Odisha News: ବିଏସଏଫ ଯବାନଙ୍କ ଦ୍ବାରା ମାଲକାନଗିରିରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
Advertisement
Article Detail0/zeeodisha/odisha1624660

Odisha News: ବିଏସଏଫ ଯବାନଙ୍କ ଦ୍ବାରା ମାଲକାନଗିରିରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

Odisha News: ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ତାଇମାଲ ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛନ୍ତି ବିଏସଏଫ ଯବାନ । ଜବତ ସମସ୍ତ ବିସ୍ଫୋରକକୁ ଏକ ନିଛାଟିଆ ସ୍ଥାନରେ ପକାଇ ଦିଆଯାଇଥିବା ବେଳେ ବିଏସ୍ଏଫ୍ ୮୮ ବାଟାଲିୟନ୍(88 Battalion) ର ଏକ ସ୍ୱତନ୍ତ୍ର ଟିମ୍ ଏହାକୁ ଜବତ କରିଛି ।

ସୌ(ସୋସିଆଲ ମିଡିଆ)

Odisha News: ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ତାଇମାଲ ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛନ୍ତି ବିଏସଏଫ ଯବାନ(BSF Jawans)। ଜବତ ସମସ୍ତ ବିସ୍ଫୋରକକୁ ଏକ ନିଛାଟିଆ ସ୍ଥାନରେ ପକାଇ ଦିଆଯାଇଥିବା ବେଳେ ବିଏସ୍ଏଫ୍ ୮୮ ବାଟାଲିୟନ୍(88 Battalion) ର ଏକ ସ୍ୱତନ୍ତ୍ର ଟିମ୍ ଏହାକୁ ଜବତ କରିଛି ।

ସୁରକ୍ଷାକର୍ମୀଙ୍କ ଉଦ୍ଦେଶ୍ୟରେ ଏହି ଅଞ୍ଚଳରେ ବିସ୍ଫୋରକ ଗୁଡ଼ିକୁ ଡମ୍ପର ଭିତରେ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି। ରିପୋର୍ଟ ଅନୁଯାୟୀ, ଡମ୍ପରରୁ ଗୋଟିଏ ବନ୍ଧୁକ, ୨ଟି ଖାଲି ଏସବିଏମଏଲ ଖୋଳ, ୧୧ଟି ହ୍ୟାଣ୍ଡ ଗ୍ରେନେଡ଼(Grenades) ଓ ୨୮ଟି ଡିଟୋନେଟର(Detonators) ସହ ୩ଟି ଷ୍ଟିଲ୍ ଟିଫିନ୍ ବକ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଗତବର୍ଷ ଜାନୁଆରୀ ମାସରେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ (କଟକ ଅଞ୍ଚଳ)ରେ କମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଥିଲେ ସୁରକ୍ଷାକର୍ମୀ। ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ (SOG) ଓ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ (DVF)ର ଯବାନ ମାନେ ଏହି ବିସ୍ଫୋରକ ଡମ୍ପକୁ ଠାବ କରିଥିଲେ।

ଏଠି ୪ଟି ଟିଫିନ୍ ବୋମା ଓ ୨୦ଟି ବେବ୍ ବେଲ୍ଟ ଓ ବିପୁଳ ପରିମାଣର ଔଷଧ ମିଳିଥିବା ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତେଶ ବାଧବାନ ସୂଚନା ଦେଇଥିଲେ। ସେହିପରି ଗତବର୍ଷ ଫେବ୍ରୁଆରି ମାସରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାଓ ଡ଼ମ୍ପରୁ ବିପୁଳ ପରିମାଣର ବିସ୍ଫୋରକ ଓ ଦେଶୀ ଅସ୍ତ୍ରଶସ୍ତ୍ର ଜବତ କରିଥିଲା ସୁରକ୍ଷା ବାହିନୀ। ମାଓ ଡମ୍ପରୁ(Maoist dump) ଦେଶୀ ବନ୍ଧୁକ, ଗୋଟିଏ ଟିଫିନ ବକ୍ସ ଆଇଇଡି (ଓଜନ ୦୫ କେଜି), ୪ଟି ଭଙ୍ଗା ଦେଶୀ ବନ୍ଧୁକ ଓ ରିଭଲଭର, ଏକ ୱାକିସେଟ୍ ଓ ଡିଟୋନେଟର ଜବତ କରାଯାଇଥିଲା।

ଏହାମଧ୍ଯ ପଢନ୍ତୁ-Delhi Minor Gang Rape: ଦିଲ୍ଲୀରେ ଲଜ୍ଜା! ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ସ୍କୁଲ ପିଅନ ଗିରଫ

ଏହାମଧ୍ଯ ପଢନ୍ତୁ-Oil Price: ଆସିଯାଇଛି ନୂଆ ତୈଳଦର, ଘରୁ ବାହାରିବା ଆଗରୁ ଜାଣିନିଅନ୍ତୁ ଆପଣଙ୍କ ସହରରେ କଣ ରହିଛି ଦର