ବାହାଘର ଭୋଜିରେ ଚଢ଼ାଉ; ୨୦ ହଜାର ଜରିମାନା ଆଦାୟ କଲା ପ୍ରଶାସନ
Advertisement
Article Detail0/zeeodisha/odisha908668

ବାହାଘର ଭୋଜିରେ ଚଢ଼ାଉ; ୨୦ ହଜାର ଜରିମାନା ଆଦାୟ କଲା ପ୍ରଶାସନ

ବାହାଘର ଭୋଜିରେ ଚଢ଼ାଉ କରି ଆୟୋଜକଙ୍କ ଠାରୁ ଜରିମାନା ଆଦାୟ କରିଛି ପ୍ରଶାସନ।  

ବାହାଘର ଭୋଜିରେ ଚଢ଼ାଉ; ୨୦ ହଜାର ଜରିମାନା ଆଦାୟ କଲା ପ୍ରଶାସନ

କନ୍ଧମାଳ: କୋଭିଡ ନିୟମ ଉଲଂଘନ କରି ବାହାଘର ଭୋଜି ଆୟୋଜନ କରିବା ମହଙ୍ଗା ପଡି଼ଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ। ଏନେଇ ଖବର ପାଇବା ପରେ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ ଏବଂ ସ୍ଥାନୀୟ ଥାନା ଅଧିକାରୀ କୌଶିକ ମାଝୀ ମିଳିତ ଭାବେ ଆୟୋଜିତ ଭୋଜିରେ ଚଢ଼ଉ କରି ଆୟୋଜକଙ୍କ ଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। 

ଦାରିଙ୍ଗବାଡ଼ି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଦାଦାଡ଼ି ଗ୍ରାମରେ କିରଣ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ବାହାଘର ହେଉଥିବା ବେଳେ ଏକ ବଡ଼ ଭୋଜିର ଆୟୋଜନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଲୋକ ରହିଥିବା ବେଳେ ସାମାଜିକ ଦୂରତା ପାଳନ ଅଥବା ମାସ୍କ ବ୍ୟବହାର ହୋଇନଥିଲା। କୋଭିଡ ନିୟମକୁ ସମ୍ପୂର୍ଣ୍ଣ ଉଲଘଂନ କରି ଚାଲିଥିଲା ଏହି କାର୍ଯ୍ୟକ୍ରମ। ଏନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ଦାରିଙ୍ଗବାଡ଼ି ତହସିଲଦାରଙ୍କ ସହ ଥାନା ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଆୟୋଜକଙ୍କୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରିବା ସହ ସହ ଭୋଜି କାର୍ଯ୍ୟକ୍ରମକୁ ବନ୍ଦ କରିଥିଲେ।