ଆସନ୍ତା ୧୯ ପର୍ଯ୍ୟନ୍ତ VIMSARର ସମସ୍ତ OPD ବନ୍ଦ
Advertisement

ଆସନ୍ତା ୧୯ ପର୍ଯ୍ୟନ୍ତ VIMSARର ସମସ୍ତ OPD ବନ୍ଦ

ବୁର୍ଲା ମେଡ଼ିକାଲରେ ଡାକ୍ତର ପଜିଟିଭ ଚିହ୍ନଟ ହେବା ପରେ VIMSARର କେତେକ ବିଭାଗକୁ ସାନିଟାଇଜ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । 

ଫାଇଲ ଫଟୋ

ଅଜୟ କୁମାର ନାଥ, ସମ୍ବଲପୁର: ଆଜି ଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ବୁର୍ଲା VIMSARର ସମସ୍ତ OPDକୁ  ବନ୍ଦ କରାଯାଇଛି । ଏହି ସମୟ ମଧ୍ୟରେ OPD ସହ ଅସ୍ତ୍ରୋପଚାର ମଧ୍ୟ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବୁର୍ଲା ମେଡ଼ିକାଲରେ ଡାକ୍ତର ପଜିଟିଭ ଚିହ୍ନଟ ହେବା ପରେ VIMSARର କେତେକ ବିଭାଗକୁ ସାନିଟାଇଜ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । 

ଅଗ୍ନିଶମ ବିଭାଗ ପକ୍ଷରୁ VIMSARକୁ ସମ୍ପୂର୍ଣ ସାନିଟାଇଜ କରାଯିବ । କାଜୁଆଲଟି ଓ ଜରୁରୀକାଳିନ ବିଭାଗ ଯଥାରୀତି ଖୋଲା ରହିବ । ରୋଗୀଙ୍କ ସହିତ ଜଣେ ଆଟେଣ୍ଡାଣ୍ଟକୁ କ୍ୟାମ୍ପସ ଭିତରକୁ ଯିବାକୁ ଅନୁମତି ମିଳିବ । ମେଡିକାଲ ପରିସରରେ ସମସ୍ତେ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ । ମେଡିକାଲରୁ ଗୋଟିଏ ହିଁ ଗେଟ ଖୋଲା ରହିବ । ଗେଟ ଓ ଡାକ୍ତରଖାନା ପରିସରରେ ଅତିରିକ୍ତ ସୁରକ୍ଷାକର୍ମୀ ନିୟୋଜିତ ରହିବେ । ବିଭିନ୍ନ ଡାକ୍ତରଖାନାରୁ ରେଫର ହୋଇ ଆସୁଥିବା ଗୁରୁତର ରୋଗୀଙ୍କୁ ଭର୍ତ୍ତି କରାଯିବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା  ଜାରି କରାଯାଇଛି ।