ପ୍ରତ୍ୟେକ ରଥରେ କେତେ ଜଣ ଲେଖାଏଁ ସେବାୟତ ରହିବେ ?
Advertisement

ପ୍ରତ୍ୟେକ ରଥରେ କେତେ ଜଣ ଲେଖାଏଁ ସେବାୟତ ରହିବେ ?

ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ହଁ କହିବା ପରେ ଆଜି ଛତିଶା ନିଯୋଗ ବୈଠକ ବସିଥିଲା । ବୈଠକରେ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । 

ଫାଇଲ ଫଟୋ

ପୁରୀ: କଟକଣା ସହ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ସାମାଜିକ ଦୂରତ୍ୱ ରକ୍ଷାକରିବା ଏବେ ବଡ଼ ଚ୍ୟାଲେଞ୍ଜ ହୋଇଛି । କାହିଁକିନା ରଥଯାତ୍ରା ବେଳେ ସେବାୟତଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ବଡ଼ କାଠାକାର ପାଠ । ତେବେ କୋରୋନା ମୁକାବିଲା ପାଇଁ ଏହା ହିଁ ଏକମାତ୍ର ରାସ୍ତା । ତେଣୁ କମ୍ ସଂଖ୍ୟକ ସେବାୟତଙ୍କ ଉପସ୍ଥିତିରେ ରଥଯାତ୍ରା ହେବ । ଆଜି ଛତିଶା ନିଯୋଗ ବୈଠକରେ ଏମିତି କିଛି ନିଷ୍ପତ୍ତି ହୋଇଛି । ଏପରିକି ପୂର୍ବ ବର୍ଷ ଗୁଡ଼ିକରେ ରଥରେ ଶତାଧିକ ସେବାୟତ ରହୁଥିବା ବେଳେ ଚଳିତବର୍ଷ ମାତ୍ର ୧୦ ଜଣ ଲେଖାଏଁ ସେବାୟତ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି । 

ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ହଁ କହିବା ପରେ ଆଜି ଛତିଶା ନିଯୋଗ ବୈଠକ ବସିଥିଲା । ବୈଠକରେ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏହି ରାୟ ମହାପ୍ରଭୁଙ୍କ ଚମତ୍କାର ବୋଲି ସେ କହିଛନ୍ତି । ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବାକୁ ପରାମର୍ଶ ଦେଇଛନ୍ତି ଗଜପତି । 

ତେବେ ରଥଯାତ୍ରା ବେଳେ ପ୍ରତ୍ୟେକ ରଥରେ ୫ଶହ ସେବକ, ସେବାୟତ ଓ ପୋଲିସ  ନିୟୋଜିତ ହେବ । ପୂର୍ବ ବର୍ଷ ଗୁଡ଼ିକରେ ପ୍ରତ୍ୟେର ରଥରେ ହଜାର ହଜାର ସଂଖ୍ୟକ ସେବାୟତ ଓ ପୋଲିସ ନିୟୋଜିତ ହେଉଥିଲେ । ମାତ୍ର ଏବର୍ଷ କୋରୋନା ଯୋଗୁ ଏହାକୁ ୫ଶହରେ ସୀମିତ ରଖାଯାଇଛି । ସେହିପରି ପ୍ରତ୍ୟେକ ରଥରେ ମାତ୍ର ୧୦ ଜଣ ସେବାୟତ ରହିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।