ଯୁବକଙ୍କୁ ଟାଣିନେଲା କୁମ୍ଭୀର
Advertisement

ଯୁବକଙ୍କୁ ଟାଣିନେଲା କୁମ୍ଭୀର

ଶୌଚ ହେବାକୁ ଯାଇ ଥିବା ଜଣେ ଯୁବକକୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି।

ଯୁବକଙ୍କୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡା: ଜିଲ୍ଲା ଆଳି ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ। ଶୌଚ ହେବାକୁ ଯାଇ ଥିବା ଜଣେ ଯୁବକକୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ନିଖୋଜ ଯୁବକ ଜଣଙ୍କ ହେଲେ ଆଳି ଥାନା ଅନ୍ତର୍ଗତ ନଳପାହୀ ଗାଁର ଶିବ ପ୍ରସାଦ ବେହେରା। ସୂଚନା ମୁତାବକ ଗତକାଲି ରାତି ୯ଟା ସମୟରେ ଶିବ ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇ ଆଉ ଫେରି ନଥିଲେ। ରାତି ହେବାରୁ ଶିବ ଘରକୁ ନ ଫେରିବାରୁ ପରିବାର ଲୋକ ବ୍ୟସ୍ତ ହୋଇ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତା ମିଳିନଥିଲା। ନଦୀପଠାରୁ ତାଙ୍କ ଗାମୁଛା ଓ  ଅନ୍ୟ ସାମଗ୍ରୀ ପଡ଼ିଥିବା ଦେଖିବା ପାଇଁ ମିଳିଥିଲା। 

ଏହି ଘଟଣା ବାବଦରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମକୁ ଖବର ଦେଇଥିଲେ। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଶିବଙ୍କୁ ଖୋଜାଖୋଜି କରିଥିଲେ। ସ୍ଥାନୀୟ ଲୋକେ ମଧ୍ୟ ଦେଶୀ ଡଙ୍ଗା ସାହାଯ୍ୟରେ ଖୋଜାଖୋଜି କରିଥିଲେ। ଶିବଙ୍କୁ କୁମ୍ଭୀର ଟାଣି ନେଇଥିବା ଗ୍ରାମବାସୀ ତଥା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଖବର ପାଇ ରାଜନଗର ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ନଦୀରେ ବୋଟ ସାହାଯ୍ୟରେ ଖୋଜା ଖୋଜି କରିବା ସହ ଶିବଙ୍କ ପରିବାକୁ ଭେଟି ସମବେଦନା ଜଣାଇଛନ୍ତି। ଶିବ ଦିନମଜୁରିଆ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ୩ ଝିଅ ମଧ୍ୟ ଅଛନ୍ତି ଏବଂ ତାଙ୍କ ପତ୍ନୀ ଗର୍ଭବତୀ ଥିବାବେଳେ ପ୍ରସବ ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବା ବେଳେ ଗତ ୧ ତାରିଖରୁ ଭିତରକନିକା ବନ୍ଦ ରହିଛି। ଏହି ସମୟରେ ବିଶେଷ କରି କୁମ୍ଭୀର ଅଧିକ ହିଂସ୍ର ହୋଇଥାନ୍ତି। ଭିତରକନିକା ବନ୍ଦ ସହ ନଦୀ କୂଳିଆ ବାସିନ୍ଦା ସତର୍କତା ସହିତ ଚଳପ୍ରଚଳ କରିବା ପାଇଁ ରାଜନଗର ବନଖଣ୍ଡ ଅଧିକାରୀ ନିବେଦନ କରିଥିଲେ। ହେଲେ ଆରମ୍ଭ ଏକ ଅଭାବନୀୟ ଘଟଣା ଘଟିଯାଥିବା ବେଳେ ଆଗକୁ ସତର୍କତା ସହ ଚଳିବାର ଆବଶ୍ୟକତା ରହିଛି। ବିଶେଷ କରି କେନ୍ଦ୍ରାପଡା ଜିଲ୍ଲାର ହଂସୁଆ, ବ୍ରାହ୍ମଣୀ, ବୈତରଣୀ, ଖରସ୍ରୋତା ନଦୀ ଭିତରକନିକା ସହ ସଂଯୋଗ ଥିବାରୁ ଏହି ନଦୀରେ କୁମ୍ଭୀର ଚଳ ପ୍ରଚଳ କରିଥାନ୍ତି। ବିଗତ ବର୍ଷରେ କୁମ୍ଭୀର ଆକ୍ରମଣରେ ବହୁ ମୁଲ୍ୟବାନ ଜୀବନ ଚାଲିଯାଇଥିବା ବେଳେ ତୁରନ୍ତ ସରକାର ଏବଂ ବନବିଭାଗ ଏହାର ସ୍ଥାୟୀ ସମାଧାନ କରିବା ସହ କିପରି ନଦୀ କୂଳିଆ ଗ୍ରାମବାସୀଙ୍କ ଜୀବନ ସୁରକ୍ଷିତ ରହିପାରିବ ସେନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି।