Republic Day 2023: ଜାଣନ୍ତୁ କେଉଁଠି କେଉଁ ମନ୍ତ୍ରୀ କଲେ ପତାକା ଉତ୍ତୋଳନ, ତାଲିକା ଉପରେ ପକାନ୍ତୁ ନଜର
Advertisement
Article Detail0/zeeodisha/odisha1544919

Republic Day 2023: ଜାଣନ୍ତୁ କେଉଁଠି କେଉଁ ମନ୍ତ୍ରୀ କଲେ ପତାକା ଉତ୍ତୋଳନ, ତାଲିକା ଉପରେ ପକାନ୍ତୁ ନଜର

Republic Day 2023 : ଆଜି ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ । ଏ-ନେଇ ଦିଲ୍ଲୀରୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା । ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଛନ୍ତି । ୫୦ ଟି କଣ୍ଟିଜେଣ୍ଟ ମଧ୍ୟରେ ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶର ଏକ ପୋଲିସ ଟ୍ରୁପ ମଧ୍ୟ ପରେଡରେ ସାମିଲ ହୋଇଛନ୍ତି । ଏହାସହ ରାଜ୍ୟ ସରକାରଙ୍କର ପ୍ରମୁଖ ବିଭାଗର ୮ଟି ପ୍ରଜ୍ଞାପନ ମେଢ଼, ସ୍କେଟିଂ ଏକାଡେମୀ ପକ୍ଷରୁ ପିଲାଙ୍କ ସ୍କେଟିଂ ଖେଳର କୌଶଳ ପ୍ରଦର୍ଶିତ ହୋଇଛି ।

ସୌଜନ୍ୟ- ସୋସିଆଲ ମିଡିଆ

Republic Day 2023 : ଆଜି ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ ।  ଏ-ନେଇ ଦିଲ୍ଲୀରୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା । ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି  । ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଛନ୍ତି । ୫୦ ଟି କଣ୍ଟିଜେଣ୍ଟ ମଧ୍ୟରେ ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶର ଏକ ପୋଲିସ ଟ୍ରୁପ ମଧ୍ୟ ପରେଡରେ ସାମିଲ ହୋଇଛନ୍ତି । ଏହାସହ ରାଜ୍ୟ ସରକାରଙ୍କର ପ୍ରମୁଖ ବିଭାଗର ୮ଟି ପ୍ରଜ୍ଞାପନ ମେଢ଼, ସ୍କେଟିଂ ଏକାଡେମୀ ପକ୍ଷରୁ ପିଲାଙ୍କ ସ୍କେଟିଂ ଖେଳର କୌଶଳ ପ୍ରଦର୍ଶିତ ହୋଇଛି  । ରାଜ୍ୟର ଲୋକ କଳା, ପାରମ୍ପରିକ ବାଦ୍ୟ, ପଶୁ ନୃତ୍ୟକୁ ନେଇ ୪ଟି ଦଳକୁ ଏଥର ସାମିଲ କରାଯାଇଛି । କେସିଙ୍ଗାର ଏସଡିପିଓ ୟଶ ପ୍ରତାପ ଶ୍ରୀମାଲ ଏଥରର ପରେଡର ନେତୃତ୍ୱ ନେଇଛନ୍ତି। ଏହାସହ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଦୁଃସାହାସିକ କଳା ଓ କୈଶଳ ପ୍ରଦର୍ଶନ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ୨୦୦ବଛା ବଛା ପୋଲିସ ଅଧିକାରୀଙ୍କୁ ସାଦା ପୋଷାକରେ ନିୟୋଜିତ କରାଯାଇଛି । ଗାନ୍ଧୀମାର୍ଗକୁ ତ୍ରୀସ୍ତରୀୟ ସୁରକ୍ଷା ବଳୟ ଭିତରେ ରଖାଯିବ ସହ ସିସିଟିଭିରେ ନଜର ରଖାଯାଇଛି ।

କଟକର ବାରବାଟୀ ଷ୍ଟାଡିୟମରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ଏଠାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିଥିଲେ । ଏବଂ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସହ ପୋଲିସ ଟ୍ରୁପ ମଧ୍ୟ ପରେଡରେ ସାମିଲ ହୋଇଥିଲେ । ସେହିପରି ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲା ସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ନିର୍ଦ୍ଧାରିତ ସମୟରେ  ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଆୟୋଜିତ ପ୍ଯାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ପୌରସଂସ୍ଥା ପକ୍ଷରୁ ସ୍ୱଚ୍ଛ ସବାରିର ଓ ପୋଷ୍ଟାଲ ବିଭାଗର ପ୍ରଜ୍ଞାନ ମେଢ ପ୍ରଦର୍ଶନ କରାଯାଇଥିଲା ।  ଏହି ଅବସରରେ ମନ୍ତ୍ରୀ ପୁରୀକୁ ବିଶ୍ୱସ୍ତରୀୟ କରିବା ନେଇ ରାଜ୍ୟସରକାରଙ୍କ ପକ୍ଷରୁ କରାଯାଉଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣତନ୍ତ୍ର ଦିବସରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ଜିଲ୍ଲାପାଳ ସମର୍ଥ ବର୍ମା,ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ଓ ଅତିରିକ୍ତ ଏସପି ମିହିର ପଣ୍ଡା, ପୌରଧିକାରୀ ଭରୋଜ ସ୍ୱାଇଁ ପ୍ରମୁଖ ବହୁ ପଦାଧିକାରୀ ଯୋଗଦାନ କରିଥିଲେ। 

Also Read: Crime News: Film Special 26 ଷ୍ଟାଇଲରେ ଲୁଟ୍, ଇଡି ଅଫିସର ପରିଚୟ ଦେଇ ଦୋକାନୀକୁ ଚୁନ ଲଗାଇଲେ ଲୁଟେରା

ଖୋର୍ଦ୍ଧା ବିଜେବି ହାଇସ୍କୁଲ ପଡିଆରେ ୭୪ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ପାଳିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ  ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । କୋଭିଡ କଟକଣା ଯୋଗୁ ଦୁଇ ବର୍ଷ କେବଳ ପୋଲିସ ବାହିନୀର ଦୁଇ ପ୍ଲାଟୁନ ଫୋର୍ସଙ୍କୁ ନେଇ ପରେଡରେ କରାଯାଇଥିବା ବେଳେ ଚଳିତ ବର୍ଷ ପୋଲିସ, ସ୍କାଉଟ,ଗାଇଡ ସମେତ ମୋଟ ୪୨ଟି ଟ୍ରୁପ ଅଂଶଗ୍ରହଣ କରିଛନ୍ତି । 

ସେହିପରି, ସମ୍ବଲପୁରରେ ମଧ୍ୟ ମହା ଆଡମ୍ବର ସହ ଏହି ସାଧାରଣତନ୍ତ୍ର ଦିବସକୁ ପାଳନ କରାଯାଇଛି । ଏହି ଅବସରରେ ରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ ପତାକା ଉତ୍ତୋଳନ କରିଥିଲେ । ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନଙ୍କ ସହ ପୋଲିସ ଟ୍ରୁପ ମଧ୍ୟ ଏଠାରେ ପରେଡରେ ସାମିଲ ହୋଇଥିଲେ । ଚାରିଟି ପ୍ରଜ୍ଞାପନ ମେଢ଼ ଏହି ପରେଡରେ ଭାଗ ନେଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀଙ୍କୁ ମନ୍ତ୍ରୀ ମାନପତ୍ର ଓ କପ ଦେଇ ସମ୍ମାନିତ କରିଥିଲେ ।