ବାଲେଶ୍ଵରେ ଚାଲିଛି ଖାଲି ଚାଲିଛି ହତ୍ୟା ଆଉ ଅପରାଧ, ନାକରେ ଆଉ ପବନ ଯାଇପାରୁନି
Advertisement
Article Detail0/zeeodisha/odisha1208400

ବାଲେଶ୍ଵରେ ଚାଲିଛି ଖାଲି ଚାଲିଛି ହତ୍ୟା ଆଉ ଅପରାଧ, ନାକରେ ଆଉ ପବନ ଯାଇପାରୁନି

(ପ୍ରଶନଜିତ ଆଶ, ବାଲେଶ୍ୱର ): ସହର ଓ ଆଖପାଖ ଅଞ୍ଚଳରେ ବେଫିକର ଅପରାଧୀ । ସହରରେ ବୁଲୁଛନ୍ତି ନାବାଳକ ଲୁଟେରା ଗ୍ୟାଙ୍ଗ ଏକ ମାସରେ ୩୦ରୁ ଅଧିକ ଲୁଟ ଓ ଆକ୍ରମଣ କଲେଣି । ଗତକାଲି ରାତିରେ ଚାନ୍ଦିପୁର ପାତ୍ରପଡା ରୋଡ ରାସ୍ତାରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ଯା କରିଛନ୍ତି କିଛି ଦୁର୍ବୃତ୍ତ । ଯୁବକଙ୍କ ମୃତଦେହ ନିକଟରୁ ଜବତ ହୋଇଛି ମୋବାଇଲ, ମୋଟର ସାଇକେଲ ଓ ଖଣ୍ଡାର ଖୋଳ । ମୃତକ ହେଉଛନ୍ତି ସୁନହଟ ଅଞ୍ଚଳର ସତ୍ୟବ୍ରତ ଦାସ । ପୂର୍ବ ଶତୃତା ଯୋଗୁ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । 

ବାଲେଶ୍ଵରେ ଚାଲିଛି ଖାଲି ଚାଲିଛି ହତ୍ୟା ଆଉ ଅପରାଧ, ନାକରେ ଆଉ ପବନ ଯାଇପାରୁନି

ପାତ୍ରପଡା ଚାନ୍ଦିପୁର ରାସ୍ତା କଡରେ ପଡିଥିଲା ଯୁବକଙ୍କ ମୃତଦେହ । ଏନେଇ ପୋଲିସ ସାଇଣ୍ଟିଫିକ ଟିମ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଅପରାଧୀ ମାନଙ୍କୁ ଟ୍ରେସ କରାଯାଇଥିବା ଜଣାପଡିଛି । ଏନେଇ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଯିବା ସହିତ ପିଏମ କରାଯାଇଛି । ଏନେଇ ପୋଲିସର ଏକ ଟିମ୍ ଏନେଇ ଅଧିକ ତଦନ୍ତ କରୁଥିବା ବେଳେ ମୃତ ସତ୍ୟବ୍ରତଙ୍କ ସହିତ କେଉଁ ମାନେ ଫୋନରେ କଥାବାର୍ତ୍ତା କରୁଥିଲେ, ତାଙ୍କ ସହିତ କେଉଁ ମାନଙ୍କର ଶତ୍ରୁତା ଥିଲା, କେଉଁ ମାନେ ତାଙ୍କ ସହିତ ମିଳାମିଶା କରୁଥିଲେ ବିଭିନ୍ନ ଦିଗକୁ ନେଇ ପୋଲିସ ଏବେ ତଦନ୍ତ କରୁଛି ।

ଅନ୍ୟପକ୍ଷରେ କିଛିଦିନ ପୂର୍ବରୁ ବିଧାୟକଙ୍କ ଘରେ ପଶି ମୋବାଇଲ ଚୋରାଇଥିଲେ । ପ୍ରାତଃ ଭ୍ରମଣ ବେଳେ ଜଣେ ବରିଷ୍ଠ ନେତାଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ବିଚ୍ ରାସ୍ତାରେ ଅବସରପ୍ରାପ୍ତ ଅଫିସରଙ୍କୁ ମଧ୍ୟ ଏସ୍‌ପିଙ୍କ ନାଁ ନେଇ ଲୁଟିଲେ । ଖାଲି ଏତିକି ନୁହେଁ, ଏବେ ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ବାଲେଶ୍ଵର ସହରର ଜଣେ ମହିଳା କାଉନ୍ସିଲର । ବାଲେଶ୍ୱର ପୌରପାଳିକାର ୩୧ ନମ୍ବର ୱାର୍ଡ କାଉନ୍ସିଲର ତଥା ବିଜେଡି ନେତ୍ରୀ ରଂଜିତା ମହାପାତ୍ର ।

କାଉନସିଲର ଓ ତାଙ୍କ ପରିବାର ନୂଆ ବଜାରକୁ କିଛି ଜିନିଷପତ୍ର କିଣିବାକୁ ଆସିଥିଲେ । କିଣାକିଣି ସାରି ଏକ ଅଟୋରିକ୍ସାରେ ଫେରୁଥିବା ବେଳେ ଜିଲ୍ଲା ଆୟୁର୍ବେଦ ହସ୍ପିଟାଲ ନିକଟରେ କିଛି ଜଣ ଅସାମାଜିକ ଯୁବକ ଅଟୋରିକ୍ସା ଆଗକୁ ଆସି ସେମାନଙ୍କୁ ଅଟକାଇଥିଲେ । ସମସ୍ତଙ୍କ ହାତରେ ମାରଣାସ୍ତ୍ର ଥିଲା ଓ ସେମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ସମସ୍ତଙ୍କୁ ଅଟୋରିକ୍ସାରୁ ବାହାରକୁ ବାହାରିବାକୁ ଧମକାଇଥିଲେ । ତେବେ କାଉନସିଲର ତୁରନ୍ତ ଅଟୋରିକ୍ସାରୁ ଓହ୍ଲାଇ ଆସି ସେମାନଙ୍କ ମଧ୍ୟରୁ ଜଣେ ଯୁବକକୁ ଧରିବାକୁ ଚେଷ୍ଟା କରିବା ସହିତ ପାଟି କରିବାରୁ ଲୁଟେରା ଗ୍ୟାଙ୍ଗ ଫେରାର ହୋଇ ଯାଇ ଥିଲା ।

ଖାଲି ଏତିକି ନୁହେଁ ଗତ ମାସେ ଭିତରେ ୩୦ରୁ ଅଧକ ଛୀନତାଇ ଓ ମରଣାନ୍ତକ ଆକ୍ରମଣ ଘଟଣା ସାମ୍ନାକୁ ଆସିଲନି। ବରିଷ୍ଠ ନାଗରିକଙ୍କ ଠାରୁ ଏସପିଙ୍କ ନାଁ କହି ଲୁଟ ୧୦ରୁ ଅଧିକ ଦିନ ହେଲାଣି ହେଲେ ପୋଲିସ ହାତ ଖାଲି ରହିଛି । ସେପଟେ ଗତ ବୁଧବାର ଜଣେ କେରଳ ନାଗରିକ ଠାରୁ ୬୦ ହଜାର ଲୁଟ ସହିତ ଖଣ୍ଡାରେ ଆକ୍ରମଣ ହୋଇଥିବା ବେଳେ ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମୃତ୍ୟୁ ଘଟିଛି ।  ଏଣୁ ଅପରାଧ ଓ ଲୁଟର ତାଲିକା ଲମ୍ବି ଚାଲିଥିବା ବେଳେ ପୋଲସ ଏଯାଏ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ପାରୁନି । ଯାହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଲାନି । 

ସେପଟେ ସହରରେ ବିଗୁଡୁଥିନା ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବାର ଆସୋସିଏସନ ଏସପିଙ୍କୁ ଟାର୍ଗେଟ କରିଛି ଏନେଇ ୧୦ ଦିନ ମହଲତ ଦେଇଛି ଓକିଲ ସଂଘ । ସେପଟେ ଏନେଇ ମଧ୍ୟ ଗତକାଲି ପୋଲିସ ବିଭାଗ ସହିତ ଆଲୋଚନା କରିଛନ୍ତି ବାଲେଶ୍ୱର ମ୍ୟୁନିସିପାଲଟିର ସମସ୍ତ ନିର୍ବାଚିତ କାଉନସିଲର ଓ ଚେୟାରମ୍ୟାନ ।  

ସେପଟେ ଲୁଟ ଘଟଣାରେ ଗତ ବୁଧବାର ଦୁଇ ଜଣଙ୍କୁ ଧରିଥିଲା ସଦର ପୋଲିସ । କୁଖ୍ୟାତ ଅପରାଧୀ ମନୁ ଓ ମଙ୍ଗ ଦୁଇ ଜଣଙ୍କୁ ପୋଲିସ ଧରିଥିବା ବେଳେ ଏମାନେ ପୁରୁଣା କେଶ ରେ ଜେଲରୁ ବେଲରେ ବାହାରି ଏପରି ଅପରାଧ ଘଟାଇଥିବା ଜଣା ପଡ଼ିଛି ତେଣୁ ଏବେ ସହରରେ ହେଉଥିବା ଅପରାଧରେ ପୁରୁଣା ଅପରାଧୀ ସମ୍ପୃକ୍ତି ଜଣାପଡୁଛି । ସେପଟେ ମହିଳା କାଉନସିଲର ଆକ୍ରମଣ ଘଟଣାରେ ପୋଲିସ ଜଣଙ୍କୁ ଧରିଥିବା ବେଳେ ସେ ନାବାଳକ ବୋଲି ପୋଲିସ କହିଛି । ଏଣୁ ଯାହା ସନ୍ଦେହ କରାଯାଉଛି କିଛି ନାବାଳକ କିଛି ପୁରୁଣା ଅପରାଧୀଙ୍କ ସହିତ ମିଶି ସହରରେ ଲୋକଙ୍କୁ ଟାର୍ଗେଟ କରି ସୁନା ଚେନ, ମୁଦି ଓ ମୋବାଇଲ ଫୋନ ଲୁଟିବା ସହିତ ମରଣାନ୍ତକ ଆକ୍ରମଣ କରୁଛନ୍ତି । ଏନେଇ ପୋଲିସ ତଦନ୍ତ ଚାଲୁଥିବା କହୁଥିବା ବେଳେ ସବୁ ଘଟଣାର ଶୀଘ୍ର ଅପରାଧୀଙ୍କୁ ଧରାଯିବ ବୋଲି କହିଛି ।