Advertisement
Article Detail0/zeeodisha/odisha698660
Zee OdishaOdisha Stateସମ୍ବଲପୁର ପାଇଁ ବଢୁଛି ମହାମାରୀ ବିପଦ !

ସମ୍ବଲପୁର ପାଇଁ ବଢୁଛି ମହାମାରୀ ବିପଦ !

ସମ୍ବଲପୁର ପାଇଁ ବଢୁଛି ମହାମାରୀ ବିପଦ। କଥାଟା ଟିକେ ଅଡ଼ୁଆ ଲାଗୁଥାଇପାରେ। କିନ୍ତୁ ସତ। ଏଭଳି ଏକ ସଂକ୍ରମଣର ଆଶଙ୍କାରେ ଆତଙ୍କିତ ହୋଇ ଦିନ କାଟୁଛନ୍ତି ସମ୍ବଲପୁର ଜନସାଧାରଣ। କଥାଟି ଏହିପରି। କୋରୋନା ପରି ମହାମାରୀ କାରଣରୁ ସମସ୍ତେ, ସାରା ବିଶ୍ୱ ସାମାଜିକ ଦୁରତାକୁ ଗୁରୁତ୍ୱ ଦେଉଥିବା ବେଳେ ସମ୍ବଲପୁରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସମ୍ବଲ

ସମ୍ବଲପୁର ପାଇଁ ବଢୁଛି ମହାମାରୀ ବିପଦ !

ସମ୍ବଲପୁର: ସମ୍ବଲପୁର ପାଇଁ ବଢୁଛି ମହାମାରୀ ବିପଦ। କଥାଟା ଟିକେ ଅଡ଼ୁଆ ଲାଗୁଥାଇପାରେ। କିନ୍ତୁ ସତ। ଏଭଳି ଏକ ସଂକ୍ରମଣର ଆଶଙ୍କାରେ ଆତଙ୍କିତ ହୋଇ ଦିନ କାଟୁଛନ୍ତି ସମ୍ବଲପୁର ଜନସାଧାରଣ। କଥାଟି ଏହିପରି। କୋରୋନା ପରି ମହାମାରୀ କାରଣରୁ ସମସ୍ତେ, ସାରା ବିଶ୍ୱ ସାମାଜିକ ଦୁରତାକୁ ଗୁରୁତ୍ୱ ଦେଉଥିବା ବେଳେ ସମ୍ବଲପୁରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସମ୍ବଲପୁର ସହରର ମଧ୍ୟସ୍ଥଳରେ ଥିବା ସଦର ହସ୍ପିଟାଲକୁ ପରିବର୍ତ୍ତନ କରାଯାଇ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କରାଯାଇଛି। ବର୍ତ୍ତମାନ ଏହି ହସ୍ପିଟାଲରେ ରୋଗୀ ମଧ୍ୟ ଚିକିତ୍ସିତ ହେଉଛନ୍ତି। କିନ୍ତୁ ସେହି ପରିସରରେ ରହିଛି ସମ୍ବଲପୁର ଜିଲ୍ଲାର ସମସ୍ତ ଅଧିବାସୀ ନିର୍ଭର କରୁଥିବା "ରକ୍ତ ଭଣ୍ଡାର"।

ସାରା ସମ୍ବଲପୁର ଜିଲ୍ଲାର ଜନସାଧାରଣ ଏହି ରକ୍ତ ଭଣ୍ଡାର ଉପରେ ନିର୍ଭରଶୀଳ। ବର୍ତ୍ତମାନ ପରିପ୍ରେକ୍ଷୀରେ କୋଭିଡ ୧୯ ପାଇଁ ରକ୍ତ ସଙ୍କଟ ଦେଖା ଦେଉଥିବା କାରଣରୁ ସାମାଜିକ ଦୁରତାକୁ ଅବଲମ୍ବନ କରାଯାଇ ସାମାଜିକ ଅନୁଷ୍ଠାନ ସବୁ ରକ୍ତ ଦାନ କରୁଛନ୍ତି। କିନ୍ତୁ ସମସ୍ତ ସଂଗୃହିତ ରକ୍ତ ରହୁଛି କେଉଁଠି? ସମ୍ବଲପୁର ସହରର ମଧ୍ୟସ୍ଥଳରେ ଥିବା କୋଭିଡ ହସ୍ପିଟାଲ ପରିସରର ରକ୍ତ ଭଣ୍ଡାରରେ। କୋରୋନା ମହାମାରୀ ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଛି। 

କେତେବେଳେ ଯେ ଏହି ଗୋଟିଏ ପରିସରରେ ଥିବା କୋଭିଡ ହସ୍ପିଟାଲରୁ ରକ୍ତ ଭଣ୍ଡାର ଯେ ସଂକ୍ରମିତ ନ ହେବ କିଏ ଗ୍ୟାରେଣ୍ଟି ଦେଵ? ଯଦି ଏହି କୋରୋନା ପରି ମହାମାରୀ ଚୀନରୁ ଆସି ସମ୍ବଲପୁରରେ ପହଞ୍ଚି ପାରିଲା, ତେବେ ଆସନ୍ତାକାଲି ଏହି ଗୋଟିଏ ପରିସରରେ ରହିଥିବା କୋଭିଡ ହସ୍ପିଟାଲରୁ ରକ୍ତ ଭଣ୍ଡାରକୁ, ଏପରିକି ସମଗ୍ର ସହରକୁ ଯେ ସଂକ୍ରମିତ ନ ହେବା ତାହା କେହି କହି ପାରିବେ ନାହିଁ।ସେହି ସଂକ୍ରମଣ ଭୟରେ ଏବେ ଦିନ କାଟୁଛନ୍ତି ସମ୍ବଲପୁରବାସୀ।

Add Zee News as a Preferred Source

ଗୋଟିଏ ପରିସରରେ କୋଭିଡ ହସ୍ପିଟାଲ ଓ ରକ୍ତ ଭଣ୍ଡାର ରହିଥିବା କାରଣରୁ ଯଦି ରକ୍ତ ଭଣ୍ଡାର ସଂକ୍ରମିତ ହୁଏ  ଅକାଳରେ କେତେ ଯେ ଜୀବନ ଚାଲିଯିବ କେହି କହିପାରିବେନି। ଭଗବାନ ନ କରନ୍ତୁ ଏଭଳି କିଛି ଅଘଟଣ ଘଟୁ। କିନ୍ତୁ ଗୋଟିଏ ପଟେ ସମ୍ବଲପୁରବାସୀଙ୍କୁ ଗୋଷ୍ଠୀ ସଂକ୍ରମଣର ଭୟ ଘାରିଥିବା ବେଳେ ଅନ୍ୟପଟେ ସରକାର ଏ ଦିଗରେ ବିକଳ୍ପ ଚିନ୍ତା କରିବାର ଆବଶ୍ୟକତା ରହିଛି। ଯଦି କିଛି ଅଘଟଣ ଘଟିଯାଏ ତା ହେଲେ ସମ୍ବଲପୁର ଜନସାଧରଣ ଜିଲ୍ଲା ପ୍ରଶାସନ କିମ୍ୱା ରାଜ୍ୟ ସରକାର କାହାକୁ ମଧ୍ୟ କ୍ଷମା କରିବେନି।

About the Author