ପଶ୍ଚିମ ଓଡ଼ିଶାରେ ଆଜିଠୁ ୫ ଦିନ ବିଦ୍ୟୁତ କାଟ୍, ଜାଣନ୍ତୁ କେଉଁ କେଉଁ ଅଞ୍ଚଳ ହେବ ପ୍ରଭାବିତ?
Advertisement

ପଶ୍ଚିମ ଓଡ଼ିଶାରେ ଆଜିଠୁ ୫ ଦିନ ବିଦ୍ୟୁତ କାଟ୍, ଜାଣନ୍ତୁ କେଉଁ କେଉଁ ଅଞ୍ଚଳ ହେବ ପ୍ରଭାବିତ?

ସମ୍ବଲପୁର ଓ ବରଗଡ ଜିଲ୍ଲାର ଅନେକ ଅଂଚଳରେ ବିଦ୍ୟୁତ ସରବରାହ ଆଜି ଠାରୁ ଅର୍ଥାତ ୬ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ୫ ଦିନ ପ୍ରଭାବିତ ହେବ। 

ପଶ୍ଚିମ ଓଡ଼ିଶାରେ ଆଜିଠୁ ୫ ଦିନ ବିଦ୍ୟୁତ କାଟ୍, ଜାଣନ୍ତୁ କେଉଁ କେଉଁ ଅଞ୍ଚଳ ହେବ ପ୍ରଭାବିତ?

ସମ୍ବଲପୁର: ଆଜି ଠାରୁ ୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଚିପିଲିମା ପାଓ୍ଵାର ହାଉସ। ସମ୍ବଲପୁର ଓ ବରଗଡ ଜିଲ୍ଲାର ଅନେକ ଅଂଚଳରେ ବିଦ୍ୟୁତ ସରବରାହ ଆଜି ଠାରୁ ଅର୍ଥାତ ୬ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ୫ ଦିନ ପ୍ରଭାବିତ ହେବ। ସମ୍ବଲପୁର ଚିପିଲିମା ପାଓ୍ଵାର ହାଉସ ମରାମତି କାର୍ଯ୍ୟ ଯୋଗୁଁ ବିଦ୍ୟୁତ ସେବା ବନ୍ଦ ରହିବା ନେଇ TPWODL ପକ୍ଷରୁ ସୂଚନା ଦିଆଯାଇଛି।

ଚିପିଲିମା ପାଓ୍ଵାର ହାଉସ (Chipilima Power House) ରେ OHPC ପକ୍ଷରୁ ପାଓ୍ଵାର ଟ୍ରାନଫର୍ମରରେ ୧୨.୫ ଏମଭିଏ କ୍ଷମତାର ନୂଆ ପାଓ୍ଵାର ବ୍ରେକର ସ୍ଥାପନ ହେବ। ଏଥିପାଇଁ ୬ ତାରିଖ ସକାଳ ୮ ଟାରୁ ୧୦ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ। ସମ୍ବଲପୁର (Sambalpur) ସର୍କଲର ଗୋଶାଲା, ଚିପିଲିମା, ଧମା କୁଦଗୁଣ୍ତେରପୁର, ହାତୀବାରୀ, ତୁଲୁଣ୍ତି, ଯୁଯୁମୁରା ଏବଂ ବରଗଡ (Bargarh) ସର୍କଲ ଖୁଣ୍ଟପାଲି, ଗଣ୍ତତୁରୁମ, ମହୁଲପାଲି ଓ ଧାତୁକପାଲି ଅଂଚଳରେ ବିଦ୍ୟୁତ ସେବା ବନ୍ଦ ରହିବ। 

Also Read: କୋରୋନା ଅନାଥଙ୍କୁ ସହାୟତାର ହାତ ବଢାଇଲେ ଜିଲ୍ଲାପାଳ

ବିଦ୍ୟୁତ କାଟ (Power cut) ଯୋଗୁଁ ପ୍ରଭାବିତ ହେବା ଅଂଚଳରେ ୨୪ ମେଗାଓ୍ଵାଟ ବିଦ୍ୟୁତ ଆବଶ୍ୟକ ଥିବା ବେଳେ ଓଏଚପିସି ୧୬ ମେଗାଓ୍ଵାଟ ବିଦ୍ୟୁତ ଯୋଗାଇବ। ତେଵେ ପର୍ଯ୍ଯୟ କ୍ରମେ ଏହି ସବୁ ଅଞ୍ଚଳରେ କ୍ରମାଗତ ଭାବେ ୩ ଘଣ୍ଟାରେ ଥରେ ଏକ ଘଣ୍ଟା ପାଇଁ ବିଦ୍ୟୁତ ଯୋଗାଣ ବନ୍ଦ ରହିବ ବୋଲି TPWODL ପକ୍ଷରୁ କୁହାଯାଇଛି।