ଦୁର୍ଘଟଣାଗ୍ରସ୍ତ ହେବା ପରେ ଘର ଭିତରେ ପଶିଲା ଟ୍ରକ; ଦୁଇ ଗୁରୁତର ଜଣେ ଆହତ
Advertisement
Article Detail0/zeeodisha/odisha980817

ଦୁର୍ଘଟଣାଗ୍ରସ୍ତ ହେବା ପରେ ଘର ଭିତରେ ପଶିଲା ଟ୍ରକ; ଦୁଇ ଗୁରୁତର ଜଣେ ଆହତ

ଟ୍ରକ ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ଏବଂ ଜଣେ ଆହତ ହୋଇଛନ୍ତି। 

ଦୁର୍ଘଟଣାଗ୍ରସ୍ତ ହେବା ପରେ ଘର ଭିତରେ ପଶିଲା ଟ୍ରକ; ଦୁଇ ଗୁରୁତର ଜଣେ ଆହତ

ବୌଦ୍ଧ: ଜିଲ୍ଲାର ଲୁଣିବାହାଲ ଛକ ରାସ୍ତାକଡରେ ଥିବା ଏକ ଦୋକାନଘର ଭିତରେ ପଶିଗଲା କୋଇଲା ବୋଝେଇ ଟ୍ରକ। ଏହା ଦ୍ୱାରା ହୋଇଥିବା ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ଏବଂ ଜଣେ ଆହତ ହୋଇଛନ୍ତି। ଗୁରୁତରଙ୍କୁ ପ୍ରଥମେ ପୁରୁଣାକଟକ ଏବଂ ପରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। 

ଏକ କୋଇଲା ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଲୁଣିବାହାଲ ଛକ ରାସ୍ତା କଡରେ ଥିବା ଏକ ଦୋକାନରେ ପଶିଯିବା ଫଳରେ ଗାଡିର ଡ୍ରାଇଭର ହେଲପର ସମେତ ଦୋକାନରେ କିଣୁଥିବା ଜଣେ ଗ୍ରାହକ ଆହତ ହୋଇଥିଲେ। ଗ୍ରାହକ ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡିଛି। କ୍ଷତି ପୁରଣ ଦାବିରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିବାବେଳେ ଘଟଣାସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ଏ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।