁରାମଙ୍କ ଘର ମୟୂରଭଞ୍ଜର ବିଜାତଳା ବ୍ଲକ ଚମ୍ପାରଦା ଗ୍ରାମରେ। ସେ ମଧ୍ୟ ବିହାର୧୬ ରେଜିମେଣ୍ଟରେ କାର୍ଯ୍ୟ କରୁଥିଲେ। 

ଅନୁରୂପ ଭାବେ ଭାରତୀୟ ସେନାଙ୍କ ଗୁଳି ମାଡ଼ରେ ଚୀନ ସେନାର ଜଣେ କମାଣ୍ଡିଂ ଅଫିସରଙ୍କ ସହିତ ପ୍ରାୟ ୩୫ ଜଣ ଚୀନିସେନାଙ୍କ ମୃତ୍ୟୁ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ରହିଛି। ମୃତ ସେନାଙ୍କ ଶରୀରକୁ ଚୀନ ଆଜି ନେଇଯାଇଥିବା ସୂଚନା ରହିଛି। ସେପଟେ ସୋମବାର ସୀମା ବିବାଦ ତଥା ତେଜୁଥିବା ସୀମା ବିବାଦ ସମ୍ପର୍କରେ ଆଲୋଚନା କରିବା ପାଇଁ ଭାରତ ପକ୍ଷରୁ କମାଣ୍ଡିଂ ଅଫିସର ସନ୍ତୋଷ ବାବୁ ଏକ ଛୋଟ ଦଳ ସହିତ ଚୀନ ସେନାଙ୍କ ନିକଟକୁ ଯାଇଥିଲେ। 

Add Zee News as a Preferred Source

ମାତ୍ର ଏହି ଆଲୋଚନା ସମୟରେ ଚୀନ ସେନା ଭାରତୀୟ ସେନା ଉପରକୁ ଆକ୍ରମଣ କରିଥିଲେ। ଲୁହା ରଡରେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ଚୀନ ଓ ଭାରତୀୟ ସେନାଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ଭାରତୀୟ କମାଣ୍ଡିଂ ଅଫିସର ସନ୍ତୋଷ ବାବୁ ଓ ଅନ୍ୟ ଦୁଇ ଜଣ ସେନାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ପରବର୍ତ୍ତି ସମୟରେ ଆଉ ୧୭ ଜଣ ସେନାଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।

About the Author