Odisha News: କନଷ୍ଟେବଳ ଚାକିରି ପାଇଁ ଦେଉଥିଲେ ଫିଜିକାଲ ଟେଷ୍ଟ, ଚାଲିଗଲା ଜୀବନ
Advertisement

Odisha News: କନଷ୍ଟେବଳ ଚାକିରି ପାଇଁ ଦେଉଥିଲେ ଫିଜିକାଲ ଟେଷ୍ଟ, ଚାଲିଗଲା ଜୀବନ

Odisha News: ମୃତକ ଜଣକ ହେଲେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଦୀପ୍ତରଞ୍ଜନ ଦାସ । କନେଷ୍ଟବଳ ନିଯୁକ୍ତି ପାଇଁ ଚାଲୁଥିବା ଫିଜିକାଲ ଟେଷ୍ଟରେ ଦୌଡ଼ିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ଗଞ୍ଜାମ ଏସପି ଜଗମୋହନ ମୀନା କହିଛନ୍ତି କି, କନେଷ୍ଟବଳ ନିଯୁକ୍ତି ପାଇଁ ଶୁକ୍ରବାର ଦିନ ଫିଜିକାଲ ଟେଷ୍ଟ ବେଳେ ୧୬୦୦ ମିଟର ଦୌଡ଼ ସମୟରେ ଦୀପ୍ତରଞ୍ଜନ ସେ ଟଳି ପଡ଼ିଥିଲେ । 

ସୌ(ସୋସିଆଲ ମିଡିଆ)

Odisha News: ମୃତ୍ୟୁ ଯେ କାହାକୁ କେତେବେଳେ ଆସେ ତାହା କେହି ଜାଣିପାରନ୍ତି ନାହିଁ । ମୃତ୍ୟୁର କୌଣସି ନିର୍ଦ୍ଦିଷ୍ଟ ରୂପ ନାହିଁ ଏହା କୌଣସି ବି ରୂପରେ ଆସିପାରେ । ଏପରି ଏକ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲାରୁ । ଇଣ୍ଟରଭ୍ୟୁ ଦେବାକୁ ଆସିଥିବା ବେଳେ ଟଳି ପଡ଼ିଥିଲେ ଯୁବକ । ପରିବାର ପୋଷିବା ଲାଗି କେତେ ସ୍ବପ୍ନ ନେଇ ଆସିଥିଲେ ହେଲେ କିଏ ବା ଜାଣିଥିଲା ଏପରି ଆସିବ ମୃତ୍ୟୁ । ଏବେ ସାରା ପରିବାର ଉପରେ ଭାଙ୍ଗି ପଡ଼ିଛି ଦୁଃଖର ପାହଡ଼ ।

ସୂଚନା ଅନୁଯାୟୀ, ମୃତକ ଜଣକ ହେଲେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଦୀପ୍ତରଞ୍ଜନ ଦାସ । କନେଷ୍ଟବଳ ନିଯୁକ୍ତି ପାଇଁ ଚାଲୁଥିବା ଫିଜିକାଲ ଟେଷ୍ଟରେ ଦୌଡ଼ିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ଗଞ୍ଜାମ ଏସପି ଜଗମୋହନ ମୀନା କହିଛନ୍ତି କି, କନେଷ୍ଟବଳ ନିଯୁକ୍ତି ପାଇଁ ଶୁକ୍ରବାର ଦିନ ଫିଜିକାଲ ଟେଷ୍ଟ ବେଳେ ୧୬୦୦ ମିଟର ଦୌଡ଼ ସମୟରେ ଦୀପ୍ତରଞ୍ଜନ ସେ ଟଳି ପଡ଼ିଥିଲେ । ଏହାପରେ ତାଙ୍କୁ ସକାଳ ପ୍ରାୟ ୯:୧୪ ମିନିଟରେ ପ୍ରଥମେ ଛତ୍ରପୁର ପରେ ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା । ତେବେ ହୃଦଘାତ୍ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ବୋଲି ଏସପି ସୂଚନା ଦେଇଛନ୍ତି । ପୋଷ୍ଟମର୍ଟମ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି । ସେପଟେ ଏନେଇ ଏମକେସିଜି ଆଉ଼ଟପୋଷ୍ଟରେ ଏକ ମାମଲା ରୁଜୁ ହୋଇଛି । ଶାରୀରିକ ପରୀକ୍ଷା ଚାଲିଥିବା ବେଳେ ଯୁବକ ଅସୁସ୍ଥ ହୋଇପଡ଼ିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରାଥମିକ ତଦନ୍ତରୁ ହୃଦଘାତ୍ ଯୋଗୁଁ ଦୀପ୍ତରଞ୍ଜନଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଏସପି ।

ପ୍ରକାଶ ଥାଉକି, ମୁମ୍ବାଇ ପୋଲିସ କନଷ୍ଟେବଳ ପଦବୀରେ ନିଯୁକ୍ତି ଲାଗି ଶାରୀରିକ ପରୀକ୍ଷା ପାଇଁ ଚାଲିଥିବା ବେଳେ ଅମରାବତୀ ଜିଲ୍ଲାର ନବସାରୀ ନିବାସୀ ଅମର ଅଶୋକ ସୋଲକେଙ୍କର ମଧ୍ଯ ମୃତ୍ୟୁ ହୋଇଥିଲା ।

ଏହାମଧ୍ଯ ପଢନ୍ତୁ-Chhattisgarh: ପାଦରେ ଚାଲି ଚାଲି ପୋଲିସ ମୁଖ୍ୟାଳୟ ଯାଉଥିଲେ ଦୁଇ କର୍ମଚାରୀ, ଅଧା ବାଟରୁ ଉଠାଇନେଲା ପୋଲିସ, ଜାଣନ୍ତୁ ପୁରା ଘଟଣାକ୍ରମ

ଏହା ବି ପଢନ୍ତୁ-Shocking News: ଭାରତର ଏମିତି ଏକ ଗାଁ ଯେଉଁଠାରେ ଜନ୍ମ ନିଅନ୍ତି କେବଳ ଯାଆଁଳା ଛୁଆ!