ଶୀକାର ପାଇଁ ରଖାଯାଇଥିବା ବୋମା ଫୁଟି ଗାଈ ଗୁରୁତର
Advertisement
Article Detail0/zeeodisha/odisha980604

ଶୀକାର ପାଇଁ ରଖାଯାଇଥିବା ବୋମା ଫୁଟି ଗାଈ ଗୁରୁତର

ବର୍ତ୍ତମାନ ସୁଧା ଆଘାତପ୍ରାପ୍ତ ଗାଈର କୌଣସି ଚିକିତ୍ସା ହୋଇନଥିବା ବେଳେ ଏହି ଗାଈ ଲୋକଙ୍କୁ ଦେଖିବା ମାତ୍ରେ ଦୌଡି ପଳାଉଛି। 

ଶୀକାର ପାଇଁ ରଖାଯାଇଥିବା ବୋମା ଫୁଟି ଗାଈ ଗୁରୁତର

କାମାକ୍ଷାନଗର: ଜଙ୍ଗଲୀ ଜନ୍ତୁ ଶୀକାର ପାଇଁ ଖଞ୍ଜା ଯାଇଥିବା ବୋମା ବିସ୍ଫୋରଣରେ ଗର୍ଭବତୀ ଗାଈ ଗୁରତର। ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ଅଧିନସ୍ଥ ସରକିଶୋରପାଳ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଚରିବାକୁ ଯାଇଥିବା ଗାଇ ସେଠାରେ ଦୁର୍ବୃତ୍ତଙ୍କ ପକ୍ଷରୁ ରଖାଯାଇଥିବା ବୋମାକୁ ଖାଇଦେବାରୁ ଏହା ବିସ୍ଫୋରଣ ହୋଇଥିଲା।

ଯାହା ଫଳରେ ଜଙ୍ଗଲକୁ ଚରିବାକୁ ଯାଇଥିବା ଏହି ଗାଈର ମୁହଁରେ ଗଭୀର କ୍ଷତ ହୋଇଛି। ଗାଇର ପେଟରେ ଛୁଆଥିବା ଜଣାପଡିଛି। ବର୍ତ୍ତମାନ ସୁଧା ଆଘାତପ୍ରାପ୍ତ ଗାଈର କୌଣସି ଚିକିତ୍ସା ହୋଇନଥିବା ବେଳେ ଏହି ଗାଈ ଲୋକଙ୍କୁ ଦେଖିବା ମାତ୍ରେ ଦୌଡି ପଳାଉଛି। ଯାହା ଫଳରେ ଏହି ଗାଈର ଚିକିତ୍ସା କରିବା ସମ୍ଭବପର ହେଉନାହିଁ।

Also Read: ବିଫଳ ହେଲା ପ୍ରୟାସ; ଗଛ ବଦଳରେ ମାଟିରେ ଠିଆ ହୋଇଛି ଶୁଖିଲା କାଠ ଗଣ୍ଡି

ଏ ଖବର ପାଇ ଦଦରାଘାଟି ଫରେଷ୍ଟ ବିଟ୍ କର୍ମଚାରୀ (Dadaraghati Forest Beat Staff) ଘଟଣାସ୍ଥଳରେ ପହଞ୍ଚି ସେଠାରୁ ଗୋଟିଏ ଅଫୁଟା ବୋମା ଏବଂ ଶୀକାର ପାଇିଁ ଖଞ୍ଜାଯାଇଥିବା ଫାଶ ଜବତ କରିବା ସହ ଏ ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି। ଗତ ଫେବୃଆରୀ ମାସରେ ମଧ୍ୟ ଅନୁରୂପ ଭାବେ ଏହି ଫରେଷ୍ଟ ରେଞ୍ଜ ଅଧିନସ୍ଥ ସୋଲଗାଁ ଗ୍ରାମ୍ୟ ଜଙ୍ଗଲରେ ରଖାଯାଇଥିବା ବୋମାକୁ ଖାଇ ଏକ ବଳଦ ଗୁରୁତର ହୋଇଥିଲା। ଏହି ଜଙ୍ଗଲରେ ନିୟମିତ ଭାବେ ଜଙ୍ଗଲୀ ଜନ୍ତୁ ଶୀକାର ଶୀକାର କରାଯାଉଥିବା ନେଇ ଅନୁମାନ କରାଯାଉଥିବା ବେଳେ ବନବିଭାଗ ନୀରବଦ୍ରଷ୍ଟା ସାଜିଛି।