ଦୁର୍ଘଟଣା ପାଇଁ ଚୁଲିକୁ ଗଲା ବର୍ଷକର କଷ୍ଟ; ଅଟୋ ଓଲଟି ଜଣେ ଛାତ୍ରୀ ଗୁରୁତର, ୭ ଆହତ
Advertisement
Article Detail0/zeeodisha/odisha1168362

ଦୁର୍ଘଟଣା ପାଇଁ ଚୁଲିକୁ ଗଲା ବର୍ଷକର କଷ୍ଟ; ଅଟୋ ଓଲଟି ଜଣେ ଛାତ୍ରୀ ଗୁରୁତର, ୭ ଆହତ


ଶୁକ୍ରବାର ଠାରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। କୁନ୍ଦ୍ରା ବ୍ଲକର କେରେମିଟି ଆବାସିକ ବିଦ୍ୟାଳୟର ସେଣ୍ଟର କାଉଡ଼ିଆଗୁଡା ଆବାସିକ ବିଦ୍ୟାଳୟରେ ପଡିଛି। କେରେମିଟିରୁ କାଉଡ଼ିଆଗୁଡା ସେଣ୍ଟରକୁ ପରୀକ୍ଷା ଦେବାପାଇଁ ଯାଉଥିବା ସମୟରେ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଅଟୋରେ ବସିଥିବା ଜଣେ ଛାତ୍ରୀ ଗୁରୁତର ହୋଇଥିବା ବେଳେ ଅନ୍ୟ ସାତ ଜଣ ଆହତ ହୋଇଛନ୍ତି। ଫଳରେ ସମସ୍ତେ ପରୀକ୍ଷା ଦେବାରୁ ବଂଚିତ ହୋଇଥିବା ସୂଚନା ମିଳିଛି।

ଦୁର୍ଘଟଣା ପାଇଁ ଚୁଲିକୁ ଗଲା ବର୍ଷକର କଷ୍ଟ; ଅଟୋ ଓଲଟି ଜଣେ ଛାତ୍ରୀ ଗୁରୁତର, ୭ ଆହତ

କୋରାପୁଟ: ପ୍ରଥମ ଦିନରେ ହିଁ ଚୁଲିକୁ ଗଲା ବର୍ଷକର କଷ୍ଟ। ଦୁର୍ଘଟଣାର ଶିକାର ହୋଇ ପରୀକ୍ଷା ଦେଇପାରିଲେନାହିଁ ଛାତ୍ରୀ। ଅଟୋ ଓଲଟି ସାତ ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଶୁକ୍ରବାର ସକାଳେ କୁନ୍ଦ୍ରା ବ୍ଲକର ସରକାରୀ ସ୍କୁଲକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛିଯ

ଶୁକ୍ରବାର ଠାରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। କୁନ୍ଦ୍ରା ବ୍ଲକର କେରେମିଟି ଆବାସିକ ବିଦ୍ୟାଳୟର ସେଣ୍ଟର କାଉଡ଼ିଆଗୁଡା ଆବାସିକ ବିଦ୍ୟାଳୟରେ ପଡିଛି। କେରେମିଟିରୁ କାଉଡ଼ିଆଗୁଡା ସେଣ୍ଟରକୁ ପରୀକ୍ଷା ଦେବାପାଇଁ ଯାଉଥିବା ସମୟରେ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଅଟୋରେ ବସିଥିବା ଜଣେ ଛାତ୍ରୀ ଗୁରୁତର ହୋଇଥିବା ବେଳେ ଅନ୍ୟ ସାତ ଜଣ ଆହତ ହୋଇଛନ୍ତି। ଫଳରେ ସମସ୍ତେ ପରୀକ୍ଷା ଦେବାରୁ ବଂଚିତ ହୋଇଥିବା ସୂଚନା ମିଳିଛି।

Also Read: ସରକାରୀ ସ୍କୁଲ ଉପରେ ବୁଲଡୋଜର ଚଢିବା ଘଟଣା: ପ୍ରଶାସନର ଅନ୍ଧାରୀ ଶାସନକୁ ବିରୋଧ, NH -59 ବନ୍ଦ

କୁନ୍ଦୁରା ବ୍ଲକସ୍ଥିତ ସରକାରୀ ଆବାସିକ ବିଦ୍ୟାଳୟରେ ୧୦୦ ଛାତ୍ରୀ ରହି ପାଠ ପଢୁଥିଲେ। ଶୁକ୍ରବାର ମାଟ୍ରିକ ପରୀକ୍ଷାରେ ପାଇଁ ସ୍କୁଲ ୱାର୍ଡେନଙ୍କ ସହ ପିଲାମାନେ ପରୀକ୍ଷା କେନ୍ଦ୍ରକୁ ବାହାରିଥିଲେ। ଏକ ଅଟୋରେ ୮ ଜଣ ଛାତ୍ରୀ ବସି ଯାଉଥିବା ବେଳେ ରାସ୍ତାରେ ଓଲଟିପଡ଼ିଲା। ଜଣେ ଗୁରୁତର ଛାତ୍ରୀଙ୍କୁ ପ୍ରଥମେ କୁନ୍ଦ୍ରା ମେଡିକାଲ ଓ ପରେ ଜୟପୁର ଜିଲ୍ଲା ହସ୍ପିଟାଲରୁ ସ୍ଥାନାନ୍ତର କରାଯାଇଛି। ଆହତ ଛାତ୍ରୀମାନେ କୁନ୍ଦାର ମେଡିକାଲରେ ପ୍ରାଥମିକ ଟିକିତ୍ସା ପରେ ଫେରିଛନ୍ତି। 

ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଡ୍ରାଇଭର ଗାଡି ଉପରୁ ନିଜର ନିୟନ୍ତ୍ରଣ ହରାଇଥିବାରୁ ରାସ୍ତରେ ଅଟୋଟି ଓଲଟିଥିବା କୁହାଯାଉଛି। ଦୁର୍ଘଟଣା ସମୟରେ ଅଟୋ ଦୃତଗତିରେ ଥିବା ମଧ୍ୟ ଅଭିଯୋଗ ହୋଇଛି। ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଆଠ ଜଣ ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହୋଇଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।