Nayagarh news: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନାଁରେ ସାଂଘାତିକ ଅଭିଯାଗ, ଶିଶୁ ଜନ୍ମ ହେଲେ ମିଠାଖିଆ ଖର୍ଚ୍ଚ ୨ ହଜାର
Advertisement

Nayagarh news: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନାଁରେ ସାଂଘାତିକ ଅଭିଯାଗ, ଶିଶୁ ଜନ୍ମ ହେଲେ ମିଠାଖିଆ ଖର୍ଚ୍ଚ ୨ ହଜାର

Nayagarh news: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ନାଁରେ ସାଂଘାତିକ ଅଭିଯୋଗ । ଶିଶୁ ଜନ୍ମ ହେଲେ ମିଠା ଖିଆ ବାବଦକୁ ମେଡ଼ିକାଲରେ ୨ ହଜାର ଟଙ୍କା ଦାବି କରାଯାଉଥିବା ଅଭିଯୋଗ ହୋଇଛି । ଦାବି ମୁତାବକ ଟଙ୍କା ନ ଦେଲେ କର୍ମଚାରୀଙ୍କ ଆଚରଣ ଓ ଉଚାରଣ ବଦଳିଯାଉଛି । ଯେଉଁମାନେ ମିଠାଖିଆ ବାବଦ ଟଙ୍କା ଦେଉଛନ୍ତି ସେମାନଙ୍କୁ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । 

ସୌ(ସୋସିଆଲ ମିଡିଆ)

Nayagarh news: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (District Headquarter Hospital Nayagarh) ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତୀ ବିଭାଗ (Obstetrics and Gynaecology department) ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଶିଶୁ ଜନ୍ମ ହେଲେ ମିଠା ଖିଆ ବାବଦକୁ ମେଡ଼ିକାଲରେ ୨ ହଜାର ଟଙ୍କା ଦାବି କରାଯାଉଥିବା ଅଭିଯୋଗ ହୋଇଛି । ଦାବି ମୁତାବକ ଟଙ୍କା ନ ଦେଲେ କର୍ମଚାରୀଙ୍କ ଆଚରଣ ଓ ଉଚାରଣ ବଦଳିଯାଉଛି । ଯେଉଁମାନେ ମିଠାଖିଆ ବାବଦ ଟଙ୍କା ଦେଉଛନ୍ତି ସେମାନଙ୍କୁ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ଯେଉଁମାନେ ଟଙ୍କା ଦେଉନାହାନ୍ତି, ସେମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତୀ (Obstetrics and Gynaecology department )ବିଭାଗ ସମେତ ମେଡ଼ିସିନ, ଶଲ୍ୟ ଓ ଅସ୍ଥିଶଲ୍ୟ ବିଭାଗରେ ହତା ଗଣତି କେତେ ଜଣ ନର୍ସିଂ ଷ୍ଟାଫଙ୍କ ଦୌରାତ୍ମ୍ୟ ବଢି ଚାଲିଛି । ବିନା ହତା ଗୁଞ୍ଜାରେ ସେବା ମିଳୁନଥିବା ଏମିତି କି ରୋଗୀ ଓ ରୋଗୀ ସଂପର୍କୀୟଙ୍କୁ ଖରାପ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ଏସବୁ କର୍ମଚାରୀଙ୍କୁ ଗୋଟିଏ ବିଭାଗରୁ ଅନ୍ୟ ବିଭାଗକୁ ବଦଳି କରାଗଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।

ଏନେଇ ଭାପୁର ଅଂଚଳର ଜଣେ ମହିଳା ଅଭିଯୋଗ କରି କହିଥିଲେ ଯେ, ମୋ ଝିଅର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଅ ଜନ୍ମ ହୋଇଥିଲା । ପୁଅ ଜନ୍ମ ହେବା ପରେ ମିଠା ଖାଇବା ପାଇଁ ମୋତେ ୨ ହଜାର ଟଙ୍କା ମଗାଗଲା । ଟଙ୍କା ନଦେବାରୁ ଝିଅକୁ ସଠିକ୍ ଭାବେ ଚିକିତ୍ସା କରାନଯାଇ ଅଣଦେଖା କରାଯାଇଥିଲେ । ପରେ ବାଧ୍ୟ ହୋଇ ମୁଁ ୨ ହଜାର ଟଙ୍କା ଦେବା ପରେ ସଠିକ୍ ଭାବେ ଚିକିତ୍ସା କରାଯାଇଥିଲା । ଅନ୍ୟପଟେ ଗଣିଆ ଅଂଚଳର ଜଣେ ମହିଳା ମଧ୍ୟ ସମାନ ଅଭିଯୋଗ କରିଥିଲେ । ସଫେଇ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଏହି ମିଠାଖିଆ ଖର୍ଚ୍ଚ ଡ଼ାକ୍ତରଙ୍କ ପକେଟକୁ ଯାଉଥିବା ଅଭିଯୋଗ ହୋଇଛି । ସତେ ଯେମିତି ମିଠାଖିଆ ଖର୍ଚ୍ଚ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ନିୟମ ପାଲଟିଛି । ଯିଏ ମିଠାଖିଆ  ଖର୍ଚ୍ଚ ଦେଉନି, ସେ ହଇରାଣ ହେବାଟା ସାର। ଏପରିକି ସାଲାଇନ୍ ଲଗାଇବା ଓ କାଢିବା ପାଇଁ ମଧ୍ଯ ଲାଞ୍ଚ ଦେବାକୁ ପଡୁଛି । ହାତ ଗୁଞ୍ଜା ନ ଦେଲେ ଷ୍ଟାଫ ଓ ନର୍ସ ମାନେ ଖରାପ ବ୍ୟବହାର କରୁଛନ୍ତି । ତେବେ ଏନେଇ ବାରମ୍ବାର ବିରୋଧରେ ଅଭିଯୋଗ ପରେ ମଧ୍ଯ କୌଣସି ସୁଫଳ ମିଳୁନାହିଁ ।

Also Read-President Droupadi Murmu: ଅଭାବନୀୟ ଘଟଣା! ୯ ମିନିଟ୍ ଅନ୍ଧାରରେ ଅଭିଭାଷଣ ଦେଲେ ରାଷ୍ଟ୍ରପତି

ଯଦି ବି କୌଣସି ନର୍ସିଂ ଷ୍ଟାଫଙ୍କୁ (Nursing staff) ବଦଳି ହେଉଛି ତାହା ସେହି  ଚିକିତ୍ସାଳୟର ଅନ୍ୟ ବିଭାଗକୁ ହେଉଥିବାରୁ କୌଣସି ଫରକ ପଡୁନାହିଁ । ଏହା ନାମକୁ ମାତ୍ର ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ହୋଇଥିବା ବେଳେ ବିନା ହତାଗୁଂଜାରେ ଏଠାରେ ସ୍ୱାସ୍ଥ୍ୟ ସେବା ମିଳୁନାହିଁ । ଏ ଘଟଣାକୁ ନେଇ ସିଡ଼ିଏମଓ (SDMO) କହିଛନ୍ତି ଯେ, ଆମ ପାଖରେ ଏନେଇ କୌଣସି ଲିଖିତ ଅଭିଯୋଗ ନାହିଁ । ଲାଞ୍ଚ ନ ନେବା ଲାଗି ବାରମ୍ବାର କର୍ମଚାରୀମାନଙ୍କୁ ତାଗିଦ କରାଯିବା ସହ ଏପରି କାର୍ଯ୍ୟ କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଚେତାବନୀ ମଧ୍ୟ ଦିଆଯାଇଛି ।ଏମିତି କି ବିଭିନ୍ନ ସମୟରେ ଅତର୍କିତ ଚଢାଉ କରାଯାଉଥିବା ସିଡ଼ିଏମଓ (SDMO) କହିଛନ୍ତି । ତେବେ ଏଭଳି କାର୍ଯ୍ୟ କରୁଥିବା ନର୍ସିଂ ଷ୍ଟାଫଙ୍କୁ ଜିଲ୍ଲାର ଦୂରଦୂରାନ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବଦଳି କରାଯିବା ଦରକାର ବୋଲି ରୋଗୀ ସଂପର୍କୀୟ ମତ ଦେଇଛନ୍ତି ।