Rath yatra 2023: ରେକର୍ଡ ସୃଷ୍ଟି କରିଥିବା କେନ୍ଦୁଝର ରଥରେ ପାଳନ ହୁଏ ନିଆରା ପରମ୍ପରା
Advertisement
Article Detail0/zeeodisha/odisha1671854

Rath yatra 2023: ରେକର୍ଡ ସୃଷ୍ଟି କରିଥିବା କେନ୍ଦୁଝର ରଥରେ ପାଳନ ହୁଏ ନିଆରା ପରମ୍ପରା

କେନ୍ଦୁଝର: ଗିନିଜ୍ ବୁକ୍ ଅଫ୍ ୱାଲର୍ଡ଼ ରେକର୍ଡ଼ରେ ସ୍ଥାନ ପାଇଥିବା ବିଶ୍ଵର ସର୍ବ ବୃହତ୍ ରଥର ରହିଛି ନିଆରା ପରମ୍ପରା । ଅନ୍ୟ ସ୍ଥାନରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିଲେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ହେଲେ କେନ୍ଦୁଝରରେ ରହିଛି ଭିନ୍ନ ପରମ୍ପରା । ରଥ ନିର୍ମାଣ କାର୍ଯ୍ୟ ଆରମ୍ଭରୁ ଏଠାରେ ନିଜେ ପ୍ରଭୁ ଶ୍ରୀ ବଳଦେବଜୀଉ ରଥ ନିକଟକୁ ଯ

Rath yatra 2023: ରେକର୍ଡ ସୃଷ୍ଟି କରିଥିବା କେନ୍ଦୁଝର ରଥରେ ପାଳନ ହୁଏ ନିଆରା ପରମ୍ପରା

Rath Yatra 2023: କେନ୍ଦୁଝର: ଗିନିଜ୍ ବୁକ୍ ଅଫ୍ ୱାଲର୍ଡ଼ ରେକର୍ଡ଼ରେ ସ୍ଥାନ ପାଇଥିବା ବିଶ୍ଵର ସର୍ବ ବୃହତ୍ ରଥର ରହିଛି ନିଆରା ପରମ୍ପରା । ଅନ୍ୟ ସ୍ଥାନରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିଲେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ହେଲେ କେନ୍ଦୁଝରରେ ରହିଛି ଭିନ୍ନ ପରମ୍ପରା । ରଥ ନିର୍ମାଣ କାର୍ଯ୍ୟ ଆରମ୍ଭରୁ ଏଠାରେ ନିଜେ ପ୍ରଭୁ ଶ୍ରୀ ବଳଦେବଜୀଉ ରଥ ନିକଟକୁ ଯାଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଆଜ୍ଞା ପ୍ରଦାନ କରିଥାନ୍ତି । ବିଧି ଅନୁଯାୟୀ, ଅକ୍ଷିତୃତୀୟା ଠାରୁ ଆରମ୍ଭ ହୁଏ ରଥ ନିର୍ମାଣ କାର୍ଯ୍ୟ । କେନ୍ଦୁଝର ର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉ ଙ୍କର ରଥ ନିର୍ମାଣ କାର୍ଯ୍ୟ ଏଥିରୁ ବାଦ୍ ପଡ଼ିନାହିଁ । 

କେନ୍ଦୁଝରରେ ପ୍ରଭୁ ଶ୍ରୀ ବଳଦେବଜୀଉ ସ୍ୱୟଂ ରଥ ନିକଟରେ ବିରାଜମାନ ହୋଇ ରଥକାର୍ଯ୍ୟ ଆରମ୍ଭ କରିବାକୁ ଆଜ୍ଞା ଦେଇଥାନ୍ତି । ସନ୍ଧ୍ୟା ସମୟରେ ବିମାନ ଶୋଭାଯାତ୍ରାରେ ସୁଦର୍ଶନଙ୍କ ସହ ପ୍ରଭୁ ଶ୍ରୀବଳଦେବଜୀଉ ରଥ ନିକଟରେ ପହଞ୍ଚିଥାନ୍ତି । ସେଠାରେ ପୂଜାର୍ଚ୍ଚନା ପରେ ମୂଖ୍ୟ ମହାରଣା ଆରମ୍ଭ କରିଥାନ୍ତି ରଥ ନିର୍ମାଣ କାର୍ଯ୍ୟ । ଯେହେତୁ କେନ୍ଦୁଝର ରଥ ନୂତନ ଭାବେ ନିର୍ମାଣ ହୁଏ ନାହି, କେବଳ ଏହା ମରାମତି ହୋଇଥାଏ, ଏଣୁ ଏହି ମରାମତି କାର୍ଯ୍ୟ ନେତ୍ରୋତ୍ସବ ପୂର୍ବରୁ ସମାପନ ହୋଇଥାଏ ।

୧ ହଜାର ବର୍ଷ ପୁରୁଣା କେନ୍ଦୁଝରର ଜଗନ୍ନାଥ ସଂସ୍କୃତି ଓ ପରମ୍ପରା । ସେବେଠାରୁ ଚାଲି ଆସିଛି ଏଠାରେ ମହାପ୍ରଭୁଙ୍କ ରଥଯାତ୍ରା । ୧୬୭୧ ମସିହାରେ ରାଜା ଲକ୍ଷ୍ମୀ ନାରାୟଣ ଭଞ୍ଜ ଦେବେହି ମନ୍ଦିର କୁ ଆରମ୍ଭ କରିଥିଲେ ହେଲେ ଏହି ମନ୍ଦିର ରେ ରଥ ଯାତ୍ରା ଭୁୟଂ ଓ ଜୁଆଙ୍ଗ ସହ ଯୋଗ କରିଥିଲେ। କେବଳ ଏତିକି ନୁହଁ । ଏହି ରଥ ରେ କୋୖଣସି ଦଉଡି ବ୍ୟବହାର ହୋଇନ ଥାଏ କେନ୍ଦୁଝଟ ଜିଲ୍ଲା ର ବିଭିନ୍ନ ଭୂୟାଁ ସଂଗଠନ ପକ୍ଷରୁ ଶିଆଳି ଲତାର ଦଉଡିରେ ଏହି ବିଶ୍ୱର ବୃହତ୍ତମ ରଥକୁ ଟଣା ଯାଇଥାଏ। 

କେନ୍ଦୁଝରର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ର ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବା ପରେ ୭୨ ଫୁଟ୍ ଉଚ୍ଚତା ଓ ୪୫ ଫୁଟ୍ ଦୈର୍ଘ୍ୟ ବିଶିଷ୍ଟ ରଥ ନିର୍ମାଣ ହୋଇଥିଲା । ଯାହାର ନାମକରଣ କରାଯାଇଥିଲା ନନ୍ଦିଘୋଷ ରଥ । ୮ ଫୁଟ୍ ଉଚ୍ଚତା ବିଶିଷ୍ଟ ୧୬ଟି ଚକ ଏହି ରଥରେ ଲାଗିଥାଏ । ରାଜାଙ୍କୁ ଏହି ଜନଜାତିଙ୍କ ଅନୁରୋଧକ୍ରମେ ରଥଯାତ୍ରା ପରେ ରଥକୁ ଖୋଲାଯାଏ ନାହିଁ । ସେମାନଙ୍କ ପାଇଁ ଅକ୍ଷୀତୃତୀୟା ପର୍ଯ୍ୟନ୍ତ ମନ୍ଦିର ସମ୍ମୁଖରେ ରଥ ଦଣ୍ଡାୟମାନ ଅବସ୍ଥାରେ ରହିଥାନ୍ତି।

ସୂଚନାଯୋଗ୍ୟ ଗତ ଅକ୍ଷୟ ତୃତୀୟ ଠାରୁ ପୁରୀ ସମେତ ପ୍ରମୁଖ ସ୍ଥାନ ଗୁଡ଼ିକରେ ରଥକାର୍ଯ୍ୟ ଆରମ୍ଭ ହୋଇଛି। କେବଳ ପୁରୀ ନୁହେଁ, କେନ୍ଦୁଝର, କେନ୍ଦ୍ରାପଡ଼, କୋରାପୁଟ ଆଦି ସ୍ଥାନରେ ରଥକାର୍ଯ୍ୟ ଆରମ୍ଭ ହୋଇଛି। ସୋମବାରଠାରୁ ବିଧିବଦ୍ଧ ଭାବେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଗତକାଲି ଅକ୍ଷୟ ତୃତୀୟା ଅବସରରେ ରଥକାଠ ଅନୁକୂଳ ହୋଇଥିବା ବେଳେ ଆଜିଠାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମହାରଣା ସେବକ ଓ ଭୋଇ ସେବକମାନେ ରଥ ନିର୍ମାଣ କାର୍ଯ୍ୟ ଆଜି ଆରମ୍ଭ କରିଛନ୍ତି। ରଥ ଚକ ପାଇଁ ଆଜି ତୁମ୍ଭ ନିର୍ମାଣ ଚାଲିଛି। କେନ୍ଦ୍ରାପଡ଼ାରେ ବଡ଼ ଠାକୁର ଶ୍ରୀ ବଳଭଦ୍ରଜୀଉଙ୍କ ତାଳଧ୍ୱଜ ରଥର କାମ ମଧ୍ୟ ଆରମ୍ଭ ହୋଇଛି। ଆସନ୍ତା ଜୁନ ମାସ ୨୦ ତାରିଖରେ ଅନୁଷ୍ଠିତ ହେବ। 

Also Read: ଲଜ୍ଜା, ପିଲାଙ୍କ ପାଇଁ ଆସିଥିବା ପଢା ବହିକୁ ବିକ୍ରି କରୁଥିବା ବେଳେ ଧରାପଡ଼ିଲେ ସ୍କୁଲ ଶିକ୍ଷକ