ଜଳବାୟୁ ପରିବର୍ତ୍ତନ, ବୃକ୍ଷଲତା କ୍ଷୟ ପାଇଁ ପୃଥିବୀ ଉତପ୍ତ ହେଉଛି। ଏହାର ଘୋର ପ୍ରଭାବ ଆମ ପାରିବେଶ ଉପରେ ପଡିବା ଫଳରେ ଅନେକ ପୁରାତନ ନଦୀର ଧାରା ଶୁଖିଯାଉଛି, ଆଉ ତାହା କାଳକ୍ରମେ ମଲା ନଦୀରେ ପରିଣତ ହେଉଛି। ଉଭୟ ପାର୍ଶ୍ବର ତାର ମଧ୍ୟ ସବୁଜିମା ବନାନୀ ନଷ୍ଟ ହେଉଛି ଓ ଉପକୂଳ ଜନବସତିର ଲୋକେ ଜଳକଷ୍ଟରେ ହନ୍ତସନ୍ତ ହେଉଛନ୍ତି। ଏଭଳି ମଲା ନଦୀ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ନିକଟରେ ଦୋଖିବାକୁ ମିଳିଛି।
Trending Photos
କଟକ: କଥାରେ ଅଛି ଜଳ ବହୁଳେ ସୃଷ୍ଟି ନାଶ। ଜଳ ବିହୁନେ ସୃଷ୍ଟି ନାଶ। ସେଥିପାଇଁ ତ ଜଳକୁ ଜୀବନ କୁହାଯାଏ। ସରକାର ମଧ୍ୟ ଜଳ ଆଉ ଜଳ ସ୍ରୋତର ଗୁରୁତ୍ୱକୁ ଉପଲବ୍ଧି କରି ନଦୀ ଗୁଡିକୁ ସଂଯୋଗ ଓ ପୁନଃଉଧାର କରିବା ସହ ଅତ୍ୟାଧୁନିକ ଜଳସେଚନ ବ୍ୟବସ୍ଥା ପାଇଁ ବିଭିନ୍ନ ଯୋଜନାରେ କୋଟ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଜଳବାୟୁ ପରିବର୍ତ୍ତନ, ବୃକ୍ଷଲତା କ୍ଷୟ ପାଇଁ ପୃଥିବୀ ଉତପ୍ତ ହେଉଛି। ଏହାର ଘୋର ପ୍ରଭାବ ଆମ ପାରିବେଶ ଉପରେ ପଡିବା ଫଳରେ ଅନେକ ପୁରାତନ ନଦୀର ଧାରା ଶୁଖିଯାଉଛି, ଆଉ ତାହା କାଳକ୍ରମେ ମଲା ନଦୀରେ ପରିଣତ ହେଉଛି। ଉଭୟ ପାର୍ଶ୍ବର ତାର ମଧ୍ୟ ସବୁଜିମା ବନାନୀ ନଷ୍ଟ ହେଉଛି ଓ ଉପକୂଳ ଜନବସତିର ଲୋକେ ଜଳକଷ୍ଟରେ ହନ୍ତସନ୍ତ ହେଉଛନ୍ତି। ଏଭଳି ମଲା ନଦୀ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ନିକଟରେ ଦୋଖିବାକୁ ମିଳିଛି।
ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠ ନେମାଳବଟ ଦେଇ ଚିତ୍ରୋତ୍ପଳା ନଦୀ ବୋହିଯାଉଛି। ନେମାଳର ବରପଡା ଠାରୁ ଏହି ଚିତ୍ରୋତ୍ପଳା ନଦୀ ଦୁଇଭାଗ ହୋଇଛି। ନେମାଳ ପାଖରୁ ଚିତ୍ରୋତ୍ପଳା ନଦୀରୁ ଲୁଣା ନଦୀର ଜନ୍ମ ହୋଇଛି। ହେଲେ ବଡ଼ ଦୁଃଖ ଓ ପରିତାପର ବିଷୟ ଠିକ ଏଇଠୁ ହିଁ ଚିତ୍ରୋତ୍ପଳା ନଦୀ ଆଉ ଆଗକୁ ଯାଇ ପାରୁନାହିଁ। ଚିତ୍ରୋତ୍ପଳା ନଦୀର ଜଳଧାରା ଶୁଖିଯାଉଛି ଆଉ ଲୁଣା ନଦୀରେ ଭରପୁର ଜଳରାଶୀ ବର୍ଷତମାମ ପ୍ରବାହିତ ହେଉଛି। ଆଗକୁ ଯାଇଁ ଲୁଣା ସମୁଦ୍ର ଜଲରାଶିରେ ମିଶିଯାଇଛି। ତେବେ ଜୀବନ ଧାରଣର ଅମୃତରୂପୀ ଜଳଧାରାକୁ ଜୀବଜଗତ ପାଇଁ ପ୍ରୁଣ୍ୟମୟୀ ଚିତ୍ରୋତ୍ପଳା ଆଉ ଆଗକୁ ନେଇପାରୁନାହିଁ। କାରଣ ଏଇଠୁହିଁ ଚିତ୍ରୋତ୍ପଳା ଏକ ପ୍ରକାରର ମଲା ନଈ ପାଲଟିଯାଇଛି।
Also Read: ହସ୍ପିଟାଲରେ ବିଦ୍ୟୁତ କଟିବାରୁ ଦୁଇ ଯୁବକଙ୍କ ଜୀବନ ଦୀପ ଲିଭିଗଲା
ଦେଖିବାକୁ ନଦୀ ଅଛି ହେଲେ କେବଳ ବର୍ଷା ଦିନେ ନଦୀକୁ ଅନୁଭବ କରିହେଉଛି। କିନ୍ତୁ ବର୍ଷର ଅନ୍ୟଦିନେ ଏହା ଶୁଷ୍କ ନଦୀ ପାଲଟିଯାଇ ବାଲୁକା ଶଯ୍ୟା ଶୁଖି ଯାଉଛି। ନଦୀରେ ଜଳ ସ୍ରୋତର ଚିହ୍ନବର୍ଣ୍ଣ ନାହିଁ, ଚାରିଆଡେ ଖାଲି ବାଲି ଆଉ ବାଲି ଦେଖିବାକୁ ମିଳୁଛି। ତଥ୍ୟ କହୁଛି କଟକ ଜିଲ୍ଲାର ଏହି ସ୍ଥାନରୁ ପାଖାପାଖି ୪୮ କଲୋମିଟର ୮୦୦ ମିଟର ନଦୀ ଯାଇ କେନ୍ଦ୍ରାପଡ଼ା ଜିଲ୍ଲାର ନାରାୟଣପୁରରେ ପୁଣି ଲୁଣା ନଦୀରେ ମିଶିବା କଥା। ହେଲେ ଏଇଠୁ ହିଁ ନଦୀର ଧାର ଶୁଖି ଯାଉଥିବାରୁ ନଦୀକୂଳିଆ ଜନବସତି ଉପରେ ଏହାର ପ୍ରଭାବ ପଡୁଛି। ଏହାର ପ୍ରଭାବରେ ନଦୀ କୂଳରେ ଯେଉଁ ପ୍ରଚୁର ମାତ୍ରାରେ ସବୁଜିମା ଭରା ପନିପରିବା ଫଳୁଥିଲା ତାହା ଉଜୁଡି ଗଲାଣି। ନଦୀକୂଳରେ ଥାଇବି କ୍ଷେତରେ ପାଣି ଅଭାବରୁ ଫସଲ ହେଉନାହିଁ।
ଚିତ୍ରୋତ୍ପଳା ନଦୀରେ ଜଳ ଆସୁନଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରୁ ଭୂତଳ ଜଳସ୍ତର କମିବାରେ ଲାଗିଲାଣି। ପରିବେଶ ଉପରେ ସିଧାସଳଖ ପ୍ରଭାବ ପଡିବା ସହ ବହୁ ନଳକୂପରୁ ମଧ୍ୟ ପାଣି ବାହାରିବା ଧୀରେ ଧୀରେ ବନ୍ଦ ହୋଇଯିବାକୁ ବସିଲାଣି। ମୁହାଣ ସଫା କରିବା ସହ ନଦୀ ସ୍ରୋତକୁ ଆଗଭଳି ନିର୍ବାହ କରିପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା ହେଲେ ଚିତ୍ରୋତ୍ପଳା ପୁଣି ଥରେ ପୁନଃ ଜୀବନ୍ତ ହୋଇପାରନ୍ତା ବୋଲି ଅନେକ ବୁଦ୍ଧିଜୀବୀ ମାତପୋଷଣ କରନ୍ତି। ନଚେତ ଆଗକୁ ଜଳକଷ୍ଟର ଭୟାବହତା ଆଶଙ୍କା ରହିଛି।