Cleaning Staff Protest: ସାନିଟାରୀ ଅଧିକାରୀଙ୍କ ବଦଳି ଦାବି କରି ଆନ୍ଦୋଳନରେ ସଫେଇ କର୍ମଚାରୀ, ସହରସାରା ପୁତିଗନ୍ଧମୟ
Advertisement
Article Detail0/zeeodisha/odisha1431923

Cleaning Staff Protest: ସାନିଟାରୀ ଅଧିକାରୀଙ୍କ ବଦଳି ଦାବି କରି ଆନ୍ଦୋଳନରେ ସଫେଇ କର୍ମଚାରୀ, ସହରସାରା ପୁତିଗନ୍ଧମୟ

ସାନିଟାରୀ ଅଧିକାରୀଙ୍କ ବଦଳି ଦାବିରେ ଛାଡୁଛାଡ଼ ଆନ୍ଦୋଳନ ଚଳାଇଥିବା ସଫେଇ କର୍ମଚାରୀଙ୍କ ଅଭିଯୋଗ ହେଲା ସାନିଟାରୀ ଅଧିକାରୀ ଲଷ୍ମୀଧର ସାହୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର ଜଣେ କର୍ମଚାରୀ।

Cleaning Staff Protest: ସାନିଟାରୀ ଅଧିକାରୀଙ୍କ ବଦଳି ଦାବି କରି ଆନ୍ଦୋଳନରେ ସଫେଇ କର୍ମଚାରୀ, ସହରସାରା ପୁତିଗନ୍ଧମୟ

Cleaning Staff Protest:  ନୟାଗଡ଼(ପ୍ରଶାନ୍ତ ଜେନା): ନୟାଗଡ଼ ମୁନିସିପାଲିଟିର ସଫେଇ କର୍ମଚାରୀଙ୍କୁ ସାନିଟାରୀ ଅଧିକାରୀ ଲଷ୍ମୀଧର ସାହୁ ଦୁର୍ବ୍ୟବହାର କରିବା ଘଟଣାରେ ଅଚଳ ହୋଇପଡିଛି ସହରରେ ପରିମଳ ବ୍ୟବସ୍ଥା। ବଦଳି ଦାବିରେ ସଫେଇ କର୍ମଚାରୀମାନେ କରିଛନ୍ତି କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଫଳରେ ନୟାଗଡ଼ ସହରରେ ୪ ଦିନ ହେଲା ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି। ସେପଟେ ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା କହିଛନ୍ତି ସାନିଟାରୀ ଅଧିକାରୀଙ୍କ ବଦଳି ସହ ସଫେଇ କର୍ମଚାରୀଙ୍କ ଅନ୍ୟାନ୍ୟ ଦାବି ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏପରି ସ୍ଥିତିରେ ପୁତି ଦୁର୍ଗନ୍ଧମୟ ପରିବେଶରେ ଅଣନିଶ୍ୱାସ ସହରବାସୀ।

ନୟାଗଡ଼ ମ୍ୟୁନିସିପାଲିଟି ସାନିଟାରୀ ଅଧିକାରୀ ଲଷ୍ମୀଧର ସାହୁଙ୍କ ବଦଳି ଦାବିରେ ୪ ଦିନ ହେଲା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ନୟାଗଡ଼ ସହରରେ ପରିମଳ ବ୍ୟବସ୍ଥାକୁ ବିଗାଡି ଦେଇଛି। ସଫେଇ କର୍ମଚାରୀଙ୍କ ଅଭିଯୋଗ ସାନିଟାରୀ ଅଧିକାରୀ ଲଷ୍ମୀଧର ସାହୁ ବିନା କାରଣରେ ତଳିଆ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ଏପରିକି ନିଜ ଘରେ ନେଇ ସଫେଇ କର୍ମଚାରୀଙ୍କୁ କାମ କରୁଛନ୍ତି। ଏହାର ପ୍ରତିବାଦରେ ମୁନିସିପାଲିଟର ସମସ୍ତ ସ୍ଥାୟୀ ଠିକା ଏବଂ ଅସ୍ଥାୟୀ ସଫେଇ କର୍ମଚାରୀ କର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ନୟାଗଡ଼ ମ୍ୟୁନିସିପାଲିଟିର ୧୬ଟି ଯାକ ୱାର୍ଡରେ ପରିମଳ ବ୍ୟବସ୍ଥା ସମ୍ପର୍ଣ୍ଣ ବିଗାଡି ଯାଇଛି। 

ଆଉ ସହରରେ ପରିମଳ ବ୍ୟବସ୍ଥା ସମ୍ପର୍ଣ୍ଣ ଠାପ ହୋଇଛି। କଲେଜ ଛକ ଠାରୁ ଆରମ୍ଭ କରି ତ୍ରିନାଥ ଛକ। ମେଡ଼ିକାଲ ଛକ ଜିଲ୍ଲାପାଳଙ୍କ କର୍ଯ୍ୟାଳୟ, କୋଟ ଛକ ,ଏବଂ ପୁରୁଣା ସହର ସାରା ରାସ୍ତା ଉପରେ ସଢ଼ୁଛି କୁଢ଼କୁଢ଼ ଅଳିଆ ଆବର୍ଜନା ଦୁର୍ଗନ୍ଧ ଫାଟି ପଡୁଛି ନାକ। ସେପଟେ ସେହି ଅଳିଆ ଆବର୍ଜନା ସ୍ଥାନ ପାଲଟିଛି ବୁଲା ଗୋରୁ ଗାଈ କୁକୁର ଏବଂ ବିଷଧର ସାପଙ୍କ ବାସସ୍ଥାନ। ସହରର ପରିମଳ ବ୍ୟବସ୍ଥା ସମାଧାନ ଦିଗରେ ପୌର ପରିଷଦ ଅଧ୍ୟକ୍ଷା ବିଫଳତା ହେଉ ଅବା ଜିଲ୍ଲା ପ୍ରଶାସନର ସାନିଟାରୀ ଅଧିକାରୀଙ୍କ ପ୍ରତି ଦୁର୍ବଳତା। 

ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଅଧିକ ତୀବ୍ର ହୋଇଛି। ୪ ଦିନ ହେଲା ସହରରୁ ଅଳିଆ ଆବର୍ଜନା ଉଠୁନଥିବାରୁ ଦୁର୍ଗନ୍ଧମୟ ପରିବେଶ ମଧ୍ୟରେ ଅଣନିଶ୍ଵାସୀ ହୋଇ ପଡିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଅସ୍ଵାସ୍ଥ୍ୟକର ପରିବେଶ ମଧ୍ୟରେ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଆରମ୍ଭ କରି ସ୍କୁଲ ଛାତ୍ରଛାତ୍ରୀ,ବସଯାତ୍ରୀ, ଏବଂ ବ୍ୟବସାୟୀ ସମସ୍ତ ସମସ୍ୟା ଭୋଗୁଥିବା ଅଭିଯୋଗ କରିଛନ୍ତି,ଏଥିପ୍ରତି ଜିଲ୍ଲାପାଳ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା। 

ସାନିଟାରୀ ଅଧିକାରୀଙ୍କ ବଦଳି ଦାବିରେ ଛାଡୁଛାଡ଼ ଆନ୍ଦୋଳନ ଚଳାଇଥିବା ସଫେଇ କର୍ମଚାରୀଙ୍କ ଅଭିଯୋଗ ହେଲା ସାନିଟାରୀ ଅଧିକାରୀ ଲଷ୍ମୀଧର ସାହୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର ଜଣେ କର୍ମଚାରୀ। ସେ କିଭଳି ୧୦ ବର୍ଷ ହେଲା ଡେପୁଟେସନରେ ମ୍ୟୁନିସିପାଲିଟିରେ କାମ କରୁଛନ୍ତି। ସେ ସ୍ଥାନୀୟ ବାସିନ୍ଦା ହୋଇଥିବାରୁ ତକିଆ କର୍ମଚାରୀଙ୍କୁ ନିୟମିତ ଦୁର୍ବ୍ୟବହାର କରୁଛନ୍ତି। 

ଅଭିଯୋଗ କଲେ ଚାକିରିରୁ ବାହାର କରିଥିବା ପାଇଁ ଧମକ ଦେଉଛନ୍ତି। ଏପରିକି କମ କ୍ଷେତ୍ରରେ ସଫେଇ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ନିର୍ଯାତନା ଦେଉଥିବା ନେଇ ଲଷ୍ମୀଧର ସାହୁଙ୍କ ନାମରେ ଟାଉନ ଥାନା ଏତଲା ଦିଆଯାଇଛି। ତୁରନ୍ତ ତାଙ୍କୁ ମୁନିସିପାଲିଟିରୁ ବଦଳି କରିବା ସହ ସଫେଇ କର୍ମଚାରୀଙ୍କ ଅନ୍ୟ ଦାବୀ ଗୁଡିକ ପୁରଣ ପାଇଁ ସଂଘ ପକ୍ଷରୁ ଦାବି ହୋଇଛି। ସେପଟେ ପୌର ପରିଷଦ ଅଧ୍ୟକ୍ଷା କହିଛନ୍ତି ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ପାଇଁ ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି।